ଓଡିଶା

odisha

Top Up Home Loans: ପର୍ସନାଲ ଲୋନ୍‌ ଛାଡି ନିଅନ୍ତୁ ଟପ୍ଅପ୍ ହୋମ ଲୋନ୍‌

By

Published : Jan 18, 2023, 5:25 PM IST

ବ୍ୟାଙ୍କ ନିଜର ଭଲ ଗ୍ରାହକମାନଙ୍କ ପାଇଁ ବର୍ତ୍ତମାନ ଟପ୍ ଅପ୍ ଲୋନ ଅଫର କରୁଛି । ଏହି ଲୋନ ହୋମ୍ ଲୋନ ନେଇଥିଲେ ହିଁ ମିଳିଥାଏ । ଟପ୍ଅପ୍ ଲୋନ୍‌ର ସୁଧହାର ହୋମ୍‌ ଲୋନ୍‌ ସୁଧ ସହ ପ୍ରାୟତଃ ସମାନ । ପର୍ସନାଲ ଲୋନ ତୁଳନାରେ ଏଥିରେ କମ୍ ସୁଧ ଦେବାକୁ ପଡିଥାଏ । ଅଧିକ ପଢନ୍ତୁ

ପର୍ସନାଲ ଲୋନ ଛାଡି ନିଅନ୍ତୁ ଟପ୍ ଅପ୍ ହୋମ ଲୋନ
ପର୍ସନାଲ ଲୋନ ଛାଡି ନିଅନ୍ତୁ ଟପ୍ ଅପ୍ ହୋମ ଲୋନ

ହାଇଦ୍ରାବାଦ: ନିୟମିତ ଭାବେ କିସ୍ତି ପୈଠ କରୁଥିବା ନିଜର ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡିକ ଭଲ ଅଫର ଦେଉଛନ୍ତି । ଯଦି ୫ ବର୍ଷ ପୂର୍ବରୁ ହୋମ ଲୋନ ନେଇଛନ୍ତି, ବର୍ତ୍ତମାନ ଆପଣଙ୍କ ଘରର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଠିକ୍ ଏହି ସମୟରେ ଆପଣଙ୍କ ଆୟ ମଧ୍ୟ ବଢୁଛି, ଏପରି ସ୍ଥଳେ ବ୍ୟାଙ୍କ ଆପଣଙ୍କ ରିପେମେଣ୍ଟ ବିବରଣୀ ଓ ଏହିଭଳି କିଛି ବିଷୟ ପ୍ରତି ଧ୍ୟାନ ଦେଇ ଟପ୍ଅପ୍ ଲୋନ ଅଫର କରିଥାଏ । ଏହି ଲୋନ୍‌ ଆପଣଙ୍କ ହୋମ୍‌ ଲୋନ୍‌ ଉପରେ ଦିଆଯାଇଥାଏ । ତେବେ କେତେବେଳେ ଏହି ଟପ୍ଅପ୍ ନେଇପାରିବେ, ଆସନ୍ତୁ ଜାଣିବା ସେ ବିଷୟରେ...

ପର୍ସନାଲ ଲୋନ ଛାଡି ନିଅନ୍ତୁ ଟପ୍ ଅପ୍ ହୋମ ଲୋନ

ଯଦି ଆପଣ କିଛି ଦିନ ପୂର୍ବରୁ ହୋମ ଲୋନ୍‌ ନେଇଛନ୍ତି । ଏବେ ନିଜ ଘରର ସାଜସଜ୍ଜା କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଅଧିକ ଟଙ୍କା ଦରକାର, ତାହେଲେ ଏହି ଟପ୍ଅପ୍ ଲୋନ୍‌ ପାଇଁ ଆବେଦନ କରିପାରିବେ । ସମ୍ପ୍ରତ୍ତି ହୋମ ଲୋନ୍‌ ସୁଧହାର ବୃଦ୍ଧି ପାଇଛି । ବର୍ତ୍ତମାନ ଏହା ୮.୫ରୁ ୯ ପ୍ରତିଶତରେ ପହଞ୍ଚିଛି । ଭବିଷ୍ୟତରେ ଏହି ସୁଧହାର ୩୦ରୁ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ଏହାରି ଭିତରେ ବ୍ୟାଙ୍କଗୁଡିକ ନୂତନ ଲୋନ ଦେବାକୁ ଚେଷ୍ଟା କରୁଛନ୍ତି । ବିଶେଷକରି ଭରସାଯୋଗ୍ୟ ଗ୍ରାହକଙ୍କୁ ସେମାନେ ଅଧିକ ଲୋନ୍‌ ଅଫର କରୁଛନ୍ତି ।

