ଓଡିଶା

odisha

Zara Hat Ke Zara Bach Ke: ବିକି-ସାରା ଷ୍ଟାରର୍‌ ଫିଲ୍ମର 'ତେରେ ବାସତେ' ଗୀତ ରିଲିଜ

By

Published : May 22, 2023, 2:57 PM IST

'ଜରା ହଟକେ ଜରା ବଚକେ' ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସାରା ଅଲି ଖାନ ଏବଂ ବିକି କୌଶଲ । ଏହାରି ମଧ୍ୟରେ ଆଜି ଫିଲ୍ମର ଗୀତ 'ତେରେ ବାସତେ' ରିଲିଜ୍ ହୋଇଛି । ଏହି ଫିଲ୍ମ ଜୁନ-2ରେ ସିନେମାହଲରେ ରିଲିଜ ହେବ । ଅଧିକ ପଢନ୍ତୁ

ଜରା ହଟକେ ଜରା ବଚକେ ଫିଲ୍ମର ଗୀତ ତେରେ ବାସତେ ରିଲିଜ୍
ଜରା ହଟକେ ଜରା ବଚକେ ଫିଲ୍ମର ଗୀତ ତେରେ ବାସତେ ରିଲିଜ୍

ମୁମ୍ବାଇ:ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଅଭିନେତା ବିକି କୌଶଲ । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜରା ହଟକେ ଜରା ବଚକେ'ରେ ପରସ୍ପରଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମଳିବ । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଗୀତ 'ତେରେ ବାସତେ' ରିଲିଜ୍ ହୋଇଛି । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଏହି ରୋମାଣ୍ଟିକ ଗୀତକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।

ନିକଟରେ ସାରା ଏବଂ ବିକିଙ୍କ ଫିଲ୍ମର ଗୀତ 'ଫିର ଅର କ୍ୟାୟା ଚାହିଏ' ରିଲିଜ ହୋଇଥିଲା । ଗୀତଟିକୁ ଅରିଜିତ ସିଂ ଗାଇଥିବା ବେଳେ ଏହି ଗୀତରେ ଉଭୟଙ୍କ ରୋମାଣ୍ଟିକ ଝଲକ ଦେଖାଇ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ତେବେ ଏବେ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି। ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା । ଏହି ଗୀତଟି ସଚିନ-ଜିଗର ରଚନା କରିଛନ୍ତି ଏବଂ ମ୍ୟୁଜିକ ଦେଇଛନ୍ତି । ବରୁଣ ଜୈନ, ସଚିନ-ଜିଗର, ଶାହଦାବ ଫରିଦି ଏବଂ ଅତ୍ଲମସ ଫରିଦି ଏକାଠି ଏହି ଗୀତ ଗାଇଛନ୍ତି । ଏହି ଗୀତର ସଂଳାପ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ।

ତେବେ ଉଭୟ ଷ୍ଟାର୍‌ ବର୍ତ୍ତମାନ ଏହି ରୋମାଣ୍ଟିକ-ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଯୋଡ଼ି ରାଜସ୍ଥାନରେ ପହଞ୍ଚି 170 ସଦସ୍ୟ ଥିବା ପରିବାରକୁ ଭେଟିଥିଲେ । ସେମାନଙ୍କ ସହ ସମୟ ବିତାଇଥିଲେ । ସେଠାକାର ଅନେକ ଫଟୋ ଉଭୟ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ପ୍ରଥମ ଥର ପାଇଁ ଏହି ଦୁଇ ତାରକା ସ୍କ୍ରିନ୍‌ ସେୟାର କରୁଛନ୍ତି । ଦର୍ଶକ ଏହି ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନା ଥାଉ କି, ବିକି-ସାରାଙ୍କ ଫିଲ୍ମ ମଧ୍ୟ ଏକ ଫ୍ୟାମିଲି ରୋମାଣ୍ଟିକ ଡ୍ରାମା କମେଡି ଫିଲ୍ମ । ତେବେ 'ଲୁକା ଛୁପି' ଏବଂ 'ମିମି' ପରି ହିଟ୍ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ମଧ୍ୟ ଏହି ଫିଲ୍ମ ଉପରେ ନିଜର ମତାମତ ଦେଇଛନ୍ତି । ସେ କହିଛନ୍ତି, 'ଏହି ଫିଲ୍ମ ମୋ ହୃଦୟର ନିକଟତର । ଏହା ଏକ ଫିଲ୍ମ ଯାହା ପରିବାରର କାହାଣୀକୁ ନେଇ ନିର୍ମିତ ଏବଂ ଦର୍ଶକଙ୍କୁ ମନୋରଞ୍ଜନ କରିବ । ନିର୍ମାତା ଦୀନେଶ ଭଜନ କହିଛନ୍ତି ଯେ ଜରା ହଟକେ ଜରା ବଚକେ କେବଳ ମନୋରଞ୍ଜନ କରିବେ ନାହିଁ ବରଂ ଦର୍ଶକଙ୍କ ସହ ଏକ କନେକ୍ସନ ଯୋଡ଼ିବ । ତେବେ ଫିଲ୍ମଟି ଜୁନ୍ ୨ ରେ ସିନେମାହଲରେ ରିଲିଜ କରିବ।

ABOUT THE AUTHOR

...view details