ଓଡିଶା

odisha

Poll Result: BJDର ବମ୍ପର ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

By

Published : Mar 1, 2022, 2:01 PM IST

Updated : Mar 1, 2022, 4:43 PM IST

ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛି ଇତିହାସ ରଚିଛି ଶାସକ ଦଳ । ଏହି ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Panchayat Result: ବିଜେଡ଼ିର ବିପୁଳ ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ
Panchayat Result: ବିଜେଡ଼ିର ବିପୁଳ ବିଜୟ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିଛି ବିଜେଡି । ବିପୁଳ ଭୋଟରେ ବିଜୟୀ ହୋଇଛି ଶାସକ ଦଳ । ଫଳାଫଳ ଆସିବା ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିବା ସହିତ ସମସ୍ତ ଦଳୀୟ ବିଜୟୀ ପ୍ରାର୍ଥୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡି ମଧ୍ୟ ଆଗରେ ରହିଥିଲା । ସେହିପରି ତୃତୀୟ ଦିନ ଗଣତିରେ ବିଜେଡି ମଧ୍ୟ ଟ୍ରେଣ୍ଡିଂରେ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୮୫୧ ଜୋନ୍‌ ମଧ୍ୟରୁ ୭୬୫ଟି ଜୋନରେ ବିଜେଡି ବିଜୟୀ ହୋଇଛି । ସେପଟେ ଧରାଶାୟୀ ହୋଇଛି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ମାତ୍ର ୪୨ ଆସନ ହାତେଇଥିବା ବେଳେ କଂଗ୍ରେସ ଜିତିଛି ୩୭ଟି ଆସନ ।

ବିଜେଡ଼ିର ବିପୁଳ ବିଜୟ ପରେ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ଦଳକୁ ଜନମତ ସେବାକୁ ଆହୁରି ଦୃଢୀଭୂତ କରିଛି ବୋଲି ସେ କହିଛନ୍ତି । ଏହାସହ ସେ ମଙ୍ଗଳବାର ଟ୍ବିଟ କରି ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 1, 2022, 4:43 PM IST

ABOUT THE AUTHOR

...view details