ETV Bharat / sports

କ୍ରିକେଟର ଶାମିଙ୍କୁ ଅର୍ଜୁନ ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି ମୁର୍ମୁ

author img

By ETV Bharat Odisha Team

Published : Jan 9, 2024, 11:48 AM IST

Updated : Jan 9, 2024, 1:52 PM IST

National Sports Award: ରାଷ୍ଟ୍ରପତି ଭବନରେ ଜାତୀୟ ଖେଳ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି । ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କ୍ରିକେଟର ମହମ୍ମଦ ଶାମି । ଅଧିକ ପଢନ୍ତୁ

ଜାତୀୟ ଖେଳ ପୁରସ୍କାର
Mohammed Shami

ନୂଆଦିଲ୍ଲୀ: ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେଲେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଶାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି । ଆଇସିସି ବିଶ୍ବକପ 2023ରେ ଉଚ୍ଚକୋଟିର ପ୍ରଦର୍ଶନ ଯୋଗୁଁ ଅର୍ଜୁନ ପୁରସ୍କାର ପାଇଁ ଶାମିଙ୍କୁ ମନୋନୀତ କରାଯାଇଥିଲା ।

ଗତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପରେ ଶାମି ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । 7ଟି ମ୍ୟାଚ ଖେଳିଥିବା ଭାରତୀୟ ଷ୍ଟାର ପେସର୍‌ ମହମ୍ମଦ ଶାମି 24ଟି ୱିକେଟ୍‌ ନେଇ ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଟେକର୍ ପାଲଟିଥିଲେ । ଏପରିକି ସେମିଫାଇନାଲ୍‌ରେ 7ଟି ୱିକେଟ୍‌ ଦଖଲ କରି ସେ ଏକାକୀ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶ୍ବକପ୍‌ରେ ଏଭଳି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଏବେ ଶାମିଙ୍କୁ ଏହାର ପୁରସ୍କାର ମିଳିଛି । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ଶାମିଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର:

ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ମହମ୍ମଦ ଶାମିଙ୍କ ସମେତ 26 ଜଣ ଭାରତୀୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସାମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ବ୍ଲାଇଣ୍ଡ କ୍ରିକେଟରେ ଅଜୟ ରେଡ୍ଡୀ, ତୀରନ୍ଦାଜରେ ଓଜେସ ପ୍ରବୀଣ ଦେଓତାଲେ, ପାରା ଆର୍ଚେରୀରେ ଶୀତଲ ଦେବୀ, ହକିରେ କୃଷ୍ଣ ବାହଦୂର ପାଠକ, ତୀରନ୍ଦାଜରେ ଆଦିତି ଗୋପୀଚାନ୍ଦ ସ୍ବାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେହିପରି ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ, ହୁସାମୁଦ୍ଦିନ (ବକ୍ସିଂ), ଆର ବୈଶାଳୀ (ଚେସ୍‌), ଦିବ୍ୟକୃତୀ ସିଂହ (ଅଶ୍ବାରୋହୀ), ଅନୁଶ ଅଗ୍ରଓ୍ବାଲା (ଅଶ୍ବାରୋହୀ), ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର (ସୁଟିଂ), ଦିକ୍ଷା ଡାଗର (ଗଲ୍ଫ), ଏମ୍‌ ଶ୍ରୀଶଙ୍କର (ଆଥଲେଟିକ୍ସ), ସୁଶିଳା ଚାନୁ (ହକି), ପିଙ୍କି (ଲନ୍ ବଲ), ନସରୀନ (ଖୋ-ଖୋ), ରିତୁ ନେଗୀ (କବାଡ଼ି) ପବନ କୁମାର (କବାଡ଼ି), ନାଓରେମ ରୋଶିବିନା ଦେବୀ (ଉସୁ), ସୁନୀଲ କୁମାର (କୁସ୍ତି), ଅନ୍ତିମ ପାଂଘଲ (କୁସ୍ତି), ଅୟହିକା, ମୁଖାର୍ଜୀ (ଟେବୁଲ ଟେନିସ୍), ପ୍ରାଚୀ ଯାଦବ (ପାରା ନୋଇନିଂ), ଈଶା ସିଂ (ସୁଟିଂ), ହରିନ୍ଦର ପାଲ ସିଂ ସନ୍ଧୁ (ସ୍କ୍ୱାସ୍)ଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2024, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.