ଦୁବାଇ :ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ୪ ଜଣିଆ ତାଲିକା ପ୍ରକାଶ ପାଇଛି । ତାଲିକାରେ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବନୀଙ୍କ ନାମ ସ୍ଥାନ ପାଇଛି (Ashwin Nominated For Men's Test Player Of The Year) । ଚେନ୍ନାଇର ଏହି ୩୫ ବର୍ଷୀୟ ଖେଳାଳି ୧ ବର୍ଷ ମଧ୍ୟରେ ୮ଟି ଟେଷ୍ଟ ମ୍ୟାଚରେ ୧୬.୨୩ ଆଭରେଜରେ ୫୨ଟି ୱିକେଟ ଅକ୍ତିଆର କରିଛନ୍ତି । ଆସନ୍ତା ଜାନୁଆରୀ ୨୪ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ ସୂଚନା ମିଳିଛି ।
୨୦୨୧ରେ ଅଶ୍ବନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ୱିକେଟ ସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ରନ କରିଥିଲେ । ଗୋଟିଏ ଶତକ ସହ ୨୮.୦୮ ଆଭରେଜ ସହ ମୋଟ ୩୩୭ ରନ ସଂଗ୍ରହ କରଛନ୍ତି । ଟେଷ୍ଟରେ ଅନ୍ୟତମ ମ୍ୟାଚ ବିଜେତା ଭାବେ ପରିଚିତ ଅଶ୍ବନୀ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ସିଡିନ ଟେଷ୍ଟରେ ସିଜନ ଆରମ୍ଭ କରିଥିଲେ । ୧୨୮ ବଲରୁ ୨୯ ରନ କରି ଭାରତକୁ ପରାଜୟରୁ ଉଦ୍ଧାର କରଥିଲେ ।