ଓଡିଶା

odisha

Google Bard: ମାଇକ୍ରୋସଫ୍ଟ ଟେକ୍ନୋଲୋଜିକୁ ଅନୁସରଣ କରୁଥିବା ଅଭିଯୋଗକୁ ଗୁଗୁଲ୍‌ର ଖଣ୍ଡନ

By

Published : Mar 31, 2023, 6:02 PM IST

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) କ୍ଷେତ୍ରରେ ମାଇକ୍ରୋସଫ୍ଟ ଗୁଗୁଲ୍ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲା ଗୁଗୁଲ୍ । ଅଧିକ ପଢନ୍ତୁ

Google Bard
Google Bard

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) କ୍ଷେତ୍ରରେ ଗୁଗୁଲ୍ ମାଇକ୍ରୋସଫ୍ଟକୁ ଅନୁସରଣ କରୁଥିବା ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ । ମାଇକ୍ରୋସଫ୍ଟ ଆଣିଥିବା ଏହି ଅଭିଯୋଗକୁ ଗୁଗୁଲ୍ ଖଣ୍ଡନ କରିଛି । ମାଇକ୍ରୋସଫ୍ଟ ମାଲିକାନା OpenAI ର ChatGPT କୁ ଗୁଗୁଲ୍ ତା'ର AI ଚାଟ୍‌ବଟ୍ ବାର୍ଡ ପାଇଁ କପି କରୁଛି ବୋଲି ମାଇକ୍ରୋସଫ୍ଟ ଅଭିଯୋଗ କରିଥିଲା ।

ସୂଚନା ମୁତାବକ, ଏକ ରିପୋର୍ଟରେ କୁହାଯାଇଛି ଯେ, "OpenAI ର ସଫଳତା ପରେ ଏହାକୁ ଟକ୍କର ଦେବା ପାଇଁ ଗୁଗୁଲ୍ ପ୍ୟାରେଣ୍ଟ୍, ଆଲଫାବେଟ୍ ମଧ୍ୟରେ ଦୁଇଟି AI(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଗବେଷଣା ଦଳକୁ ଏକାଠି କାମ କରିବାକୁ ବାଧ୍ୟ କରିଛି ।" ଗୁଗୁଲର ବ୍ରେନ୍ ଏଆଇ ଗ୍ରୁପ୍(Brain AI group)ର ସଫ୍ଟୱେର୍ ଇଞ୍ଜିନିୟର୍‌ମାନେ OpenAI ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସଫ୍ଟୱେର୍ ବିକଶିତ କରିବାକୁ ଆଲଫାବେଟ୍ ମଧ୍ୟରେ ଥିବା ଏକ କମ୍ପାନୀ DeepMind(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ମାନବିକତାର ଅନ୍ୟତମ ଉପଯୋଗୀ ଉଦ୍ଭାବନ) କର୍ମଚାରୀଙ୍କ ସହ କାମ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-ପୃଥିବୀରେ ଆଉ କେହି ମରିବେନି ! ଏହି ଟେକ୍ନୋଲୋଜି ସାହାଯ୍ୟରେ ଅମର ହୋଇଯିବ ମଣିଷ

ରିପୋର୍ଟରେ ଦର୍ଶାଯାଇଛି ଯେ, ଆଭ୍ୟନ୍ତରୀଣ ଭାବରେ ଏହାକୁ ଜୋମିନି କୁହାଯାଉଛି । କମ୍ପାନୀର ଏହି ମିଳିତ ପ୍ରୟାସ ଗତ ସପ୍ତାହରେ ଆରମ୍ଭ ହୋଇଥିଲା, ଯେତେବେଳେ ଗୁଗୁଲ OpenAI ଚାଟବଟ୍ ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ବାର୍ଡ କ୍ରିଏଟ୍ କରିଥିଲା । ତେବେ ଗୁଗୁଲର ମୁଖପାତ୍ର ଦି ଭର୍ଜକୁ କହିଛନ୍ତି ଯେ, ଶେୟାର ଜିପିଟି କିମ୍ବା ଚାଟ ଜିପିଟିର କୌଣସି ତଥ୍ୟ ଉପରେ ବାର୍ଡକୁ ତାଲିମ ଦିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ:-ChatGPT କୁ ଟକ୍କର ! କେତେକ ଅଫିସ୍ ଆପ୍ସରେ AI ଟୁଲ୍ସ ଆଡ୍‌ କଲା Microsoft

ଏହି ସମୟରେ, ଗୁଗୁଲ ଘୋଷଣା କରିଛି ଯେ, ବ୍ୟବହାରକାରୀଙ୍କ ପାଇଁ ପ୍ରାରମ୍ଭିକ ପରୀକ୍ଷଣ ଭାବରେ ଜେନେରେଟିଭ୍ ଏଆଇ ସହ ସହଯୋଗ କରୁଥିବା ବାର୍ଡକୁ ଆରମ୍ଭ କରିଛି । ବାର୍ଡର ପ୍ରାରମ୍ଭିକ ପ୍ରବେଶ ଆମେରିକା ଏବଂ ବ୍ରିଟେନରେ ଆରମ୍ଭ ହୋଇଛି ଏବଂ ସମୟ ସହିତ ଏହା ଅଧିକ ଦେଶ ଏବଂ ଭାଷାରେ ବିସ୍ତାର କରିବ ବୋଲି କମ୍ପାନୀ କହିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଚାଟ୍‌ଜିପିଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାର ବ୍ୟବହାର ନେଇ ବିଶ୍ବବ୍ୟାପୀ ଉତ୍କଣ୍ଠା ବଢୁଛି । ନିକଟରେ ମାଇକ୍ରୋସଫ୍ଟ ତା'ର କେତେକ ପ୍ଲାଟଫର୍ମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୁବିଧା ଆରମ୍ଭ କରିଛି । ମାଇକ୍ରୋସଫ୍ଟ ୱାର୍ଡ, ଏକ୍ସେଲ୍ ଏବଂ ଆଉଟଲୁକ୍ ଇମେଲ୍ ସହିତ ଅଫିସ୍ ସଫ୍ଟୱେୟାରର ସୁଟରେ କୃତ୍ରିମ ବୁଦ୍ଧିମତା ଉପକରଣଗୁଡ଼ିକୁ ଯୋଗ କରିଥିବା ଜଣାପଡିଛି ।

ABOUT THE AUTHOR

...view details