ETV Bharat / state

26ରେ ରିଲିଜ ହେବ ‘ଶଳା ବୁଢାର ବଦଲା’, ଚହଳ ପକାଇବ ପ୍ରଥମ ଟ୍ରାଇଲୋଜି

author img

By

Published : May 14, 2023, 3:08 PM IST

ଆସନ୍ତା ମେ 26 ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ତଥା ପ୍ରଥମ ଟ୍ରାଇଲୋଜି 'ଶଳା ବୁଢାର ବଦଲା' । ରାଜ୍ୟର 16ଟି ହଲ୍‌ରେ ରିଲିଜ ହେବ ଏହି ଚଳଚ୍ଚିତ୍ର । ଅଧିକ ପଢନ୍ତୁ

ଶଳା ବୁଢାର ବଦଲା
26ରେ ରିଲିଜ ହେବ ‘ଶଳା ବୁଢାର ବଦଲା’

ମେ 26ରେ ରୁପେଲି ପରଦାକୁ ଆସିବ ‘ଶଳା ବୁଢାର ବଦଲା’

ଭୁବନେଶ୍ବର: ବଡ ପରଦାକୁ ଆସିବ ଚଳଚ୍ଚିତ୍ର ‘ଶଲା ବୁଢ଼ାର ବଦଲା’। ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଫିଲ୍ମ "ଶଳା ବୁଢାର ବଦଲା " । ଏ ନେଇ ପୋଷ୍ଟର ରିଲିଜ୍ ହୋଇଯାଇଛି । ଏକ ବର୍ଣାଢ୍ୟ ପରିବେଷରେ ଭୁବନେଶ୍ବର ପ୍ରେସ୍ କ୍ଲବ ଠାରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ କାର୍ଯ୍ୟକ୍ରମ ହୋଇଯାଇଛି । ବହୁ ଚର୍ଚ୍ଚିତ ମିଉଜିକାଲ୍ ଥ୍ରୀଲର୍ ଚଳଚିତ୍ର ହେଉଛି ‘ଶଳା ବୁଢାର ବଦଲା’ । ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଲା ବୁଢ଼ାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା । ଆଉ ଏବେ ତାହା ଓଡ଼ିଶାରେ ପ୍ରିମିୟର ହେବାକୁ ଯାଉଛି । ଆସନ୍ତା 26 ତାରିଖରେ ବଡ଼ ପରଦାରେ ରିଲିଜ ହେବ ଶଲା ବୁଢାର ବଦଲା ଚଳଚ୍ଚିତ୍ର । ରାଜ୍ୟର 16ଟି ହଲ୍‌ରେ ରିଲିଜ ହେବ ଏହି ଫିଲ୍ମ ।

‘ଶଳା ବୁଢାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଏବଂ ସମ୍ପର୍କର ଚିତ୍ର ଯେଉଁ ଥିରେ ଅଛି କମେଡି ଓ ସସପେନ୍ସ । ଚଳଚ୍ଚିତ୍ରଟି ଏକ ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି ଯେତେବେଳେ ଏକ ସମାଜ ମଧ୍ୟରେ ବିଶୃଙ୍ଖଳା, ଦ୍ବନ୍ଦ ଏବଂ କ୍ରୋଧ ମଧ୍ୟରେ ମଧ୍ୟ ଏକ ସମ୍ପର୍କ ଗଢି ଉଠିଛି। ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ରରେ ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରଚ୍ଚିରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହୋଇଛି। ଏଥିରେ ସ୍ବର୍ଗତଃ ଅଟଳ ବିହାରୀ ପଣ୍ଡା ମୁଖ୍ୟ ଚରିତ୍ରରେ ରହିଥିବା ବେଳେ , ଅଭିନେତ୍ରୀ ଭୂମିକାରେ ଚନ୍ଦନା ସିଂହ ଓ ଅଭିନେତା ଭୂମିକାରେ ଜିତ୍ ଅଭିନୟ କରିଛନ୍ତି । ଅନ୍ୟ ଭୂମିକାରେ ଲୋଚନି ବିନ୍ଦୁ, ବୈରାଗୀ, ନେତ୍ରାନନ୍ଦ, ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି ।

୧୯୫୫ରୁ ୧୯୫୯ ମଧ୍ୟରେ ଭାରତର ଖ୍ୟାତିନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟ ପ୍ରଥମ ଟ୍ରାଇଲୋଜି ସିନେମା ନିର୍ମାଣ କରିଥିଲେ । ତେବେ ଗର୍ବର କଥା ଯେ, ଏହି ଲମ୍ବା ସମୟ ଅବଧି ମଧ୍ୟରେ ଓଡିଶାର ପ୍ରଥମ ଟ୍ରାଇଲୋଜି ସିନେମା ହେଉଛି ଏକ ନିଆରା ଓ ହୃହୟସ୍ପର୍ଶୀ ‘ଶଲା ବୁଢାର ବଦଲା’ । ବହୁ ପୁରସ୍କାର ବିଜେତା ଓ ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତିକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ । ପ୍ରଥମ ଥର ପାଇଁ ପିତା ଓ ପୁତ୍ର ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି ଦେବ ମହାପାତ୍ର ଏକା ଥରକେ ଏହି ଫିଲ୍ମ ନିର୍ମାଣ ପାଇଁ ଜାତୀୟ ପୁରସ୍କାର ପାଇଥିଲେ ।

ଏହି ଟ୍ରାଇଲୋଜିର ସଙ୍ଗୀତ ଜାତୀୟ ପୁରସ୍କାର ପାଇଥିଲା । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ପଙ୍କଜ ଜାଲ୍ । ସିନେମାରେ କୋଶଳୀ ଭାଷାରେ ନିର୍ମିତ ହୋଇଥିବା ବେଳେ ରିଲିଜ ହେବା ସମୟରେ ଗୀତକୁ ବାଦ୍‌ ଦେଲେ ଆଉ ସବୁ ଓଡ଼ିଆ ଭାଷାରେ ସୁଟିଂ ହୋଇଛି । ପୂର୍ବରୁ ୧୫ଟି ଭାରତୀୟ ଭାଷାରେ ଶ୍ରୀଜଗନ୍ନାଥ ନାମକ ଚଳଚ୍ଚିତ୍ର ନିର୍ମାଣ କରି ଏକ ଅନନ୍ୟ ରେକର୍ଡ କରିଥିବା ସବ୍ୟସାଚୀ ମହାପାତ୍ରଙ୍କ ବାପା ସ୍ବର୍ଗତଃ କପିଳେଶ୍ବର ମହାପାତ୍ର ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସବ୍ୟସାଚୀ ମହାପାତ୍ର । 2020ରେ ସମ୍ବଲପୁରୀ ଭାଷାରେ ଏହି ଚଳିଚ୍ଚିତ୍ର ରିଲିଜ ହୋଇ ଚହଳ ସୃଷ୍ଟି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.