ଓଡିଶା

odisha

ବଦଳିଛି ସମୟ, ଭାରତକୁ ଚନ୍ଦ୍ରଯାନ-3 ଟୋକ୍ନୋଲୋଜି ମାଗିଥିଲା ଶକ୍ତିଶାଳୀ ଆମେରିକା: ଇସ୍ରୋ ମୁଖ୍ୟ

By ETV Bharat Odisha Team

Published : Oct 16, 2023, 2:03 PM IST

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ 92ତମ ଜନ୍ମ ବାର୍ଷିକୀରେ ଯୋଗଦେଇ ଏକ ରୋଚକ ତଥ୍ୟ ସେୟାର କରିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଅଧିକ ପଢନ୍ତୁ

chandrayaan 3
chandrayaan 3

ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଚନ୍ଦ୍ରଯାନ-3ର ସଫଳତା ବିଶ୍ବ ବିଦିତ। ଚନ୍ଦ୍ରଯାନ ମିଶନ ସଫଳତା ପରେ ଇସ୍ରୋକୁ ଅନେକ ଦେଶର ଶୁଭେଚ୍ଛା ଛୁଟିଥିବା ବେଳେ ଅନେକ ପ୍ରଶଂସା ସାଉଟିଛି ଭାରତ। ଏହାରି ଭିତରେ ଗତକାଲି(ରବିବାର) ଇସ୍ରୋ ମୁଖ୍ୟ ଏକ ଖୁଲାସା କରିଛନ୍ତି । ଆମେରିକାର ବୈଜ୍ଞାନିକମାନେ ଚନ୍ଦ୍ରଯାନ-3ର ପ୍ରଯୁକ୍ତିବିଦ୍ୟା ଏବଂ ଯନ୍ତ୍ରପାତି ସେୟାର କରିବା ପାଇଁ ଆମକୁ ଅନୁରୋଧ କରିଥିବା ନେଇ କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ସେ କହିଛନ୍ତି ଯେ, "ଭାରତର ରକେଟ ଏବଂ ମହାକାଶ ଉପଯୋଗୀ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରୁଛି ବିଶ୍ବ । ଆମ ଟେକ୍ନୋଲୋଜିକୁ ଜାଣିବା ପାଇଁ ସମସ୍ତ ଦେଶ ଉତ୍ସାହିତ ।"

ସୂଚନା ଅନୁସାରେ, ଗତକାଲି(ରବିବାର) ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ 92ତମ ଜନ୍ମ ବାର୍ଷିକୀରେ ଏସ ସୋମନାଥ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ । ଚନ୍ଦ୍ରଯାନ ଏବଂ ମହାକାଶ କ୍ଷେତ୍ରରେ ଅଗ୍ରଗତି ନେଇ ଛାତ୍ରଛାତ୍ରୀଙ୍କୁ ଅନେକ ସୂଚନା ଦେଇଥିଲେ ଏସ୍‌ ସୋମନାଥ ।

ଏସ ସୋମନାଥଙ୍କ କହିବା ଅନୁସାରେ, "ଚନ୍ଦ୍ରଯାନ 3ର ଡିଜାଇନ୍ ଏବଂ ବିକାଶ ସମୟରେ ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଜେଟ୍ ପ୍ରପୁଲସନ୍ ଲ୍ୟାବ୍(JPL)ର 5ରୁ 6ଜଣ ବିଶେଷଜ୍ଞ ISRO ନିମନ୍ତ୍ରଣ କ୍ରମେ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ । ଭାରତୀୟ ଇଞ୍ଜିନିୟରମାନଙ୍କ ଦ୍ବାରା ପ୍ରସ୍ତୁତ ଚନ୍ଦ୍ରଯାନ-3ର ଡିଜାଇନ୍‌, ସଫ୍ଟ ଲ୍ୟାଣ୍ଡିଂ ଏବଂ ବିଭିନ୍ନ ଉପକରଣ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଏହାପରେ ଆମେରିକୀୟ ବୈଜ୍ଞାନିକମାନେ କହିଥିଲେ, ଆମେ ଏହା ଉପରେ କୌଣସି ଟିପ୍ପଣୀ ଦେବୁ ନାହିଁ । ସବୁ କିଛି ଠିକ ହେବ। ଏହାପରେ ପଚାରିଥିଲେ ଚନ୍ଦ୍ରଯାନ-3 ପାଇଁ ଆବଶ୍ୟକୀୟ ଉପକରଣ କିଭଳି ଏତେ ଶସ୍ତାରେ ତିଆରି ହୋଇପାରିଲା ?"

