ଓଡିଶା

odisha

ଆଗାମୀ ଆଇପିଏଲରୁ ଆହତ ଆୟର ଆଉଟ୍‌

By

Published : Mar 25, 2021, 3:58 PM IST

ଆଇପିଏଲ 2021 ଖେଳିବେନି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର । ଅଧିକ ପଢନ୍ତୁ...

Delhi capitals skipper shreyas iyer ruled out of IPL 2021
ଆଗାମୀ ଆଇପିଏଲରୁ ଆହତ ଆୟର ଆଉଟ୍

ନୂଆଦିଲ୍ଲୀ:ଆଇପିଏଲ 2021 ଆରମ୍ଭକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରୁ ବାଦ ପଡିଛନ୍ତି । ଏନେଇ ଫ୍ରାଞ୍ଚାଇଜ କୋ-ଓନର ପାର୍ଥ ଜିନ୍ଦଲ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଆୟର ଆଇପିଏଲ ଖେଳିବା ନାହିଁ ବୋଲି ସ୍ପଷ୍ଟ କରିବା ସହ ଏହା ଘୋଷଣା କରି ଦୁଃଖିତ ବୋଲି କହିଛନ୍ତି । ଆଗାମୀ ଟି20 ବିଶ୍ବକପରେ ଭାରତ ଆୟରଙ୍କୁ ଆବଶ୍ୟକତା କରୁଛି ବୋଲି ଟ୍ବିଟରେ ସେ ଉଲ୍ଲେଖ କରିଛନ୍ତି ।

ମଙ୍ଗଳବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂବେଳେ ଆହତ ହୋଇଥିଲେ ଆୟର । ବାମକାନ୍ଧରେ ଜୋର୍‌ରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ପରେ ତାଙ୍କ ସ୍ଥାନରେ ଶୁଭମନ ଗିଲ୍‌ ଫିଲ୍ଡିଂ କରିଥିଲେ । ପରେ ବିସିସିଆଇ ପକ୍ଷରୁ ଏକ ମିଡିଆ ବିବୃତି ଜାରି କରାଯାଇ ଆୟରଙ୍କୁ ସ୍କାନ ପାଇଁ ନିଆଯାଇଥିବା କହିବା ସହ ମ୍ୟାଚ ଖେଳିପାରିବେ ନାହିଁ ବୋଲି କୁହାଯାଇଥିଲା ।

ତେବେ ଏହାପରଠାରୁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଆଇପିଏଲ 2021ରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଗୁରୁବାର ଏହା ସ୍ପଷ୍ଟ ହେବାପରେ ଆୟର ମଧ୍ୟ ଟ୍ବିଟ କରି ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details