ଭୁବନେଶ୍ବର:ମହାମାରୀ ସମୟର ନିଚ୍ଛକ ସତ ଓ ହୃଦୟ ବିଦାରକ ଦୃଶ୍ୟପଟକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ଭୋକ' । ଏହି ଚଳଚ୍ଚିତ୍ରର ଅଡ଼ିଓ ଓ ପୋଷ୍ଟର ରିଲିଜ ହୋଇଛି । ପାନ୍ଥନିବାସ ଠାରେ ଏହାର ରିଲିଜ ହୋଇଥିବାବେଳେ ଅଭିନେତା ଅଙ୍କିତ ଓ ଅଭିନେତ୍ରୀ କବ୍ୟାକିରଣ ଏଥିରେ ଅଭିନୟ କରିଛନ୍ତି ।
କାହାଣୀ ଓ ସଂଳାପ ଲେଖିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ । ଚଳଚ୍ଚିତ୍ରଟି ଓଡ଼ିଆ ମୌଳିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ ମହାମାରୀ ସମୟରେ ସୁରଟରେ କାର୍ଯ୍ୟ କରୁଥିବା କାର୍ତ୍ତିକର ପରିବାର କିଭଳି ଖାଇବା ନ ପାଇଁ ଦାନା ମୁଠାଏ ପାଇଁ ଅନେକ ସଂଘର୍ଷର ସାମ୍ନା କରିଛନ୍ତି ତାହା ହିଁ ଚିତ୍ରିତ ହୋଇଛି ।