ଅସୁସ୍ଥତା ଯୋଗୁଁ ୩ ଦିନରେ ଆଖି ବୁଜିଲେ ୨ ଛାତ୍ର, ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର

author img

By

Published : Aug 31, 2022, 8:40 AM IST

ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ

କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅସୁସ୍ଥତା ଯୋଗୁଁ 3 ଦିନରେ ଆଖି ବୁଜିଲେଣି ଦୁଇ ଜଣ ଛାତ୍ର । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା ପଡିଆ ବ୍ଲକ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅସୁସ୍ଥତା ଯୋଗୁଁ 3 ଦିନରେ ଆଖି ବୁଜିଲେଣି ଦୁଇ ଜଣ ଛାତ୍ର । ୧୨ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟ ଚିକିତ୍ସାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଜଣେ 8ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପିଲାଙ୍କୁ ଜ୍ବର ଥଣ୍ଡା ହେଉଥିବା ସୂଚନା ମିଳିଛି ।

ଅସୁସ୍ଥତା ଯୋଗୁଁ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ

ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି, '' କିଛି ଦିନ ହେବ ପିଲାଙ୍କ ଦେହ ଖରାପ ହୋଇଥିଲା । ଛାତ୍ରମାନଙ୍କ ଗୋଡ ହାତ ଫୁଲି ଯାଇଥିଲା। ଦେହରେ କିଛି ଫଳି ଯାଇଥିଲା । ପ୍ରଥମେ ପଡିଆ ମେଡିକାଲରେ ଭର୍ତ୍ତି କରିଥିଲୁ ଏହା ପରେ ଜିଲ୍ଲା ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।'' 3 ଦିନରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଛାତ୍ରମାନେ ଅସୁସ୍ଥ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ପରିବାର ।

ଏହି ବି ପଢନ୍ତୁ..ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ, ବିକୃତ ମୂର୍ତ୍ତି ଉପରେ ରଖିବ ନଜର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର କହିଛନ୍ତି, 12 ଜଣ ପିଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କୁ ଜ୍ବର ହୋଇଥିଲା। କିଛି ଜଣଙ୍କୁ କାଶ ଓ ପେଟରେ ଯନ୍ତ୍ରଣା ହୋଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ପ୍ରାଥମିକ ଚିକିତ୍ସା କରାଯାଇ ୱାର୍ଡକୁ ପଠାଯାଇଛି । ସମସ୍ତଙ୍କ ଉପରେ ନଜର ରଖାଯାଇଛି ।''

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.