ଓଡିଶା

odisha

Priyanka and Nick: ଝିଅ ମାଳତୀ ସହ ସମୟ ଅତିବାହିତ କରୁଛନ୍ତି ଜୋନସ ଦମ୍ପତି, ସେୟାର କଲେ ଫଟୋ

By

Published : Apr 23, 2023, 1:17 PM IST

ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ବର୍ତ୍ତମାନ ଆମେରିକା ଫେରିଛନ୍ତି । ଏହି ସମୟରେ ଝିଅ ମାଲତୀ ମେରିଙ୍କ ସହ ସମୟ ବିତାଇବା ସହ ସେହି ମୁହୂର୍ତ୍ତର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରିୟଙ୍କା । ଅଧିକ ପଢନ୍ତୁ

ମାଲତୀ ମେରିଙ୍କ ସହ ସମୟ ବିତାଇବାର ସୁନ୍ଦର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା
ମାଲତୀ ମେରିଙ୍କ ସହ ସମୟ ବିତାଇବାର ସୁନ୍ଦର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା

ଲସ୍ ଆଞ୍ଜେଲସ୍: ନିକଟରେ ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ୍ ଜୋନସ୍ ଲଣ୍ଡନରେ ସିଟଡେଲ୍ ଗ୍ଲୋବାଲ୍ ପ୍ରିମିୟରରେ ଯୋଗଦେବା ପରେ ବର୍ତ୍ତମାନ ନିଜ ଘରକୁ ଫେରିଛନ୍ତି । ଝିଅ ମାଲତୀ ମେରୀ ଚୋପ୍ରା ଜୋନସଙ୍କ ସହ ଦମ୍ପତି ଏକାଠି ସମୟ ଅତିବାହିତ କରିଛନ୍ତି । ଝିଅ ମାଳତୀ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତର ଫଟୋକୁ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ଖୁବ ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।

ମାଲତୀ ମେରିଙ୍କ ସହ ସମୟ ବିତାଇବାର ସୁନ୍ଦର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ମାଲତୀ ମେରିଙ୍କ ସହ 2ଟି ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ କ୍ୟାପସନରେ 'Reunite' (ପୁର୍ନମିଳନ ) ଲେଖିବା ସହ ଲାଲ୍ ହାର୍ଟ ଇମୋଜି ଦେଇଛନ୍ତି । ତେବେ ଏହି ଫଟୋରେ ସେ ତାଙ୍କ ଝିଅ ସହ ଏକ ୱାଇଟ ବିମାନ ସହ ଖେଳୁଥିବା ଦେଖିବାକୁ ମିଳିଛି । ଏଥିସହ ପ୍ରିୟଙ୍କା ଏହି ମୁହୂର୍ତ୍ତକୁ ବେଶ ଉପଭୋଗ କରୁଥିବା ନଜର ଆସିଛନ୍ତି ।

ମାଲତୀ ମେରିଙ୍କ ସହ ସମୟ ବିତାଇବାର ସୁନ୍ଦର ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା

ଅନ୍ୟ ଏକ ଫଟୋରେ, ଏହି ସମୟରେ ନିକ ମଧ୍ୟ ମା'-ଝିଅଙ୍କ ସହ ସାମିଲ ହୋଇଥିବାର ନଜର ଆସିଛନ୍ତି । ଫଟୋରେ ପ୍ରିୟଙ୍କା ମାଲତୀଙ୍କୁ ଏକ ଉପହାର ଦେଉଥିବାର ଦେଖାଯାଇଛି । ଏବଂ ନିକ ମାଲତୀଙ୍କୁ ଦେଖୁଛନ୍ତି । ଏହି ଫଟୋରେ ପ୍ରିୟଙ୍କା କ୍ୟାପସନ୍ ଦେଇ ଲେଖିଛନ୍ତି ଯେ, ଗ୍ରିସିନି ଲଭ, #ନିକ ଜୋନସ । ତେବେ ସେୟାର ହୋଇଥିବା ଫଟୋରେ ବ୍ଲାକ ଆଉଟଫିଟରେ ପ୍ରିୟଙ୍କା ଏବଂ ନିକ ନଜର ଆସିଥିବା ବେଳେ ମାଲତୀଙ୍କୁ ଫିଙ୍କ ସାର୍ଟ, ପ୍ୟାଣ୍ଟରେ ଦେଖିବାକୁ ମିଳିଛି । ସୂଚନା ଥାଉକି, ଗତ ବର୍ଷ ଜାନୁଆରୀରେ ପ୍ରିୟଙ୍କା ଏବଂ ନିକ ସେମାନଙ୍କ ଝିଅ ମାଲତୀ ମେରି ଚୋପ୍ରା ଜୋନସଙ୍କୁ ସରୋଗେସି ମାଧ୍ୟମରେ ସ୍ବାଗତ କରିଥିଲେ ।

ତେବେ ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଆକ୍ସନ୍ ଥ୍ରୀଲର ଫିଲ୍ମ ସିଟାଡେଲରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । ସର୍ବଭାରତୀୟ ସିରିଜର ପ୍ରଥମ ସିଜନରେ 6ଟି ଏପିସୋଡ୍ ରହିଛି । ରୁସୋ ବ୍ରଦର୍ସଙ୍କ AGBO ଏବଂ ଶୋ’ରନର୍ ଡେଭିଡ୍ ୱିଲ୍ ଏହି ସିରିଜ୍ ପ୍ରସ୍ତୁତ କରିଥିବା ବେଳେ ଏଥିରେ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବ୍ୟତୀତ ଷ୍ଟାନଲେ ଟୁଚି ଏବଂ ଲେସଲି ମାନଭିଲ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ସିଟାଡେଲ୍ ରିଲିଜ ହେବାକୁ ଯାଉଛି । ପ୍ରିୟଙ୍କା ଚୋପ୍ରାଙ୍କ ଏହି ବିଦେଶୀ ଧାରାବାହିକ ସିଟାଡେଲର ହିନ୍ଦୀ ସଂସ୍କରଣରେ ଅଭିନେତ୍ରୀ ସାମନ୍ଥାଙ୍କ ସହ ବରୁଣ ଧୱନ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସେପଟେ ବଲିଉଡରେ ମଧ୍ୟ ପୁଣି ନଜର ଆସିବେ ପ୍ରିୟଙ୍କା ଚୋପ୍ରା । ଖୁବ୍ ଶୀଘ୍ର ଫରହାନ୍ ଅଖତରଙ୍କ ଆଗାମୀ ଫିଲ୍ମ 'ଜୀ ଲେ ଜରା'ରେ ନଜର ଆସିବେ ପ୍ରିୟଙ୍କା । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ABOUT THE AUTHOR

...view details