ଓଡିଶା

odisha

ମହାମାରୀ ପରେ ଦେଶରେ ପ୍ରଥମ ସିରିଜ, କାର୍ଯ୍ୟସୂଚୀ ଉପରେ ନଜର ପକାନ୍ତୁ

By

Published : Feb 3, 2021, 7:46 PM IST

କୋଭିଡ 19 ଭାଇରସ ସଂକ୍ରମଣ ପରେ ପ୍ରଥର ଥର ପାଇଁ ଭାରତରେ କ୍ରିକେଟ ସିରିଜ ଆୟୋଜନ ହେବ ।ଅତିଥି ହୋଇ ଆସୁଛି ଇଂଲଣ୍ଡ ଦଳ। ଇଂଲଣ୍ଡ ଭାରତ ସହ 4ଟି ଟେଷ୍ଟ, 5ଟି ଟି-20 3ଟି ଦିନିକିଆ ମ୍ୟାଚ ଖେଳିବ । ଅଧିକ ପଢ଼ନ୍ତୁ...

India vs England  Full schedule, venue, dates All you need to know
ମହାମାରୀ ପରେ ଦେଶରେ ପ୍ରଥମ ସିରିଜ, କାର୍ଯ୍ୟସୂଚୀ ଉପରେ ନଜର ପକାନ୍ତୁ

ଚେନ୍ନାଇ: କୋଭିଡ 19 ଭାଇରସ ସଂକ୍ରମଣ ପରେ ପ୍ରଥର ଥର ପାଇଁ ଭାରତରେ କ୍ରିକେଟ ସିରିଜ ଆୟୋଜନ ହେବ । ଅତିଥି ହୋଇ ଆସୁଛି ଇଂଲଣ୍ଡ ଦଳ। ଇଂଲଣ୍ଡ ଭାରତ ସହ 4ଟି ଟେଷ୍ଟ, 5ଟି ଟି-20 3ଟି ଦିନିକିଆ ମ୍ୟାଚ ଖେଳିବ। ଫେବ୍ରୁଆରୀ 5 ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏହାପରେ ଅହମ୍ମଦାବାଦରେ ଅବଶିଷ୍ଟ ଦୁଇଟି ଟେଷ୍ଟ ଖେଳାଯିବାକୁ ସ୍ଥିର ହୋଇଛି। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ 50 ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ । ଫେବ୍ରୁଆରୀ 13 ତାରିଖରେ ଏହି ମ୍ୟାଚ ଆରମ୍ଭ ହେବ । ଏହାକୁ ନେଇ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ ସ୍ପଷ୍ଟୀକରଣ କରିଛି ।

ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ମଧ୍ୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚକୁ ଦର୍ଶକ ଦେଖି ପାରିବେ। ବିସିସିଆଇ ଏହାକୁ ନେଇ ସୂଚନା ଦେଇଛି।

ନଜର ପକାନ୍ତୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଉପରେ:-

ଫେବ୍ରୁଆରୀ 5ରୁ 9 ତାରିଖ: ପ୍ରଥମ ଟେଷ୍ଟ ମ୍ୟାଚ, ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ, ସମୟ- 9.30 AM

ଫେବ୍ରୁଆରୀ 13ରୁ 17 ତାରିଖ: ଦ୍ବିତୀୟ ଟେଷ୍ଟ ମ୍ୟାଚ, ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ, ସମୟ- 9.30 AM

ଫେବ୍ରୁଆରୀ 24ରୁ 28 ତାରିଖ: ତୃତୀୟ ଟେଷ୍ଟ ମ୍ୟାଚ, ସର୍ଦ୍ଦାର ପଟେଲ ଷ୍ଟାଡିୟମ, ଅହମ୍ମଦାବାଦ, ସମୟ-9.30 AM

ମାର୍ଚ୍ଚ 4ରୁ 8 ତାରିଖ: ତୃତୀୟ ଟେଷ୍ଟ ମ୍ୟାଚ, ସର୍ଦ୍ଦାର ପଟେଲ ଷ୍ଟାଡିୟମ, ଅହମ୍ମଦାବାଦ, ସମୟ-9.30 AM

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟି-20 ସିରିଜର କାର୍ଯ୍ୟସୂଚୀ:-

ମାର୍ଚ୍ଚ 12 ତାରିଖ : ପ୍ରଥମ ଟି-20, ମୋଟେରା ଷ୍ଟାଡିୟମ, ଅହମ୍ମଦାବାଦ, ସନ୍ଧ୍ୟା 7 PM

ମାର୍ଚ୍ଚ 14 ତାରିଖ : ଦ୍ବିତୀୟ ଟି-20, ମୋଟେରା ଷ୍ଟାଡିୟମ, ଅହମ୍ମଦାବାଦ, ସନ୍ଧ୍ୟା 7 PM

ମାର୍ଚ୍ଚ 16 ତାରିଖ : ତୃତୀୟ ଟି-20, ମୋଟେରା ଷ୍ଟାଡିୟମ, ଅହମ୍ମଦାବାଦ, ସନ୍ଧ୍ୟା 7 PM

ମାର୍ଚ୍ଚ 18 ତାରିଖ : ଚତୁର୍ଥ ଟି-20, ମୋଟେରା ଷ୍ଟାଡିୟମ, ଅହମ୍ମଦାବାଦ, ସନ୍ଧ୍ୟା 7 PM

ମାର୍ଚ୍ଚ 20 ତାରିଖ : ପଞ୍ଚମ ଟି-20, ମୋଟେରା ଷ୍ଟାଡିୟମ, ଅହମ୍ମଦାବାଦ, ସନ୍ଧ୍ୟା 7 PM

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜର କାର୍ଯ୍ୟସୂଚୀ:-

ମାର୍ଚ୍ଚ 23 ତାରିଖ : ପ୍ରଥମ ଦିନିକିଆ, ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ପୁଣେ, ଅପରାହ୍ଣ 1.30PM

ମାର୍ଚ୍ଚ 26 ତାରିଖ : ଦ୍ବିତୀୟ ଦିନିକିଆ, ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ପୁଣେ, ଅପରାହ୍ଣ 1.30PM

ମାର୍ଚ୍ଚ 28 ତାରିଖ : ତୃତୀୟ ଦିନିକିଆ, ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ପୁଣେ, ଅପରାହ୍ଣ 1.30PM

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details