ଓଡିଶା

odisha

Nobel Prize In Chemistry 2022: ରସାୟନ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ

By

Published : Oct 5, 2022, 3:55 PM IST

Updated : Oct 5, 2022, 4:22 PM IST

Etv BharatNobel Prize 2022 In Chemistry: ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାମ ଘୋଷଣା

ଚଳିତ ବର୍ଷର ନୋବେଲ୍ ବିଜେତା ରସାୟନ ବିଜ୍ଞାନୀ (Nobel Prize In Chemistry 2022)ଙ୍କ ନାମ ଘୋଷଣା । ଅଧିକ ପଢନ୍ତୁ

ଷ୍ଟକହୋମ: ଚଳିତ ବର୍ଷର ନୋବେଲ୍ ବିଜେତା ରସାୟନ ବିଜ୍ଞାନୀଙ୍କ ନାମ ଘୋଷଣା(Nobel Prize In Chemistry 2022) । ଫିଜିକ୍ସ ପରି ଏଥର ମଧ୍ୟ କେମିଷ୍ଟ୍ରିରେ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ କାରୋଲିନ ଆର ବେରଟୋଜି (Carolyn R Bertozzi), ମୋର୍ଟେନ ମେଲ୍ଡାଲ(Morten Meldal) ଏବଂ କେ. ବେରି ଶାର୍ପଲେସ(K. Barry Sharpless)ଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । କ୍ଲିକ୍ ଏବଂ ବାୟୋଅର୍ଥଗୋନାଲ୍ ରସାୟନର ବିକାଶ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ଷ୍ଟକହୋମର କାରୋଲିନସ୍କା ପ୍ରତିଷ୍ଠାନରେ ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ଜେନେରାଲ ହାନ୍ସ ଏଲେଗ୍ରେନ ବୁଧବାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ବେରୀ ଶାରପ୍ଲେସ୍ ଏବଂ ମୋର୍ଟେନ୍ ମେଲଡାଲ୍ ରସାୟନ ବିଜ୍ଞାନର ଏକ କାର୍ଯ୍ୟକ୍ଷମ ଫର୍ମ(functional form of chemistry) କ୍ଲିକ୍ କେମିଷ୍ଟ୍ରି ପାଇଁ ମୂଳଦୁଆ ପକାଇଛନ୍ତି, ଯେଉଁଥିରେ ମଲିକୁଲାର ବିଲ୍ଡିଂ ବ୍ଲକଗୁଡିକ କିପରି ଶୀଘ୍ର ଏବଂ ଦକ୍ଷତାର ସହିତ ଏକତ୍ର ହୋଇପାରିବେ ସେ ଉପରେ ଉଦ୍ଭାବନ କରିଛନ୍ତି । କାରୋଲିନ୍ ବର୍ଟୋଜି ଏହାକୁ ଏକ ନୂତନ ଦିଗକୁ ନେଇ ଜୀବଜଗତରେ ଏହି ଉଦ୍ଭାବନର ବ୍ୟବହାର କରିବାର ଉପାୟ ବାହାର କରିଛନ୍ତି । ଏଥିପାଇଁ ସେମାନଙ୍କୁ 2022 ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି ।

ତେବେ ରସାୟନ ବିଜ୍ଞାନରେ ଚଳିତ ବର୍ଷର ପୁରସ୍କାର ଅତ୍ୟଧିକ ଜଟିଳ ଘଟଣା ଉପରେ ନୁହେଁ ବରଂ ସହଜ ଏବଂ ସରଳ କାର୍ଯ୍ୟ ଉପରେ ଆଧାରିତ ଅନୁସନ୍ଧାନ ପାଇଁ ଦିଆଯାଉଛି । ସିଧା ସଳଖ ମାର୍ଗ ଗ୍ରହଣ କରି ମଧ୍ୟ ଫଙ୍କ୍‌ସନାଲ ଅଣୁ ଗଠନ କରାଯାଇପାରିବ ବୋଲି ନୋବେଲ ରସାୟନ ବିଜ୍ଞାନର ଚେୟାରମ୍ୟାନ୍ ଜୋହାନ ଆକଭିଷ୍ଟ କହିଛନ୍ତି ।

ତେବେ ଗତକାଲି(ମଙ୍ଗଳବାର) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌ (Anton Zeilinger )ଙ୍କ ନାମ ଘୋଷଣା କରାଯାଇ ଥିବାବେଳେ, ସୋମବାର ମେଡିସିନ୍‌(ଭେଷଜ) କ୍ଷେତ୍ରରେ ସ୍ବାନ୍ତେ ପାବୋ(Svante Paabo)ଙ୍କ ନାମ ଚଳିତ ବର୍ଷର ପ୍ରଥମ ନୋବେଲ ବିଜେତା ଭାବେ ଘୋଷଣା କରାଯାଇଥିଲା ।

ଆସନ୍ତାକାଲି(ଗୁରୁବାର) ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ । 2022 ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର 10 ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର 3ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 10 ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର 10 ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।

Last Updated :Oct 5, 2022, 4:22 PM IST

ABOUT THE AUTHOR

...view details