ଏହା ମଧ୍ୟ ପଢନ୍ତୁ: ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବ: ଇସ୍ରୋ ମୁଖ୍ୟ

ସେ ଆହୁରି ମଧ୍ୟ କହିଛନ୍ତି, "ଏହାପରେ ବୈଜ୍ଞାନିକମାନେ ଆମକୁ ପଚାରିଥିଲେ, ବ୍ୟବହୃତ ଉପକରଣ ଗୁଡିକ ଉଚ୍ଚ ଶ୍ରେଣୀର ଟେକ୍ନିକ ଉପରେ ଆଧାରିତ । ଆପଣ ଏଗୁଡିକୁ କିପରି ତିଆରି କରିଲ ? ଏହି ଟେକ୍ନିକ୍‌କୁ ଆମେରିକା ସହ କାହିଁକି ସେୟାର କରୁନାହଁ?" ଏହା ଖୁଲାସା କରିବା ପରେ ସୋମନାଥ ନିଜ ବିବୃତ୍ତିରେ କହିଥିଲେ, ଭାରତ ଆଜି ଏକ ଶକ୍ତିଶାଳୀ ଦେଶ ହୋଇପାରିଛି। ଆମର ଜ୍ଞାନ ଏବଂ ବୁଦ୍ଧି ସ୍ତର ଦୁନିଆର ସର୍ବୋତ୍ତମ।

5 ଭାରତୀୟ କମ୍ପାନୀ ତିଆରି କରୁଛନ୍ତି ରକେଟ ଉପଗ୍ରହ: ସୋମନାଥ କହିଛନ୍ତି, "ଆଜି ଭାରତ ଶକ୍ତିଶାଳୀ ହୋଇପାରିଛି। ବର୍ତ୍ତମାନ ଭାରତ ପାଖରେ ସର୍ବୋକୃଷ୍ଟ ଉପକରଣ, ରକେଟରେ ସର୍ବୋତ୍ତମ ଉତ୍ପାଦନ କରିବାର ଆମର ସାମର୍ଥ୍ୟ ରହିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କ ପାଇଁ ସ୍ପେସ୍ ସେକ୍ଟର ଖୋଲିଛନ୍ତି। ଚେନ୍ନାଇର ଅଗ୍ନିକୁଲ ଏବଂ ହାଇଦ୍ରାବାଦର ସ୍କାଇରୁଟ୍ ସମେତ ଅତି କମରେ 5ଟି ଭାରତୀୟ କମ୍ପାନୀ ଆଜି ରକେଟ୍ ଏବଂ ଉପଗ୍ରହ ତିଆରି କରୁଛନ୍ତି।"

ଚନ୍ଦ୍ରଯାନ-10 ରେ ଚନ୍ଦ୍ରରେ ଅବତରଣ କରିବ ଭାରତୀୟ: ଉଦବୋଧନ ଦେବା ସମୟରେ ସୋମନାଥ ଛାତ୍ରଛାତ୍ରୀଙ୍କୁ କହିଥିଲେ, ଆପଣ ଜାଗ୍ରତ ରହିବା ସମୟରେ ସ୍ବପ୍ନ ଦେଖନ୍ତୁ, ରାତିରେ ନୁହେଁ । ଚନ୍ଦ୍ରଯାନ-3ର ସଫଳ ଅବତରଣ କରିବା ପରେ ମୋଦି ପଚାରିଥିଲେ ଭାରତୀୟଙ୍କୁ କେବେ ଚନ୍ଦ୍ରରେ ଅବତରଣ କରାଇପାରିବା ? ମୁଁ ଭାବୁଛି ବୋଧହୁଏ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ଏହା କରାଯାଇ ପାରିବ ବା ସଫଳ ହୋଇପାରିବ । ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ହିଁ କଛି ଜଣ ରକେଟ୍‌ ଡିଜାଇନ କରିବେ ଏବଂ ଅନ୍ୟ କିଛି ଚନ୍ଦ୍ରଯାନ-10 ବସି ଯାତ୍ରା କରିବେ । ଉକ୍ତ ଯାନରେ ଜଣେ ମହିଳା ମହାକାଶଚାରୀ ମଧ୍ୟ ରହିପାରନ୍ତି । ସେ ଚନ୍ଦ୍ରରେ ଅବତରଣ କରିବାର ପ୍ରଥମ ମହିଳା ହୋଇପାରନ୍ତି ।"

ABOUT THE AUTHOR

...view details