ଓଡିଶା

odisha

Ind vs Aus T20I : 6 ୱିକେଟରେ ଜିତିଲା ଭାରତ

By

Published : Sep 25, 2022, 10:42 PM IST

Updated : Sep 25, 2022, 11:02 PM IST

ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ । ଭାରତ ୧୯.୫ ଓଭରରେ ୪ ୱିକେଟ ହରାଇ ୧୮୭ ରନ କରିଛି । ଏହା ସହିତ ଭାରତ ୨-୧ ରେ ସିରିଜ ଜିତି ନେଇଛି ।

Ind vs Aus T20I : 6 ୱିକେଟରେ ଜିତିଲା ଭାରତ
Ind vs Aus T20I : 6 ୱିକେଟରେ ଜିତିଲା ଭାରତ

ହାଇଦ୍ରାବାଦ : ତୃତୀୟ ଟି୨୦ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ । ଭାରତ ୧୯.୫ ଓଭରରେ ୪ ୱିକେଟ ହରାଇ ଟାର୍ଗେଟ୍‌ ହାସଲ କରିଛି । ଏହା ସହିତ ଭାରତ ୨-୧ ରେ ସିରିଜ ଜିତି ନେଇଛି ।

୧୮୭ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଓପନିଂ ଯୋଡି ଫେଲ ମାରିଥିବା ବେଳେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପାର୍ଟନରସିପ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲା । ପ୍ରଥମ ଓଭରରେ ଲୋକେଶ ରାହୁଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ୩ ଓଭରରେ ରୋହିତ ଶର୍ମାଙ୍କ ( ୧୭) ୱିକେଟ ପଡିଥିଲା । ଏହାପରେ ଦମଦାର ଫର୍ମରେ ଥିବା ଷ୍ଟାର ବ୍ୟାଟର ବିରାଟ କୋହଲି ଆସିଥିଲେ । ସେ ୪୮ ବଲରୁ ୩ ଟି ଚୌକା ଏବଂ ୪ ଟି ଛକା ସହିତ ୬୩ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି ।

ସେହିପରି ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ୩୬ ବଲରୁ ୬୯ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ସେପଟେ ସୂର୍ଯ୍ୟକୁମାର ଯାଦବ ଆଉଟ ହେବା ପରେ ମଇଦାନକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ୧୬ ବଲରୁ ୨୫ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍‌ ଡେଭିଡ ଏବଂ କେମରନ ଗ୍ରୀନଙ୍କ ଅର୍ଦ୍ଧଶତକ ହାସଲ କରିଥିଲେ ।

Last Updated : Sep 25, 2022, 11:02 PM IST

ABOUT THE AUTHOR

...view details