ଓଡିଶା

odisha

INDvsAUS 1st Test: ପ୍ରଥମ ଟେଷ୍ଟ ପାଇଁ କାଲିଠୁ ଟିକଟ ବିକ୍ରି

By

Published : Jan 28, 2023, 8:13 PM IST

ଥମ ଟେଷ୍ଟ ମ୍ୟାଚ ପାଇଁ ଟିକଟ ବିକ୍ରି ଆସନ୍ତାକାଲିଠାରୁ ହେବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ବୋର୍ଡର ଗାଭାସ୍କର ଟ୍ରଫି ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ

ହାଇଦ୍ରାବାଦ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଗାମୀ ବୋର୍ଡର ଗାଭାସ୍କର ଟ୍ରଫି ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଘରୋଇ ମାଟିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଟିକଟ ବିକ୍ରି ଆସନ୍ତାକାଲିଠାରୁ (ରବିବାର) ହେବ । ପ୍ରଥମ ଟେଷ୍ଟ ମ୍ୟାଚ ଫେବୃଆରୀ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚର ଟିକଟ ଅନଲାଇନରେ ବିକ୍ରି ହେବ ନାହିଁ । ଏହାର ଅଫଲାଇନ ଟିକଟ ପାଇଁ ଦର୍ଶକମାନଙ୍କୁ ବିଲିମାରିୟା ପାଭଲିୟନ, ବିସିଏ, ସିଭିଲ ଲାଇନ୍ସ ଏବଂ ନାଗପୁର ଯିବାକୁ ପଡିବ । ଟିକଟ ବିକ୍ରି କେନ୍ଦ୍ର ସକାଳ ୧୦ ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଟିକଟ ବିକ୍ରିର ଶେଷ ତାରିଖ ଫେବୃଆରୀ ୭ ତାରିଖ ରହିଛି ।

ଟିକଟ ପ୍ରାଇସ :ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଦଶମ ଶ୍ରେଣୀ ଛାତ୍ରମାନଙ୍କ ପାଇଁ ଟିକଟ ପ୍ରାଇସ ୧୦ ଟଙ୍କା ରଖାଯାଇଛି । ତେବେ ଏହି ସ୍କୁଲ ଛାତ୍ରମାନଙ୍କ ପାଖାପାଖି ୪୦୦୦ ଟିକଟ ସଂରକ୍ଷିତ ରହିଛି । ତେବେ ଛାତ୍ରମାନେ ସେମାନଙ୍କର ପ୍ରମାଣ ପତ୍ର ଦେଖାଇ ଟିକଟ ସଂଗ୍ରହ କରିପାରିବେ । ପ୍ରଥମ ଦୁଇଟି ଟେଷ୍ଟ ପାଇଁ BCCI ସ୍କ୍ବାଡ ଘୋଷଣା କରିଛି । ଯେଉଁଥିରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଲୋକେଶ ରାହୁଲ ଉପଅଧିନାୟକ ଭାର ସମ୍ଭାଳିବେ । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆକୁ ଏହି ଟେଷ୍ଟ ସିରିଜ ଜିତିବାକୁ ପଡିବ ।

ଟିମ ଇଣ୍ଡିଆ ସ୍କ୍ବାଡ -ରୋହିତ ଶର୍ମା ( ଅଧିନାୟକ), ଲୋକେଶ ରାହୁଲ ( ଉପଅଧିନାୟକ ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, କେଏସ ଭରତ ( ୱିକେଟ କିପର ), ଇଶାନ କିଶାନ ( ୱିକେଟ କିପର ), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ ।

ଅଷ୍ଟ୍ରେଲିଆ ସ୍କ୍ବାଡ - ପେଟ କମିନ୍ସ (ଅଧିନାୟକ), ଏସ୍ଟନ ଏଗର, ସ୍କୋଟ ବୋଲେଣ୍ଡ, ଏଲେକ୍ସ କେରୀ, କେମରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲବସଚଗନେ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଶେଲ୍‌ ସ୍ଟାର୍କ୍‌, ମିଶେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର

ABOUT THE AUTHOR

...view details