ଓଡିଶା

odisha

G20 Presidency: ସଭାପତିତ୍ୱକୁ ପ୍ରଶଂସା କଲା ଆମେରିକା, କହିଲା ଭାରତ ଆମର ଶକ୍ତିଶାଳୀ ସାଥୀ

By

Published : Dec 2, 2022, 9:29 PM IST

ଗୁରୁବାର ଭାରତ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି । ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

G20 Presidency: ଭାରତର ସଭାପତିତ୍ବକୁ ପ୍ରଶଂସା କଲା ଆମେରିକା
G20 Presidency: ଭାରତର ସଭାପତିତ୍ବକୁ ପ୍ରଶଂସା କଲା ଆମେରିକା

ୱାଶିଂଟନ:ଭାରତ ଡିସେମ୍ବର ୧ ତାରିଖରେ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି (India begins G20 Presidency) । ଏନେଇ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (America's President Jo Biden) । ଭାରତ ସର୍ବଦା ଆମେରିକାର ଜଣେ ଶକ୍ତିଶାଳୀ ସାଥୀ ହୋଇ ଠିଆହୋଇଛି । ଜି-୨୦ରେ ଭାରତର ସଭାପତିତ୍ବ ଆରମ୍ଭ କରିଥିବାରୁ ସେ ନିଜ ବନ୍ଧୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ ବୋଲି ଟ୍ବିଟ କରି କହିଛନ୍ତି । ତେବେ ଭାରତ ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଭାପତିତ୍ବ ଯୋଗ୍ୟତା ହାସଲ କରିଛି ।

ବିଶ୍ବରେ ଏବେ ପାଣିପାଗ, ଶକ୍ତି ଓ ଖାଦ୍ୟ ସମସ୍ୟା ବଡ଼ ଆହ୍ବାନ ରହିଛି । ଏହି ସମସ୍ୟାର ସମାଧାନ ଲାଗି ସେ ଭାରତ ସହିତ ନିଜ କୌଶଳ ସେୟାର କରିବେ ବୋଲି କହିଛନ୍ତି । ଭାରତ ସହିତ ମିଶି ସେ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ଗୁରୁବାର ବିଧିବଦ୍ଧ ଭାବେ ଭାରତ ଜି-୨୦ର ସଭାପତିତ୍ବ ଗ୍ରହଣ କରିବା ପରେ ଏହା କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଲୋକଙ୍କ ଜି-୨୦ (People's G20) ହୋଇପାରିବ ସେ ନେଇ ଭାରତ ଉଦ୍ୟମ କରିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଏହା ବି ପଢନ୍ତୁ- Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, "ଭାରତ ପାଇଁ ଏହା ଏକ ସ୍ମରଣୀୟ ଦିବସ । ଆମେ ବିଧିବଦ୍ଧ ଭାବେ ସଭାପତିତ୍ବ ଗ୍ରହଣ କରିଛୁ । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜି-୨୦କୁ କିପରି ଅଧିକୁର ଅଧିକ ଲୋକଙ୍କ ନିକଟରେ ପହଞ୍ଚାଯାଇ ହେବ । ଏହି ବର୍ଷକ ମଧ୍ୟରେ ଆମେ 'ଜନ ଭାଗିଦାରୀ' କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିବୁ ।" ଏହି ବର୍ଷକ ମଧ୍ୟରେ ଅନେକ ଗୁଡ଼ିଏ କାର୍ଯ୍ୟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେଥିରୁ କିଛି ଆରମ୍ଭ ମଧ୍ୟ ହୋଇସାରିଛି । ନିକଟରେ ଭର୍ଚ୍ଚୁଆଲ ମାଧ୍ୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲେ । ଯେଉଁଥିରେ ଦେଶର ପ୍ରାୟ ୭୫ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ଯୋଡ଼ି ହୋଇଥିଲେ ।

ଜି-୨୦ ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଆସନ୍ତା ବର୍ଷ ଜି-୨୦ ସମିଟର ଆୟୋଜନ କରିବ । ଏଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ଭାରତ ଆସନ୍ତା ବର୍ଷ ଇଣ୍ଡୋନେସିଆକୁ ଜି-୨୦ର ସଭାପତିତ୍ବ ହସ୍ତାନ୍ତର କରିବ । ଭାରତ ସଭାପତିତ୍ବ ବେଳେ କିପରି ବିଶ୍ବ ଶାନ୍ତି, ପାଣିପାଗ ସମସ୍ୟା ଆଦି ସହିତ ଡିଲ୍‌ କରୁଛି ତାହା ଉପରେ ବିଶ୍ବ ନଜର ରଖିଛି ।

ABOUT THE AUTHOR

...view details