ଓଡିଶା

odisha

Ebola outbreak: ଉଗାଣ୍ଡାରେ ବ୍ୟାପୁଛି ଇବୋଲାର ସୁଡାନ ଷ୍ଟ୍ରେନ୍, ଜଣେ ମୃତ

By

Published : Sep 23, 2022, 5:37 PM IST

Ebola outbreak: ଉଗାଣ୍ଡାରେ ବ୍ୟାପୁଛି ଇବୋଲାର ସୁଡାନ ଷ୍ଟ୍ରେନ୍, ଜଣେ ମୃତ

ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ହେଲା ସ୍ପଷ୍ଟ । ଉଗାଣ୍ଡାରେ ବ୍ୟାପୁଛି ଘାତକ ଭୂତାଣୁ ଇବୋଲାର ସୁଡାନ ଷ୍ଟ୍ରେନ୍(Ebola Rare Sudan Strain) । ଅଧିକ ପଢନ୍ତୁ

ବ୍ରଜଭିଲ୍: ଉଗାଣ୍ଡାରେ ବ୍ୟାପୁଛି ଇବୋଲା ଭୂତାଣୁ(Ebola virus outbreak in Uganda) । ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଏନେଇ ସ୍ପଷ୍ଟ ହୋଇଛି । ବିରଳ ସୁଡାନ ଷ୍ଟ୍ରେନ୍ ମାମଲା ସୁନିଶ୍ଚିତ ହେବା ପରେ ଉଗାଣ୍ଡାରେ ଇବୋଲା ବ୍ୟାପିବା ନେଇ ଘୋଷଣା କରାଯାଇଛି(Ebola Outbreak) ।

Ebola outbreak: ଉଗାଣ୍ଡାରେ ବ୍ୟାପୁଛି ଇବୋଲାର ସୁଡାନ ଷ୍ଟ୍ରେନ୍, ଜଣେ ମୃତ

ମୁବେନ୍ଦେ ନାମକ ଜଣେ 24 ବର୍ଷୀୟ ଯୁବକ ଏହି ଭୂତାଣୁରେ ସଂକ୍ରମିତ ଚିହ୍ନଟ ଏବଂ ପରେ ପ୍ରାଣ ହରାଇବା ପରେ ସେପ୍ଟେମ୍ବର 20, 2022 ରେ ଇବୋଲା ସୁଡାନ ଷ୍ଟ୍ରେନ ବ୍ୟାପୁଥିବା ସ୍ପଷ୍ଟ ହୋଇଛି । ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଡାଏନା ଆଟୱାଇନ୍ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, "ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସହ ଦେଶରେ ଇବୋଲା ବ୍ୟାପୁଥିବା ଘୋଷଣା କରୁଛୁ । ଆକ୍ରାନ୍ତ ହେଉଥିବା ରୋଗୀଙ୍କର ରକ୍ତ ବାନ୍ତି ହେବା ସହ ଅତ୍ୟଧିକ ଜ୍ୱର, ଝାଡା ଏବଂ ପେଟ ଯନ୍ତ୍ରଣା ହେଉଛି ।"

ଚଳିତ ମାସ 7 ଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ଜାତୀୟ ରାପିଡ୍ ରେସପନ୍ସ ଦଳ ଅନୁସନ୍ଧାନ ପରେ ଇବୋଲା ବ୍ୟାପିବା ନେଇ ଘୋଷଣା କରିଛି । ସେପଟେ ଆଠ ଜଣ ସନ୍ଦିଗ୍ଧ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

WHO ପୂର୍ବ ବିବୃତ୍ତିରେ କହିଛି ଯେ, ଇବୋଲା ବିରୋଧରେ ବର୍ତ୍ତମାନର ଟିକା ଇବୋଲା ଜାୟେର ଷ୍ଟ୍ରେନ୍ ବିରୋଧରେ ପ୍ରଭାବଶାଳୀ, କିନ୍ତୁ ଇବୋଲା ସୁଡାନ ଷ୍ଟ୍ରେନ୍ ବିରୋଧରେ ସେମାନେ ସଫଳ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଇବୋଲା ଏକ ଗମ୍ଭୀର, ସାଂଘାତିକ ରୋଗ ଯାହା ମଣିଷଙ୍କୁ ପ୍ରଭାବିତ କରିଥାଏ । ଏହାର 6ଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ ଅଛି, ସେଥିମଧ୍ୟରୁ ତିନୋଟି, ବୁନ୍ଦିବୁଗ୍ୟୋ ଷ୍ଟ୍ରେନ୍(Bundibugyo strain), ସୁଡାନ ଷ୍ଟ୍ରେନ୍(Sudan strain) ଏବଂ ଜାୟେର ଷ୍ଟ୍ରେନ୍(Zaire strain) ।

ଇବୋଲା ଭୂତାଣୁ କଣ ?

ଇବୋଲା ଏକ ବିପଜ୍ଜନକ ଭୂତାଣୁ ଭାବରେ ବିବେଚନା କରାଯାଏ । ଏହି ଭୂତାଣୁ ପଶୁଠାରୁ ସଂକ୍ରମିତ ହୋଇଥାଏ । ଇବୋଲାକୁ ପ୍ରତିହତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ପ୍ରସ୍ତୁତ କରାଯାଇ ନାହିଁ । ଆଫ୍ରିକାର କେତେକ ପ୍ରାଣୀ ମାଧ୍ୟମରେ ମଣିଷକୁ ଇବୋଲା ଭୂତାଣୁ ସଂକ୍ରମିତ ହୋଇଛି । ଏହା ସଂକ୍ରମିତ ପ୍ରାଣୀ କାମୁଡ଼ିବା ଦ୍ବାରା କିମ୍ବା ଖାଦ୍ୟ ଦ୍ବାରା ସଂକ୍ରମିତ ହୋଇଥାଏ । ଇବୋଲାରେ ପୀଡିତ ରୋଗୀଙ୍କ ଶରୀରରୁ ଅନ୍ୟମାନଙ୍କୁ ଝାଳ, ରକ୍ତ କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ମାଧ୍ୟମରେ ବ୍ୟାପିଥାଏ ।

ABOUT THE AUTHOR

...view details