ଓଡିଶା

odisha

ବଟଲରଙ୍କୁ ଇଂଲଣ୍ଡ କୋଚ ସିଲଭରଉଡଙ୍କ ସମର୍ଥନ

By

Published : Jul 14, 2020, 6:24 PM IST

ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ ସତ୍ତ୍ବେ, ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କୁ ମୁଖ୍ୟ କୋଚ ସିଲଭରଉଡ ସମର୍ଥନ କରିଛନ୍ତି ।

England Coach Silverwood backs jos Buttler to come good in second test
ବଟଲରଙ୍କୁ ଇଂଲଣ୍ଡ କୋଚ ସିଲଭରଉଡଙ୍କ ସମର୍ଥନ

ଲଣ୍ଡନ: ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ ସତ୍ତ୍ବେ, ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କୁ ମୁଖ୍ୟ କୋଚ ସିଲଭରଉଡ ସମର୍ଥନ କରିଛନ୍ତି । ଏଥିସହିତ ଦ୍ବିତୀୟ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଫେରିବା ନେଇ ଆଶାବାଦୀ ଅଛନ୍ତି ।

ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ 4 ୱିକେଟରେ ପରାସ୍ତ କରିଛି । ସାନନ ଗାବ୍ରିଏଲ ଓ କ୍ୟାପଟେନ ହୋଲ୍ଡରଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ଯୋଗୁଁ ଇଣ୍ଡିଜ ବିଜୟୀ ହୋଇଥିଲା । ଏଥିସହିତ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ।

ବଟଲର ପ୍ରଥମ ଇଂନିସରେ 35 ରନ କରିଥିଲେ । ମାତ୍ର ଦ୍ବିତୀୟ ଇଂନିସରେ 7ନଂ ସ୍ଥାନରେ ବ୍ୟାଟିଂ ଆସି, ମାତ୍ର 13ଟି ବଲ ଖେଳି, 9 ରନ କରିଥିଲେ । ଦ୍ବିତୀୟ ଟେଷ୍ଟ ମାଞ୍ଚେଷ୍ଟରରେ ଜୁଲାଇ 16ରେ ଖେଳାଯିବ ।

ABOUT THE AUTHOR

...view details