ଓଡିଶା

odisha

ପୁଣି କଙ୍ଗନାଙ୍କ ଟାଗେର୍ଟରେ ଜାଭେଦ, ଲେଖିଲେ ଏମିତି କିଛି...

By

Published : Apr 25, 2021, 9:29 PM IST

ନିକଟରେ କଙ୍ଗନା ତାଙ୍କ ଘରୁ କିଛି ଫଟୋ ସେୟାର କରିଛନ୍ତି । କିନ୍ତୁ ଏହି ଫଟୋଗୁଡିକ ଅପେକ୍ଷା ଫଟୋରେ ଦିଆଯାଇଥିବା କ୍ୟାପସନ ଫ୍ୟାନ୍ସଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି । ଅଧିକ ପଢନ୍ତୁ...

Kangana Ranaut borrows words from Javed Akhtar to caption her dreamy pics
ପୁଣି କଙ୍ଗନାଙ୍କ ଟାଗେର୍ଟରେ ଜାଭେଦ, ଲେଖିଲେ ଏମିତି କିଛି...

ନୂଆଦିଲ୍ଲୀ: କୋରୋନାର ଏହି ଦ୍ବିତୀୟ ଲହର ପୁଣି ଥରେ ଘର ଭିତରେ ସେଲିବ୍ରିଟିମାନଙ୍କୁ କାବୁ କରିଛି । ଯାହାକୁ ନେଇ ଆଜିକାଲି ବଲିଉଡ ଅଭିନେତ୍ରୀ କଙ୍ଗନା ମଧ୍ୟ ଘରେ ସମୟ ଅତିବାହିତ କରୁଛନ୍ତି।

ନିକଟରେ କଙ୍ଗନା ତାଙ୍କ ଘରୁ କିଛି ଫଟୋ ସେୟାର କରିଛନ୍ତି । କିନ୍ତୁ ଏହି ଫଟୋଗୁଡିକ ଅପେକ୍ଷା ଫଟୋରେ ଦିଆଯାଇଥିବା କ୍ୟାପସନ ଫ୍ୟାନ୍ସଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି । କାରଣ ତାଙ୍କ କ୍ୟାପସନ୍ ସିଧାସଳଖ ଜାଭେଦ୍ ଅଖତରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଗତ ବର୍ଷ କଙ୍ଗନାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିଥିଲେ ସଙ୍ଗୀତକାର ଜାଭେଦ ଅଖତର । ଏହି ମାମଲାରେ ମୁମ୍ବାଇ କୋର୍ଟରେ ଶୁଣାଣି ମଧ୍ୟ ହୋଇଥିଲା। ସଂକ୍ଷିପ୍ତ ଶୁଣାଣି ପରେ କୋର୍ଟ କଙ୍ଗନାଙ୍କ ଏହି ମାମଲା ଶେଷ କରିବାକୁ ଦେଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଫଟୋ ସହିତ କୁଇନ ଜାଭେଦ ଅଖତରଙ୍କ କିଛି ପଂକ୍ତି ତାଙ୍କ ଫଟୋ ସହିତ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋଗୁଡ଼ିକରେ କଙ୍ଗନା ଏକ କ୍ରିମ୍ ରଙ୍ଗର ପୋଷାକ ପିନ୍ଧି ବାଲକୋନୀରେ ବସିଛନ୍ତି । ଏଥିସହିତ ତାଙ୍କ ହାତରେ ଏକ ବହି ଅଛି ।

ଫଟୋର କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, ମୁଁ ଶୋଷିଲା ରୁହେ, କିନ୍ତୁ ସେ ଏତିକି ତ କିଛି କଲା, ମୋ ଆଖିର ପଲକକୁ ପାଣି ଦେଇଗଲା, ତା ଠାରୁ କିଛି ପାଇ ପାରିବି, ଏମିତି କିଛି ଆଶା ତ ନଥିଲା, ମୋ ଜୀବନରେ ଏମିତି କିଛି କାହାଣୀ ଦେଇଗଲା ଯାହାକୁ ମୁଁ ଜୀବନସାରା ମନେରଖିବି: ଜାଭେଦ ଅଖତର ।

କଙ୍ଗନାଙ୍କ ଏହି ଫଟୋଗୁଡ଼ିକରେ ଫ୍ୟାନ୍ସ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ,କଙ୍ଗନା ଥଲାଇଭି ଫିଲ୍ମରେ ନଜର ଆସିବେ।

ABOUT THE AUTHOR

...view details