ଓଡିଶା

odisha

ଟିମ୍‌ ଇଣ୍ଡିଆର ନୂଆ ଅଫିସିଆଲ୍‌ ପାର୍ଟନର ଘୋଷଣା କଲା BCCI

By ETV Bharat Odisha Team

Published : Jan 9, 2024, 6:34 PM IST

BCCI Official Partners: 2024-2026 କ୍ରିକେଟ୍‌ ସିଜିନ୍‌ ପାଇଁ ନୂଆ ଅଫିସିଆଲ୍‌ ପାର୍ଟନର ଘୋଷଣା କଲା ବିସିସିଆଇ । କାମ୍ପା ଓ ଆଟମବର୍ଗ ଟେକ୍ନୋଲୋଜି ହେଲେ ବିସିସିଆଇର ନୂଆ ଅଫିସିଆଲ ପାର୍ଟନର । ଅଧିକ ପଢ଼ନ୍ତୁ...

ନୂଆ ଅଫିସିଆଲ୍‌ ପାର୍ଟନର ଘୋଷଣା କଲା BCCI
ନୂଆ ଅଫିସିଆଲ୍‌ ପାର୍ଟନର ଘୋଷଣା କଲା BCCI

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆ ଘରୋଇ ଓ ଅନ୍ତର୍ଜାତୀୟ ସିଜିନ୍‌ 2024-2026 ପାଇଁ ନୂଆ ଆଧିକାରୀକ ପାର୍ଟନର ଘୋଷଣା କଲା ବିସିସିଆଇ । କାମ୍ପା ଓ ଆଟମବର୍ଗ ଟେକ୍ନୋଲୋଜିକୁ ଅଫିସିଆଲ୍‌ ପାର୍ଟନର ଭାବେ ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ଏନେଇ ବିସିସିଆଇର ଆଧିକାରୀକ ୱେବ୍‌ସାଇଟ୍‌ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ମଧ୍ୟ ସେୟାର କରିଛି ବିସିସିଆଇ ।

ଏହି ବିଜ୍ଞପ୍ତିରେ କୁହାଯାଇଛି, "କ୍ରିକେଟ୍‌ ପ୍ରଶଂସକମାନେ ଉତ୍ସାହର ସହିତ ଟିମ୍‌ ଇଣ୍ଡିଆର ପ୍ରତିଯୋଗିତା ଏବଂ ମୈଦାନରେ ଆମ ଖେଳାଳିଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ତେବେ ପ୍ରଶଂସକଙ୍କ ଅଭିଜ୍ଞତାକୁ ଏବଂ ଭାରତୀୟ କ୍ରିକେଟର ସ୍ଥିତିକୁ ବଢ଼ାଇବା ପାଇଁ ବିସିସିଆଇ ଦୁଇଟି ଘରୋଇ ବ୍ରାଣ୍ଡ କାମ୍ପା ଏବଂ ଆଟମବର୍ଗ ଟେକ୍ନୋଲୋଜି ସହିତ ଯୋଡ଼ି ହୋଇ ଖୁସି ପ୍ରକାଶ କରୁଛି ।" ବିସିସିଆଇ କହିବା ଅନୁସାରେ, କାମ୍ପା ରିଲାଏନ୍ସ ଗ୍ରାହକ ଉତ୍ପାଦ ଅଧୀନରେ ଏକ ପୁରୁଣା ବ୍ରାଣ୍ଡ, ଏହା ଏକ ଉତ୍ସାହଜନକ ଶୃଙ୍ଖଳା ଘୋଷଣା କରିବା ଏବଂ ଷ୍ଟାଡିୟମରେ ପ୍ରଶଂସକମାନଙ୍କୁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ସହଯୋଗ କରିବ । ସେହିଭଳି ଆଟମବର୍ଗ ଭାରତର ଦ୍ରୁତଗତିରେ ଆଗକୁ ବଢ଼ୁଥିବା ଉପଭୋକ୍ତା ଉପକରଣ ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ସ୍ମାର୍ଟ ପ୍ରଶଂସକଙ୍କ ମଧ୍ୟରେ ଏବଂ ବଜାରରେ ଏହା ବେଶ ଆଗରେ ରହିଛି । ଏହା ନିକଟରେ ସ୍ମାର୍ଟ ଲକ୍‌ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ବ୍ୟବସାୟ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟର ଶାମିଙ୍କୁ ଅର୍ଜୁନ ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏହାକୁ ନେଇ କହିଛନ୍ତି, "ଇଣ୍ଡିଆ ହୋମ୍‌ କ୍ରିକେଟ୍‌ ସିଜନ୍‌ 2024-26 ପାଇଁ ଆମର ସମ୍ମାନୀତ ଅଂଶୀଦାର ଭାବରେ କାମ୍ପା ଏବଂ ଆଟମବର୍ଗ ଟେକ୍ନୋଲୋଜି ଗୁଡିକୁ ସ୍ୱାଗତ କରି ଆମେ ଆନନ୍ଦିତ । ସାରା ଦେଶରେ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଏକ ନିଆରା କ୍ରିକେଟ୍‌ ଅଭିଜ୍ଞତା ସୃଷ୍ଟି କରିବାକୁ ଆମେ ଅପେକ୍ଷା କରିଛୁ ।" ସେହିଭଳି ବିସିସିଆଇ ସଚିବ ଜୟ ଶାହ ଏହି ସହଯୋଗ ନେଇ ଖୁସି ବ୍ଯକ୍ତ କରି କହିଛନ୍ତି, "2024-26 ଘରୋଇ ସିଜିନ୍‌ ପାଇଁ ଆମର ଅଫିସିଆଲ୍‌ ପାର୍ଟନର ଭାବରେ କାମ୍ପା ଏବଂ ଆଟମବର୍ଗ ଟେକ୍ନୋଲୋଜିକୁ ସ୍ବାଗତ କରି ଆମେ ଆନନ୍ଦିତ । କାମ୍ପା ଏବଂ ଆଟମବର୍ଗ ଟେକ୍ନୋଲୋଜି ସହଯୋଗରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାକୁ ଆମେ ଅପେକ୍ଷା କରିଛୁ । ଏହି ସହଭାଗୀତା ଏକ ସଫଳ କ୍ରିକେଟ୍‌ ସିଜିନ୍‌ ପାଇଁ ଆମର ସାମୂହିକ ଦୃଷ୍ଟିକୋଣର ଏକ ପ୍ରମାଣ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details