ଓଡିଶା

odisha

Odisha Corona Cases, ଦିନକରେ 275 ସଂକ୍ରମିତ

By

Published : Aug 31, 2022, 10:13 AM IST

24 ଘଣ୍ଟାରେ ରାଜ୍ୟରେ ଆଉ 275 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦିନକରେ 275 ସଂକ୍ରମିତ
ଦିନକରେ 275 ସଂକ୍ରମିତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 275 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 162 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 113 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 45 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 12, ଭଦ୍ରକରୁ 3, ବରଗଡରୁ 10, ବଲାଙ୍ଗୀରରୁ 9, ବୌଦ୍ଧରୁ 2, କଟକରୁ 29, ଦେଓଗଡରୁ 2, ଗଞ୍ଜାମରୁ 3, ଜଗତସିଂହପୁରରୁ 4, ଝାରସୁଗୁଡାରୁ 2, ଯାଜପୁରରୁ 8, କଳାହାଣ୍ଡିରୁ 7, କେନ୍ଦ୍ରାପଡାରୁ 1, କନ୍ଧମାଳରୁ 1, କୋରାପୁଟରୁ 1, କେନ୍ଦୁଝରରୁ 5, ଖୋର୍ଦ୍ଧାରୁ 64 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ...ଅସୁସ୍ଥତା ଯୋଗୁଁ ୩ ଦିନରେ ଆଖି ବୁଜିଲେ ୨ ଛାତ୍ର, ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର

ସେହିପରି ମୟୂରଭଞ୍ଜରୁ 7, ନବରଙ୍ଗପୁରରୁ 13,ନୟାଗଡରୁ 5, ନୂଆପଡାରୁ 7, ପୁରୀରୁ 8, ରାୟଗଡାରୁ 3, ସମ୍ବଲପୁରରୁ 10, ସୁନ୍ଦରଗଡରୁ 42 ଓ ଷ୍ଟେଟପୋଲରୁ 15 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 27 ହଜାର 657ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1954 ସକ୍ରିୟ ମାମଲା ରହିଛି । ନୂଆ 302ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 16 ହଜାର 474ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,31,79, 715 କୋରୋନା ପରୀକ୍ଷା କରାଯାଇଛି । ସଂକ୍ରମଣ 5 ହଜାର ପାର କରିଥିଲା ମାତ୍ର ଏବେ ସଂକ୍ରମଣ କମୁଛି । ପଜିଟିଭି ମାମଲା କମ ଥିଲେ ବି ବିପଦ ଟଳିନାହିଁ । ସତର୍କତା ଅବଲମ୍ବନ କଲେ ମହାମାରୀକୁ ହରାଇ ପାରିବା ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details