ଅହମ୍ମଦାବାଦ: ବିଶ୍ବର ସର୍ବବୃହତ ଦର୍ଶକ କ୍ଷମତା ବିଶିଷ୍ଟ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ । ତେବେ ପିଙ୍କ୍ ବଲ୍ ଟେଷ୍ଟ ବା ଦିବାରାତ୍ର ଟେଷ୍ଟ ହୋଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ରହିଛି ଅନେକ ଉତ୍ସାହ ।
4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ଫଳରେ ମୋଟେରାରେ ବିଜୟ ସହ ସିରିଜରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଦଳ । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ପାଇଁ ଏହି ଟେଷ୍ଟ ହେବ 100 ତମ ଟେଷ୍ଟ ।