ଓଡିଶା

odisha

Kerala Story BO Day 9: ହଲ୍‌ରେ ଛାଇଗଲେ ଅଦା ଶର୍ମା, ଫିଲ୍ମ ପାଲଟିଲା ବିଗ ହିଟ୍‌

By

Published : May 14, 2023, 6:41 PM IST

100 କୋଟି କ୍ଲବରେ ପ୍ରବେଶ କରିଥିବା ବିବାଦୀୟ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜର ନବମ ଦିନରେ ମଧ୍ୟ କରୁଛି ବ୍ୟବସାୟ । ଥିଏଟରରେ ଦର୍ଶକଙ୍କ ଭିଡ଼ ଲାଗି ରହିଥିବା ବେଳେ ଏହା ଚଳିତ ବର୍ଷର ଅନ୍ୟତମ ବିଗ୍‌ ହିଟ ପାଲଟିଛି। ଅଧିକ ପଢନ୍ତୁ

Kerala Story BO Day 9
Kerala Story BO Day 9

ମୁମ୍ବାଇ: ବିବାଦ ପରେ ବି ଚଳିତ ବର୍ଷର ବିଗ୍‌ ହିଟ୍‌ ଫିଲ୍ମ ପାଲଟିଛି 'ଦ କେରଳ ଷ୍ଟୋରୀ' । ଥିଏଟରରେ ଲିଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୟରେ ଯାଦୁ ଦେଖିବାକୁ ମିଳିଛି । ତାଙ୍କ ନିଚ୍ଛକ ଅଭିନୟ ପ୍ରକୃତ ଘଟଣାକୁ ଜୀବିତ କରିଥିବା ବେଳେ ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି । ଫଳରେ ଫିଲ୍ମଟି 100 କୋଟି କ୍ଲବରେ ପ୍ରବେଶ କରିଛି । ରିଲିଜର ନବମ ଦିନରେ ମଧ୍ୟ ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ସୁଦିପ୍ତୋ ସେନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ବିଗ୍‌ ଥମ୍ପସ-ଅପ୍‌ ଦେଇଛନ୍ତି ଦର୍ଶକ ।

ଅଦା ଶର୍ମାଙ୍କ ଅଭିନୀତ ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ 81.15 କୋଟି ବ୍ୟବସାୟ କରିଥିବା ବେଳେ ଗତ ଶନିବାର ଦିନ କେବଳ 19.50 କୋଟି ରୋଜଗାର କରିଥିଲା । ରିଲିଜର ନବମ ଦିନରେ ଫିଲ୍ମ ମୋଟ 112.87 କୋଟି ଟଙ୍କା ରୋଜଗାର କରିଛି । ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ 'ପଠାନ' ଓ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ତୁ ଝୁଟି ମେଁ ମକ୍କାର' ଫିଲ୍ମ ପରେ ଚଳିତ ବର୍ଷ 'ଦ କେରଳ ଷ୍ଟୋରୀ' ବିଗ୍‌ ହିଟ୍‌ ହୋଇଛି । ଏହାସହ ଫିଲ୍ମ 100 କୋଟି କ୍ଲବରେ ମଧ୍ୟ ପ୍ରବେଶ କରିଛି । ହେଲେ ଏହି ଫିଲ୍ମଟି ବିବେକ ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ 'ଦ କାଶ୍ମୀର ଫାଇଲ୍ସ' ଫିଲ୍ମର ରେକର୍ଡକୁ ଭାଙ୍ଗି ପାରିନାହିଁ ।

ଏହା ବି ପଢନ୍ତୁ-26ରେ ରିଲିଜ ହେବ ‘ଶଳା ବୁଢାର ବଦଲା’, ଚହଳ ପକାଇବ ପ୍ରଥମ ଟ୍ରାଇଲୋଜି

ସେପଟେ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ଶେହଜାଦା 32.20 କୋଟି ରୋଜଗାର କରିଥିବା ବେଳେ ଅକ୍ଷୟ କୁମାରଙ୍କ ସେଲ୍ଫି 16.85 କୋଟି ରୋଜଗାର କରିଥିଲା। ସେହିପରି ଅଜୟ ଦେବଗନଙ୍କ ଅଭିନୀତ ଭୋଲା ଫିଲ୍ମ 82.04 କୋଟି ବ୍ୟବସାୟ କରିଛି । ଗତ ଶୁକ୍ରବାର ତେଲୁଗୁ ଫିଲ୍ମ ଆକ୍ଟର ବେଲ୍ଲାମକୋଣ୍ଡା ଶ୍ରୀନିବାସଙ୍କ ଅଭିନୀତ ଫିଲ୍ମ 'ଛତ୍ରପତି' ରିଲିଜ୍‌ ହୋଇଥିଲା। ମାତ୍ର ଏହା ଦର୍ଶକଙ୍କୁ ସେତେଟା ଆକୃଷ୍ଟ କରିପାରିନାହିଁ। ଫିଲ୍ମ ରିଲିଜ ପୂର୍ବରୁ ଦ କେରଳ ଷ୍ଟୋରୀକୁ ବିବାଦର ସାମ୍ନା କରିବାକୁ ପଡ଼ିଥିଲା। ମାତ୍ର ଏବେ ସେତେଟା କୌଣସି ବିବାଦ ଦେଖିବାକୁ ମିଳିନଥିବା ବେଳେ ଥିଏଟରରେ ମଧ୍ୟ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନା ଥାଉ କି ଏହି ଫିଲ୍ମ ମାଧ୍ୟମରେ ଲଭ୍‌ ଜିହାଦ ଓ କେରଳ ଯୁବତୀ କିପରି ଧର୍ମ ପରିବର୍ତ୍ତନ କରି ଆତଙ୍କବାଦୀ ସଂଗଠନ ISISରେ ଯୋଗ ଦେଇଥିବା ଦାବି କରାଯାଇଛି । ଫିଲ୍ମ ଟ୍ରେଲର୍‌ରେ ଏହି ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ସଂଖ୍ୟାକୁ 32 ହଜାର ଦେଖାଯାଇଥିଲା । ମାତ୍ର ପରେ ବିବାଦ ଉପୁଜିବା ପରେ ଫିଲ୍ମ ନିର୍ମାତା ଏହାକୁ 3ରେ ପରିବର୍ତ୍ତନ କରିଥିଲେ । ଫିଲ୍ମରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ଜଣେ ହିନ୍ଦୁ ଯୁବତୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କିପରି ଧର୍ମ ପରିବର୍ତ୍ତନ କରି ISISରେ ସାମିଲ ହୋଇଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି ।

ABOUT THE AUTHOR

...view details