ଓଡିଶା

odisha

ଖୁବଶୀଘ୍ର ଆସିବ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌

By

Published : Sep 9, 2021, 5:28 PM IST

ଭାରତୀୟ କ୍ରିକେଟ ଟିମର ସଫଳତମ କ୍ୟାପଟେନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲିଙ୍କ କ୍ରିକେଟର କ୍ୟାରିୟର ଉପରେ ବନିବାକୁ ଯାଉଛି ବାୟୋପିକ୍‌ । ଅଧିକ ପଢନ୍ତୁ...

BCCI PRESIDENT SOURAV GANGULY THRILLED AFTER ANNOUNCEMENT OF BIOPIC
ଖୁବଶୀଘ୍ର ଆସିବ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ୟାପଟେନ ଓ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲି ନିଜ ଜୁନିୟର ଧୋନିଙ୍କ ପଛ ଅନୁସରଣ କରିଛନ୍ତି । ବିଶ୍ବକପ ବିଜୟୀ କ୍ୟାପଟେନ ଧୋନିଙ୍କ ପରି ବେଙ୍ଗଲ ଟାଇଗର ନାମରେ ପରିଚିତ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ଏକ ଫିଲ୍ମ(ବାୟୋପିକ୍‌) ବନିବାକୁ ଯାଉଛି । ଏହାର ଘୋଷଣା ନିଜେ ଗାଙ୍ଗୁଲି ଟ୍ବିଟ୍‌ ଯୋଗେ କରିଛନ୍ତି ।

ଗାଙ୍ଗୁଲି ଟ୍ବିଟରେ ଲେଖିଛନ୍ତି, "କ୍ରିକେଟ ମୋର ଜୀବନ ରହିଛି । ଏହା ମୋତେ ମୁଣ୍ଡ ଉଚ୍ଚା କରି ଆଗକୁ ବଢିବାକୁ ଆତ୍ମବିଶ୍ବାସ ଓ କ୍ଷମତା ଦେଇଛି । ଏକ ଯାତ୍ରା, ଯାହାକୁ ତାଜା ହେବ ।" ଲବ ଫିଲ୍ମସ ମୋର କ୍ରିକେଟ ଯାତ୍ରା ଉପରେ ଏକ ବାୟୋପିକ ବନାଇବାକୁ ଯାଉଛି ଓ ବଡ ପରଦାରେ ଏହାକୁ ଜୀବନ୍ତ କରିବ । ତେବେ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବେ ସେ ନେଇ ଏଯାବତ ସ୍ଥିର ହୋଇନାହିଁ ।

ଫଳରେ କ୍ରିକେଟରୁ ଦୁଇଟି ଫିଲ୍ମ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ବର୍ଷ ୧୯୮୩ ବିଶ୍ବକପ ବିଜେତା ଟିମ ଉପରେ ତିଆରି ହୋଇଥିବା ଫିଲ୍ମ '୮୩' ରେ କପିଳ ଦେବଙ୍କ ଭୂମିକା ରଣବୀର ସିଂହ ନିଭାଉଛନ୍ତି ।

ଏହି ଫିଲ୍ମ ୨୦୧୯ରେ ହିଁ ପ୍ରସ୍ତୁତ ହୋଇଯାଇଥିଲା । ମାତ୍ର କୋରୋନା କାରଣରୁ ଏକାଧିକ ବାର ରିଲିଜ୍‌ ତାରିଖ ଘୁଞ୍ଚାଯାଇଛି ।

ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ 'ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ' ବର୍ଷ ୨୦୧୬ରେ ରିଲିଜ ହୋଇଥିଲା । ଫିଲ୍ମରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁଖ୍ୟ ଭୂମିକାରେ ରହିଥିଲେ । ଏହାପରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ପ୍ରାମାଣିକ ଚଳଚିତ୍ର 'ସଚିନ- ବିଲିଅନ ଡ୍ରିମ୍ସ' ମଧ୍ୟ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details