ଓଡିଶା

odisha

Anushka Sharama Comeback: ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଲେ ଅଭିନେତ୍ରୀ, ଝୁଲଣ ଗୋସ୍ବାମୀଙ୍କ ଭୂମିକାରେ ଆସିବେ ନଜର

By

Published : Jan 7, 2022, 7:25 AM IST

ଦୀର୍ଘ ତିନି ବର୍ଷ ପରେ ପୁଣି ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆ ଆକାଉଣ୍ଟରେ 'ଚକଦା ଏକ୍ସପ୍ରେସ' (Chakda Xpress First Look) ର ଫାଷ୍ଟ ଲୁକ୍‌ ଲଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଲେ ଅଭିନେତ୍ରୀ, ନିଭାଇବେ ଝୁଲଣ ଗୋସ୍ବାମୀଙ୍କ ଭୂମିକା
ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଲେ ଅଭିନେତ୍ରୀ, ନିଭାଇବେ ଝୁଲଣ ଗୋସ୍ବାମୀଙ୍କ ଭୂମିକା

ହାଇଦ୍ରାବାଦ: ଦୀର୍ଘ ତିନି ବର୍ଷ ପରେ ପୁଣି ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆ ଆକାଉଣ୍ଟରେ 'ଚକଦା ଏକ୍ସପ୍ରେସ' (Chakda Xpress First Look) ର ଫାଷ୍ଟ ଲୁକ୍‌ ଲଞ୍ଚ କରିଛନ୍ତି । ଏହା ସହିତ ଏହାର ସୁଟିଂ ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଫିଲ୍ମଟି ଭେଟେରାନ୍ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଜୀବନୀ ଉପରେ ଅନୁପ୍ରାଣିତ । ଏହା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ବିଶ୍ବ କ୍ରିକେଟ୍ ଇତିହାସରେ ସବୁଠୁ ଦ୍ରୁତ ମହିଳା ବୋଲରଙ୍କ ମଧ୍ୟରୁ ଝୁଲଣ ଗୋସ୍ବାମୀଙ୍କ ଗୌରବମୟ ଯାତ୍ରା ବିଷୟରେ କହିବ।

ପ୍ରୋସିତ ରୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଅନୁଷ୍କା ଲିଡ୍‌ ରୋଲରେ ଅଛନ୍ତି। ଏହି ଟିଜର ରିଲିଜ ହେବା ପରେ ଅନୁଷ୍କା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାକୁ ସେୟାର କରିଛନ୍ତି। ଆଉ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ଏହା ବାସ୍ତବରେ ଏକ ସ୍ବତନ୍ତ୍ର ଫିଲ୍ମ। କାରଣ ଏହା ବଳିଦାନର ଏକ ଜବରଦସ୍ତ କାହାଣୀ। ଚକଦା ଏକ୍ସପ୍ରେସ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଅଧିନାୟକ ଝୁଲଣ ଗୋସ୍ବାମୀଙ୍କ ଜୀବନୀ ଉପରେ ଏହା ଆଧାରିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details