ଓଡିଶା

odisha

ଭାରତ ବିପକ୍ଷ ଟି20 ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

By

Published : Feb 11, 2021, 7:26 PM IST

ଭାରତ ବିପକ୍ଷ ଟି20 ସିରିଜ ପାଇଁ 16 ଖେଳାଳି ବିଶିଷ୍ଟ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ । ଅଧିକ ପଢନ୍ତୁ...

Liam Livingstone recalled as England names squad for T20I series against India
ଭାରତ ବିପକ୍ଷ ଟି20 ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ:ଭାରତ ବିପକ୍ଷ ଟି20 ସିରିଜ ପାଇଁ 16 ଖେଳାଳି ବିଶିଷ୍ଟ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ । ମାର୍ଚ୍ଚ 12ରୁ ଅହମ୍ମଦାବାଦରେ ଆରମ୍ଭ ହେବ ଫଟାଫଟ କ୍ରିକେଟର 5 ଟିକିଆ ସିରିଜ ।

ସଦ୍ୟ ସମାପ୍ତ ହୋଇଥିବା ବିଗ ବାସ୍‌ ଲିଗ(BBL)ରେ ଦମଦାର ପ୍ରଦର୍ଶନ ପରେ ଲାନସୟର ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ସ୍କ୍ବାଡରେ ସାମିଲ କରିଛି ଇଂଲଣ୍ଡ । ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଲଟରଙ୍କୁ ଶେଷ ତିନୋଟି ଟେଷ୍ଟରେ ବିଶ୍ରାମ ମିଳିବ । ତେବେ ଟି20 ସିରିଜରେ ଦଳକୁ ଫେରିବେ ବଟଲର ।

ଇଂଲଣ୍ଡ ଫେବ୍ରୁଆରୀ 26ରେ ଅହମ୍ମଦାବାଦ ଗସ୍ତ କରିବା ସହ 5 ଟିକିଆ ଟି2- ସିରିଜ ଖେଳିବ । ଭ୍ରଣଣକାରୀ ଦଳର ସ୍କ୍ବାଡରେ ଜେକ ବଲ ଓ ମାଟ ପାର୍କିନସନଙ୍କ ଭାବରେ ଦୁଇଜଣ ରିଜର୍ଭ ଖେଳାଳି ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details