ଓଡିଶା

odisha

ଡେଞ୍ଜର ଜୋନ୍‌ରେ ଅଷ୍ଟ୍ରେଲିଆ: ବିଶ୍ୱକପରୁ ବିଦା ହୋଇପାରେ ଡିଫେଣ୍ଡିଂ ଚମ୍ପିଆନ, ଏମିତି ରହିଛି ପଏଣ୍ଟ ଟେବୁଲ

By

Published : Oct 28, 2022, 10:51 PM IST

ସେମିଫାଇନାଲରେ ପ୍ରବେଶ କରିବା ପାଇଁ କଙ୍ଗାରୁ ଦଳର ଆଶା ଧୀରେ ଧିରେ କ୍ଷୀଣ ହେବାରେ ଲାଗିଛି । କାରଣ ଆରୋନ ଫିଞ୍ଚ ଦଳ ଗ୍ରୁପ ୧ ପଏଣ୍ଟ ଟେବୁଲରେ ୩ ପଏଣ୍ଟ ପାଇ ରନ ରେଟ -୧.୫୫୫ ସହ ଚତୁର୍ଥ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

ବିଶ୍ବକପରୁ ବିଦା ହୋଇପାରେ ଡିଫେଣ୍ଡିଂ ଚମ୍ପିଆନ, ଏମିତି ରହିଛି ପଏଣ୍ଟ ଟେବୁଲ
ବିଶ୍ବକପରୁ ବିଦା ହୋଇପାରେ ଡିଫେଣ୍ଡିଂ ଚମ୍ପିଆନ, ଏମିତି ରହିଛି ପଏଣ୍ଟ ଟେବୁଲ

ହାଇଦ୍ରାବାଦ: ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ରେଡ ଜୋନରେ ରହିଛି । ସେମିଫାଇନାଲରେ ପ୍ରବେଶ କରିବା ପାଇଁ କଙ୍ଗାରୁ ଦଳର ଆଶା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । କାରଣ ଆରୋନ ଫିଞ୍ଚ ଦଳ ଗ୍ରୁପ ୧ ପଏଣ୍ଟ ଟେବୁଲରେ ୩ ପଏଣ୍ଟ ପାଇ ରନ ରେଟ -୧.୫୫୫ ସହ ଚତୁର୍ଥ ସ୍ଥାନରେ ରହିଛି । ଯାହା ଅଷ୍ଟ୍ରେଲିଆ ପାଇଁ ଭବିଷ୍ୟତରେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ସମସ୍ୟା ଉପୁଜି ପାରେ । କାରଣ ପଏଣ୍ଟ ଟେବୁଲରେ ରହିଥିବା ଶୀର୍ଷ ଦୁଇଟି ଦଳ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ ।

ସେମିଫାଇନାଲରେ ପ୍ରବେଶ ପାଇଁ ସବୁ ଦଳ ଫୁଲ ଦମରେ ଲାଗିପଡିଛନ୍ତି । ହେଲେ ଶକ୍ତିଶାଳୀ ଦଳଗୁଡିକ ପାଇଁ ବର୍ଷା ଖଳନାୟକ ସାଜିଛି । ବର୍ଷା କାରଣରୁ ମ୍ୟାଚ ବାତିଲ ହେଉଛି । ମ୍ୟାଚର ଫଳାଫଳ ଓଲଟ ପାଲଟ ହେଉଛି । ଏହାର ପ୍ରଭାବ ସିଧାସଳଖ ପଏଣ୍ଟ ଟେବୁଲ ଉପରେ ପଡୁଛି । ଯଦି ଆମେ ଗ୍ରୁପ ୧ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ କଥା ବିଚାର କରିବା ତାହେଲେ ଅଷ୍ଟ୍ରେଲିଆର ସେମିରେ ପ୍ରବେଶ କରିବା ସମ୍ଭାବନା ବହୁତ କମ ରହିଛି । କାରଣ ସୁପର ୧୨ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳି ୩ ପଏଣ୍ଟ ପାଇଛି । ଦଳ ଗୋଟିଏ ମ୍ୟାଚ ଜିତି ଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ବରଣ କରିଥିଲା । ଗୋଟିଏ ମ୍ୟାଚ ବାତିଲ ହେବା କାରଣରୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗତ ଥର ଡିଫେଣ୍ଡିଂ ଚମ୍ପିଆନକୁ ସେମିରେ ପ୍ରବେଶ କରିବାକୁ ହେଲେ ପରବର୍ତ୍ତୀ ଦୁଇଟି ମ୍ୟାଚ ବଡ ବ୍ୟବଧାନରେ ଜିତିବାକୁ ପଡିବ ।

