ଓଡିଶା

odisha

ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କୁ ବଟଲରଙ୍କ ଗାଳି, ଭିଡିଓ ଭାଇରାଲ

By

Published : Jan 8, 2020, 11:24 PM IST

ବିନା କୌଣସି କାରଣରେ ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କୁ ଗାଳି ଦେଇଛନ୍ତି ଇଂଲଣ୍ଡ ୱିକେଟକିପର ଜସ୍‌ ବଟଲର । ଅଧିକ ପଢନ୍ତୁ...

jos-buttler-use-slang-to-south-africa-cricketer
ଜସ୍‌ ବଟଲର

କେପଟାଉନ୍‌: ଚଳିତ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ବିନା କୌଣସି କାରଣରେ ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କୁ ଗାଳି ଦେଇଛନ୍ତି ଇଂଲଣ୍ଡ ୱିକେଟକିପର ଜସ୍‌ ବଟଲର । ଏହି ସମୟର ଭିଡିଓ ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଟ୍ବିଟ କରି ବଟଲରଙ୍କ ଉପରେ ବର୍ଷିଛନ୍ତି ।

ତେବେ ଘଟଣା ଘଟିଥିଲା ଚଳିତ ସିରିଜର 2ୟ ମ୍ୟାଚର 2ୟ ଦିନରେ । ଘରୋଇ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଫିଲାଣ୍ଡରଙ୍କୁ ଷ୍ଟମ୍ପିଂ କରିବାକୁ ଯାଇ ବିଫଳ ହୋଇଥିଲେ ଇଂଲଣ୍ଡ ୱିକେଟ ରକ୍ଷକ ବଟଲର । ପରେ ଫିଲାଣ୍ଡର ତାଙ୍କ ଆଡକୁ ବୁଲି ଚାହିଁବାରୁ ବଟଲର ତାଙ୍କୁ ଇଂରାଜୀ ଭାଷାରେ ଗାଳି ଦେଇଥିଲେ । କେବଳ ସେତିକି ନୂହେଁ, ପ୍ରଥମ ସ୍ଲିପରେ ଥିବା ବେନ ଷ୍ଟୋକ ମଧ୍ୟ ବଟଲରଙ୍କ ସହ ମିଶି ଫିଲାଣ୍ଡରଙ୍କୁ ଚିଡାଇବାକୁ ଚେଷ୍ଟା କରିଥିଲେ । ତେବେ ଏହି ସବୁ ବାର୍ତ୍ତାଳାପ ଷ୍ଟମ୍ପରେ ଲାଗିଥିବା ମାଇକରେ ରେକର୍ଡ ହୋଇଛି । ଯାହାର ଏକ ଭିଡିଓ ବର୍ତ୍ତମାନ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ ଟ୍ବିଟ କରିଛନ୍ତି ।

BLANK FOR LINK 


Conclusion:

ABOUT THE AUTHOR

...view details