ଓଡିଶା

odisha

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ବିରାଟ

By

Published : Jan 18, 2020, 1:14 PM IST

3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ପରେ ଅଧିନାୟକ ବିରାଟ କେଏଲ ରାହୁଲଙ୍କ ଭୂରି ଭୂରି ପ୍ରଶଂସା କରିଛନ୍ତି।

virat kohli
virat kohli

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର 2ୟ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ମ୍ୟାଚ ଜିତିଛି। ଏହି ମ୍ୟାଚରେ କେଏଲ ରାହୁଲଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳିଥିଲା। ସେ 52ବଲ୍‌ରେ 3ଟି ଛକା ଓ 6ଟି ଚୌକା ଫଳରେ 80ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ରାହୁଲଙ୍କ ପାଳିକୁ ଅଧିନାୟକ ବିରାଟ ପ୍ରଶଂସା କରି କହିଛନ୍ତି ଯେ, ଏହା କେଏଲ ରାହୁଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଏହାସହ କୋହଲି କହିଛନ୍ତି ଯେ, ଲୋକେଶ ରାହୁଲଙ୍କ ବ୍ୟାଟିଂ ଦେଖିଛେ, ଏଭଳି ଖେଳାଳିଙ୍କୁ ବାହାରେ ରଖି ହେବ ନାହିଁ। 5ନଂରେ ଏଭଳି ବ୍ୟାଟିଂ କରିବା ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହି ମ୍ୟାଚରେ ରାହୁଲଙ୍କ ପରିପ୍ବକତା ଦେଖାଯାଇଛି। ଆମେମାନେ ଜାଣିଛୁ ଆମେ ଡ୍ରେସିଂ ରୁମରେ କ'ଣ କରୁଛୁ। ବାହାରେ ଅନେକ ଚର୍ଚ୍ଚା ହେଉଛି। ହେଲେ ଆମେ ଏହା ଉପରେ ଧ୍ୟାନ ଦେଉ ନାହୁଁ।

ଆଇସିସି ଟ୍ବିଟ


ଏହାସହ ଶିଖର ଓ ରୋହିତଙ୍କୁ ନେଇ କହିଛନ୍ତି ଯେ, ଦିନିକିଆ ମ୍ୟାଚରେ ଶିଖର ଧାଓ୍ବନ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ମୁଁ ଖୁସି ଅଛି। ଆଉ ରୋହିତ ଶର୍ମା ଯେବେ ବି ଭଲ ପାଳି ଖେଳନ୍ତି ସର୍ବଦା ଟିମ୍‌କୁ ଲାଭ ମିଳେ।

Intro:Body:

fefefef


Conclusion:

ABOUT THE AUTHOR

...view details