ଓଡିଶା

odisha

ମହଙ୍ଗା ପଡିଲା ହିଜାବକୁ ବିରୋଧ, ଓସ୍କାର ବିଜୟିନୀ ଅଭିନେତ୍ରୀ ଗିରଫ

By

Published : Dec 18, 2022, 1:33 PM IST

ଇରାନରେ ହିଜାବ ବିରୋଧରେ ଜାରି ରହିଥିବା ବିକ୍ଷୋଭକୁ ସମର୍ଥନ କରି ଗିରଫ ହେଲେ ଓସ୍କାର ବିଜୟିନୀ ଅଭିନେତ୍ରୀ ତାରାନେହ ଅଲିଦୁସ୍ତି(Taraneh Alidoosti) । ଅଧିକ ପଢନ୍ତୁ

ଓସ୍କାର ବିଜୟୀ ଅଭିନେତ୍ରୀ
ଓସ୍କାର ବିଜୟୀ ଅଭିନେତ୍ରୀ

ତେହେରାନ: ଇରାନରେ ଜାରି ରହିଛି ହିଜାବ ନିଆଁ । ଏହାକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ହିଜାବକୁ ନେଇ ଇରାନ ସରକାରଙ୍କ ବିରୋଧରେ ସ୍ବର ଉଠାଇଲେ ମିଳୁଛି ଜେଲ ଦଣ୍ଡ । ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ସମର୍ଥନ କରି ଗିରଫ ହୋଇଛନ୍ତି ଓସ୍କାର ବିଜୟିନୀ ତଥା ଜଣାଶୁଣା ଅଭିନେତ୍ରୀ ତାରାନେହ ଅଲିଦୁସ୍ତି(Iran Authorities Arrest Actress of Oscar-Winning Movie) । ଶନିବାର ଦିନ ଇରାନୀୟ ସରକାରୀ କର୍ତ୍ତୃପକ୍ଷ ଗିରଫ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ଦ୍ବାରା ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ହିଜାବକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବା ବେଳେ ଜଣକୁ ମୁଣ୍ଡକାଟ ଶାସ୍ତି ମିଳିଥିଲା । ଏହି ଘଟଣାରେ ଶାସ୍ତି ପାଇଥିବା ବ୍ୟକ୍ତିଙ୍କୁ ଇନଷ୍ଟାଗ୍ରାମରେ ସମର୍ଥନ ଜଣାଇଥିଲେ ଏହି ଅଭିନେତ୍ରୀ । ନିଜର ଦାବି ସପକ୍ଷରେ ଉପଯୁକ୍ତ କାଗଜ ପତ୍ର ଦାଖଲ ନକରିପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ରାଷ୍ଟ୍ରାୟତ ଗଣମାଧ୍ୟମ ଟେଲିଗ୍ରାମ ଚାନେଲରେ ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ ନେଇ ଅନେକ ଖେଳାଳି, ସେଲିବ୍ରେଟିଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ଏହା ମଧ୍ୟପଢନ୍ତୁ: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ପୁଣି ୩ ଓକିଲ ଗିରଫ

୩୮ ବର୍ଷୀୟା ଓସ୍କାର ବିଜୟିନୀ ତାରାନେହ ଅଲିଦୁସ୍ତି (Taraneh Alidoosti) ଇନଷ୍ଟାଗ୍ରାମରେ ଲେଖିଥିଲେ, "ତାଙ୍କର ନାମ ହେଉଛି ମହସିନ ଶେକାରୀ । ଏଭଳି ରକ୍ତପାତ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମାନବତା ପ୍ରତି ଲଜ୍ଜା । ଆପଣଙ୍କ ନିରବତାର ଅର୍ଥ ଅତ୍ୟାଚାର ଏବଂ ଅତ୍ୟାଚାରୀଙ୍କୁ ସମର୍ଥନ କରିବା ।"

ପ୍ରକାଶଯୋଗ୍ୟ ଯେ, ତେହେରାନରେ ଏକ ରାସ୍ତା ଅବରୋଧ କରିବା ଏବଂ ଦେଶର ସୁରକ୍ଷା ବାହିନୀର ଜଣେ ସଦସ୍ୟଙ୍କୁ ଗୁଳି କରିବା ଘଟଣାରେ ଇରାନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଡିସେମ୍ବର 9ରେ ଶେକରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ନଭେମ୍ବର ମାସରେ ହେଙ୍ଗାମେହ ଗାଜିଆନି ଏବଂ ଅନ୍ୟ ଦୁଇ ଜଣ ପ୍ରସିଦ୍ଧ ଇରାନ ଅଭିନେତ୍ରୀ ସୋସିଆଲ ମିଡିଆରେ ବିରୋଧକାରୀଙ୍କୁ ସମର୍ଥନ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । 2016 ମସିହାରେ ଦ ସେଲ୍ସ ମ୍ୟାନ(The Salesman) ଫିଲ୍ମ ପାଇଁ ତାଙ୍କୁ ଓସ୍କାର ପୁରସ୍କାର ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details