ଓଡିଶା

odisha

ମିଶନ ବ୍ଳାକକ୍ୟାପ୍‌ସ: ନ୍ୟୁଜିଲାଣ୍ଡରେ ଟି-20 ସିରିଜ ଜିତିନି ଭାରତ

By

Published : Jan 24, 2020, 2:22 PM IST

ଭାରତୀୟ ଦଳ ପୂର୍ବରୁ ନ୍ୟୁଜିଲାଣ୍ଡରେ ଟି20 ସିରିଜ ଜିତିବାକୁ ସକ୍ଷମ ହୋଇନାହିଁ। ଅଧିକ ପଢନ୍ତୁ...

India vs New Zealand
ନ୍ୟୁଜିଲାଣ୍ଡରେ ଟି-20 ସିରିଜ ଜିତିନି ଭାରତ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଆଜି ଇଡେନ ପାର୍କରେ ଖେଳାଯାଉଛି । ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ନ୍ୟୁଜିଲାଣ୍ଡରେ ପ୍ରଥମ ଟି20 ଖେଳୁଛି ଭାରତ । ଏହି ସିରିଜ ଉଭୟ ଟିମ ମଧ୍ୟରେ ପ୍ରଥମ 5 ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ଟି20 ସିରିଜ।

ଭାରତୀୟ ଦଳ ପୂର୍ବରୁ ନ୍ୟୁଜିଲାଣ୍ଡରେ ଟି20 ସିରିଜ ଜିତିବାକୁ ସକ୍ଷମ ହୋଇନାହିଁ। ଫଳରେ ଟି20 ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ। ପୂର୍ବରୁ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଶେଷ 5ଟି ମୁକାବିଲାରେ 4ଟିରେ ବିଜୟୀ ହୋଇଛି ଘରୋଇ ଦଳ । ମାତ୍ର ଗୋଟିଏ ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହୋଇଛି।

ନ୍ୟୁଜିଲାଣ୍ଡରେ ଟି-20 ସିରିଜ ଜିତିନି ଭାରତ

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା 11ଟି ମୁକାବିଲାରେ 8ଟିରେ ବାଜିମାତ କରିଛି ନ୍ୟୁଜିଲାଣ୍ଡ। ମାତ୍ର କ୍ୟାପଟେନ କୋହଲିଙ୍କ ନେତୃତ୍ବରେ ବର୍ତ୍ତମାନର ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ କରି ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି । ସେଥିପାଇଁ ନ୍ୟୁଜିଲାଣ୍ଡରେ ମଧ୍ୟ ପ୍ରଥମ ଥର ଭାରତୀୟ ଦଳ ଟି20 ସିରିଜ ବିଜୟୀ ହେବାନେଇ ସମ୍ଭାବନା ରହିଛି।

Intro:Body:

BLANK FOR  LINK 


Conclusion:

ABOUT THE AUTHOR

...view details