ଓଡିଶା

odisha

ନୂଆ ରେକର୍ଡ, ୱିକେଟକିପର ଭାବେ ଉଭୟ ODI ଓ T20 ବିଶ୍ବକପ ବିଜୟୀ ଏହି ଦୁଇ କ୍ରିକେଟର

By

Published : Nov 13, 2022, 10:28 PM IST

ୱିକେଟ କିପର ହିସାବରେ ଦୁଇଥର ବିଶ୍ବକପ ଜିତିଲେ ଜୋସ୍ ବଟଲର । ଅଧିକ ପଢନ୍ତୁ

MS Dhoni and Jos Buttler are only two wicketkeepers to win both ODI and the T20 World Cups
ୱିକେଟ କିପର ହିସାବରେ ଦୁଇଥର ବିଶ୍ବକପ ଟ୍ରଫି ଉଠାଇଲେ ଏହି ଦୁଇ କ୍ରିକେଟର

ହାଇଦ୍ରାବାଦ: ଉଭୟ ODI ଓ T20 ବିଶ୍ବକପ ବିଜୟୀ ହୋଇ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଛନ୍ତି ଇଂଲଣ୍ଡ ଅଧନାୟକ ଜୋଶ ବଟଲର । ୱିକେଟକିପର ଭାବରେ ଲକି କ୍ରିକେଟର ସାବ୍ୟସ୍ତ ହୋଇଛନ୍ତି ଜୋସ୍ ବଟଲର । ପୂର୍ବରୁ କେବଳ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଦୁଇଟି ଫର୍ମାଟରେ ବିଶ୍ବକପ ବିଜୟୀ ହେବା ରେକର୍ଡ ରହିଥିଲା । ଶେଷ ହୋଇଛି ଫଟାଫଟ୍ କ୍ରିକେଟ ମହାସମର । 2022 ବିଶ୍ବ ଚମ୍ପିଆନ ହୋଇଛି ଇଂଲଣ୍ଡ । ତେବେ ଇଂଲିସ୍ ଟିମ୍ ବିଶ୍ବ ଚମ୍ପିଆନ ହେବାପରେ ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଜୋସ୍ ବଟଲରଙ୍କ ନେତୃତ୍ବରେ ଇଂଲଣ୍ଡ ପୁଣି ଥରେ ୧୨ ବର୍ଷ ପରେ ଟି୨୦ ବିଶ୍ବକପ ହାତେବାରେ ସଫଳ ହୋଇଛି ।

ବର୍ଷ ୨୦୧୯ରେ ଖେଳାଯାଇଥିବା ଦିନିକିଆ ବିଶ୍ବକପରେ ଇଂଲଣ୍ଡ ଇଅନ ମୋର୍ଗାନଙ୍କ ନେତୃତ୍ବରେ ବିଶ୍ବ ବିଜେତା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଭାବେ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । ୨୦୨୨ ଟି୨୦ ବିଶ୍ବକପ ଇଂଲଣ୍ଡ ଟିମ୍‌ର କମାନ୍‌ ଏଥର ଜୋସ୍ ବଟଲରଙ୍କ ହାତରେ ରହିଥିଲା । ସେ ଦଳର ଅଧିନାୟକ ସହିତ ୱିକେଟକିପର ଭାବରେ ଦଳରେ ନିଜର ଦାୟିତ୍ବ ତୁଲାଇଥିଲେ । ବଟଲରଙ୍କ ନେତୃତ୍ବରେ ଇଂଲିସ୍ ଟିମ୍ ମିଶନ ମେଲ୍‌ବର୍ଣ୍ଣ ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ବଟଲର ୱିକେଟ ପଛରେ ରହି ବିପକ୍ଷ ଦଳକୁ ମାତ୍ ଦେବା ପାଇଁ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ୍‌ । ଶେଷରେ ବିଶ୍ବକପ ଦୌଡରେ ୧୧ଟି ଦଳକୁ ପଛରେ ପକାଇ ଟି୨୦ ବିଶ୍ବକପ ଟ୍ରଫି ଉଠାଇଛି ଇଂଲଣ୍ଡ ।

ସେହିପରି ଏହି ତାଲିକାରେ ପୂର୍ବରୁ ଯୋଡି ହୋଇଥିଲେ କ୍ୟାପଟେନ କୁଲ ତଥା ମହେନ୍ଦ୍ର ସିଂ ଧୋନୀ । ଭାରତର ଏହି ସଫଳ ଅଧିନାୟକ ତଥା କ୍ୟାପଟେନ କୁଲ ୱିକେଟକିପର ଭାବେ ଭାରତକୁ ଉଭୟ ଟି୨୦ ଓ ଦିନିକିଆ ବିଶ୍ବକପ୍‌ ଟ୍ରଫି ଭେଟି ଦେଇଛନ୍ତି । ମହେନ୍ଦ୍ର ସିଂହ ଧୋନୀ ଏକା ସାଙ୍ଗରେ ଟିମ୍ ଇଣ୍ଡିଆର ଅଧିନାୟକ ହେବା ସହିତ ୱିକେଟକିପର ଦାୟିତ୍ବ ବହନ କରୁଥିଲେ । କପିଲ ଦେବଙ୍କ ନେତୃତ୍ବରେ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ଭାରତ ଦିନିକିଆ ବିଶ୍ବକପ ବିଜୟୀ ହୋଇଥିଲା । ଏହାପରେ ମେନ୍ ଇନ୍ ବ୍ଲୁ ବର୍ଷ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଦ୍ବିତୀୟ ଦିନିକିଆ ବିଶ୍ବକପ ହାତେଇବାରେ ସଫଳ ହୋଇଥିଲା । ସେହିପରି ଧୋନୀ ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ତଥା ୨୦୦୭ ମସିହାରେ ଭାରତକୁ ବିଶ୍ବ ଚମ୍ପିଆନ୍ କରାଇଥିଲେ । ଏହି ଦୁଇଟି ବିଶ୍ବକପରେ ଧୋନୀ ୱିକେଟ ପଛରେ ରହି ବିଶ୍ବକପ ହାତେଇବାର ରଣନୀତି ପ୍ରସ୍ତୁତ କରୁଥିଲେ । ମହେନ୍ଦ୍ର ସିଂ ଧୋନୀ ଜଣେ ଅଧିନାୟକ ଓ ୱିକେଟକିପର ଭାବେ ଦୁଇଟି ବିଶ୍ବକପ ହାତେବାରେ ରେକର୍ଡ କରିଥିବା ବେଳେ ବର୍ତ୍ତମାନେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି ଜୋଶ ବଟଲର ।

ABOUT THE AUTHOR

...view details