ସେପଟେ ଇଂଲିସ ଟିମର ମଧ୍ୟ ସମାନ ସ୍ଥିତି ରହିଛି । ସେ ମଧ୍ୟ ତିନୋଟି ମ୍ୟାଚ ଖେଳି ୩ ପଏଣ୍ଟ ହାସଲ କରିଛି । ହେଲେ ଜସ ବଟଲଟ ଟିମ ପଏଣ୍ଟ ଟେବୁଲରେ +0.239 ରନ ରେଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ହେଲେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ଟିମ ତୁଳନରେ ଦୁର୍ବଳ ଥିବା ଆୟରଲାଣ୍ଡ ମଝାମଝିରେ ରହିଛି । ଆୟରଲାଣ୍ଡ ତିନୋଟି ମ୍ୟାଚ ଖେଳିସାରିଛି । ଗୋଟିଏ ମ୍ୟାଚରେ ବିଜୟ, ଗୋଟିଏ ପରାଜୟ, ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଏହାର ରନ ରେଟ -1.170 ରହିଛି ।

ଗ୍ରୁପ ୧ କୁ ଗ୍ରୁପ ଅଫ ଡେଥ କୁହାଯାଉଛି । ତେଣୁ ଏହି ଗ୍ରୁପରେ ଥିବା ସମସ୍ତ ଦଳ ସେମିରେ ପ୍ରବେଶ ପାଇଁ ଅପ୍ରାଣ ଉଦ୍ୟମ କରିବେ । ଯଦି ପରବର୍ତ୍ତୀ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ବଡ ବ୍ୟବଧାନରେ ବିପକ୍ଷ ଦଳକୁ ପରାସ୍ତ କରିବ ତାହେଲେ ଅଷ୍ଟ୍ରେଲିଆ ସେମିକୁ ରାସ୍ତା ଫିଟି ପାରେ । କଙ୍ଗାରୁ ଦଳ ପରବର୍ତ୍ତୀ ଅକ୍ଟୋବର ୩୧ ରେ ଆୟରଲାଣ୍ଡ ଓ ନଭେମ୍ବର ୪ରେ ଆଫଗାନିସ୍ତାନକୁ ଭେଟିବ ।

ସେପଟେ ଗ୍ରୁପ ୧ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ । କିୱି ଦଳ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ୩ ପଏଣ୍ଟ ହାତେଇବା ସହ ରନ ରେଟ +4.450 ରହିଛି । ଗତ ଥରର ରନର୍ସଅପ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ପଏଣ୍ଟ ଖାତା ଖୋଲିଥିଲା । ହେଲେ ଦୁର୍ଭଗ୍ୟବଶତଃ ଆଫଗାନିସ୍ତାନ ସହିତ ହେବାକୁ ଥିବା ମ୍ୟାଚଟି ବାତିଲ ହେବା କାରଣରୁ ବ୍ଲାକ କ୍ୟାପ୍ସକୁ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଯଦି ପରବର୍ତ୍ତୀ ଚାରୋଟି ମ୍ୟାଚରୁ କିୱି ଦଳ ତିନୋଟି ମ୍ୟାଚ ଜିତି ଗୋଟିଏ ହାରିଲେ ମଧ୍ୟ ସେମିରେ ପ୍ରବେଶ ପାଇଁ ଯୋଗ୍ୟତା ହାସଲ କରିପାରିବ ।

ABOUT THE AUTHOR

...view details