ଓଡିଶା

odisha

T20 World Cup: ମ୍ୟାଚ୍‌ ବାତିଲ ପରେ ଅସନ୍ତୋଷ ବ୍ୟକ୍ତ କଲେ ବଟଲର

By

Published : Oct 30, 2022, 9:28 AM IST

ବର୍ଷା କାରଣରୁ ଇଂଲଣ୍ଡର ପଏଣ୍ଟ ସମୀକରଣ ମଧ୍ୟ ଓଲଟ ପାଲଟ ହୋଇଛି । ଏନେଇ ନିରାଶ ହୋଇଛନ୍ତି ଅଧିନାୟକ ଜସ୍ ବଟଲର । ଅଧିକ ପଢନ୍ତୁ

ମ୍ୟାଚ ବାତିଲ ପରେ ନିରାଶ ହେଲେ ବଟଲର, କହିଲେ ଆମେ ସବୁ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁ
ମ୍ୟାଚ ବାତିଲ ପରେ ନିରାଶ ହେଲେ ବଟଲର, କହିଲେ ଆମେ ସବୁ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁ

ମେଲବର୍ଣ୍ଣ : ଇଂଲିସ ଟିମର ବିଜୟ ରାସ୍ତାରେ ଖଳନାୟକ ସାଜିଛି ବର୍ଷା । ବର୍ଷା କାରଣରୁ ଇଂଲଣ୍ଡ ଜିତିବା ମ୍ୟାଚରେ ପରାସ୍ତ ହୋଇଛି । ଏହା ସହିତ ଇଂଲଣ୍ଡର ପଏଣ୍ଟ ସମୀକରଣ ମଧ୍ୟ ଓଲଟ ପାଲଟ ହୋଇଛି । ଏନେଇ ନିରାଶ ହୋଇଛନ୍ତି ଅଧିନାୟକ ଜସ୍ ବଟଲର । ଏହା ସହିତ ସେ ବିଶ୍ବକପକୁ ନେଇ ଚାପରେ ଥିବା ନଜର ଆସିଛନ୍ତି ।

ଶକ୍ତିଶାଳୀ ଇଂଲଣ୍ଡ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଦଳ ପାଇଁ ବର୍ଷା କଣ୍ଟା ସାଜିଥିଲା । ବର୍ଷା ପାଇଁ ଆୟରଲାଣ୍ଡ ବିପକ୍ଷରେ DLS ମେଥଡ ପ୍ରୟୋଗ କରାଯାଇଥିଲା । ଏଥିରେ ଇଂଲଣ୍ଡ ୫ ରନରେ ପରାସ୍ତ ହୋଇଥିଲା । ଯାହା ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଥିଲା । ସେହିପରି ପରବର୍ତ୍ତୀ ମ୍ୟାଚ ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ସହିତ ରହିଥିଲା । ବଟଲରଙ୍କ କହିବା ମୁତାବକ ଇଂଲିସ ଟିମ କଙ୍ଗାରୁ ଦଳକୁ ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା ।

ହେଲେ ଏଥିରେ ମଧ୍ୟ ବର୍ଷା ବଟଲରଙ୍କ ସବୁ ଯୋଜନାରେ ପାଣି ପକାଇଦେଇଥିଲା । ମ୍ୟାଚ ବାତିଲ ପରେ ଅଧିନାୟକ ବଟଲର ନିରାଶ ହୋଇଥିଲେ । ଏନେଇ ସେ କହିଛନ୍ତି ଠିକ୍ ନିର୍ଣ୍ଣୟ ନିଆଯାଇଛି । କାରଣ ମଇଦାନକୁ ଓହ୍ଲାଇବା ପାଇଁ ମଧ୍ୟ ପରିସ୍ଥିତି ଠିକ୍ ନଥିଲା । ବର୍ଷା ପାଇଁ ବାରମ୍ବାର ମ୍ୟାଚ ବାତିଲ ହେଉଛି । ଏନେଇ ବଟଲର କହିଛନ୍ତି "ମୁଁ ନିରାଶ ଅଛି । ଆମେ ସମସ୍ତ ମ୍ୟାଚ ଶେଷ ଯାଏଁ ଖେଳିବାକୁ ଚାହୁଁଛୁ । ହେଲେ ଦୁର୍ଭାଗ୍ୟବଶତଃ ଆମର ଦୁଇଟି ମ୍ୟାଚ ବେଶ୍ ପ୍ରଭାବିତ ହୋଇଛି । ଆମେ ଏମିତି ଚାହୁଁ ନାହୁଁ କି ଆମ ମ୍ୟାଚରେ ଆମେ ଏମିତି ପରିଣାମ ଭୋଗିବାରୁ ପଡୁ । ହେଲେ ଆପଣ ଦୁନିଆରେ କେଉଁଠାରେ ବି ଖେଳନ୍ତୁ ବର୍ଷା ଆସିବ ତ ଏମିତି ସ୍ଥିତି ଉପୁଜିବ ।

ଗ୍ରୁପ ୧ ପଏଣ୍ଟ ଟେବୁଲରେ ଇଂଲଣ୍ଡର ୩ ପଏଣ୍ଟ ସହିତ ରନ୍ ରେଟ୍ +0.239 ରହିଛି । ଏହା ସହିତ ଇଂଲଣ୍ଡ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲିସ ଟିମ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିସାରିଛି । ଗ୍ରୁପ ୧ କୁ ଗ୍ରୁପ ଅଫ ଡେଥ କୁହାଯାଉଛି । ସେମିରେ ପ୍ରବେଶ ପାଇଁ ସବୁ ଦଳ ଅପ୍ରାଣ ଉଦ୍ୟମ କରିବେ । ଗ୍ରୁପ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ଦଳ ଟି୨୦ ବିଶ୍ବକପ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ । ସେପଟେ ନ୍ୟୁଜିଲାଣ୍ଡ ୫ ପଏଣ୍ଟ ହାସଲ କରି ଗ୍ରୁପ ୧ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।

ABOUT THE AUTHOR

...view details