ତେବେ ହୋମ୍‌ ଲୋନ୍‌ ଅନ୍ତର୍ଗତ ସମସ୍ତ ସୁବିଧା ଟପ୍ଅପ୍ ଲୋନ ନେଇଥିବା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ମାତ୍ର ଏଥିରେ ଅନେକ ସୁବିଧା ମଧ୍ୟ ରହିଛି, ଯାହାକି ଏହି ଲୋନ ଆପଣଙ୍କୁ ଅର୍ଥ ଆବଶ୍ୟକତା ସମୟରେ ପ୍ରଦାନ କରେ । ପର୍ସନାଲ ଲୋନ ଏବଂ ଗୋଲ୍ଡ ଲୋନ ତୁଳନାରେ ଟପ୍ ଅପ୍ ଲୋନରେ ସୁଧହାର କମ୍ । ଏହାସହିତ ଏହି ଲୋନର ଅବଧି ଅଧିକ । ହୋମ୍ ଲୋନ ଅବଧି ଉପରେ ଆଧାର କରି ଟପ୍ ଅପ୍ ଲୋନ ଅବଧି ସ୍ଥିର ହୋଇଥାଏ । ଯଦି ହୋ୍ଲୋମନ ଅବଧି ୧୫ ବର୍ଷ ତେବେ ଟପ୍ଅପ୍ ଲୋନ୍‌ ମଧ୍ୟ ୧୫ ବର୍ଷ ପାଇଁ ଦିଆଯାଇପାରେ । ଯାହାକି ଅନ୍ୟ ଲୋନଗୁଡିକରେ ନାହିଁ ।

ବିଭିନ୍ନ ବ୍ୟାଙ୍କରେ ଭିନ୍ନଭିନ୍ନ ନିୟମ ରହିଥାଏ । ନିଜ ବ୍ୟାଙ୍କର ଟପ୍ଅପ୍ ନିୟମ କ'ଣ ରହିଛି ତାହା ପ୍ରଥମେ ଜାଣିବା ଦରକାର । ଯଦି ଏକକାଳୀନ ଟଙ୍କା ଆବଶ୍ୟକ ନଥାଏ, ତାହେଲେ ଆପଣ ଟପ୍ଅପ୍ ଲୋନରେ ଓଭରଡ୍ରାଫ୍ଟ ସୁବିଧାର ଲାଭ ଉଠାଇ ପାରିବେ । ହେଲେ ହୋମ ଲୋନ ତୁଳନାରେ ଏଥିରେ ସୁଧହାର ସାମାନ୍ୟ ଅଧିକ । ଆବଶ୍ୟକତା ସମୟରେ ଏବଂ ଲମ୍ବା ସମୟ ପାଇଁ ଲୋନ ଚାହୁଁଥିଲେ ଏହି ବିକଳ୍ପ ବାଛିପାରିବେ । ଏଥିରେ କେବଳ ବ୍ୟବହୃତ ରାଶି ଉପରେ ସୁଧ ଆଦାୟ କରାଯାଏ । ଯାହାଫଳରେ ଗ୍ରାହକଙ୍କ ଉପରେ ଅଧିକ ବୋଝ ପଡ଼ିନଥାଏ ।

ହୋମ ଲୋନ ନେବା ଯୋଗୁଁ ବ୍ୟାଙ୍କ ପାଖରେ ପୂର୍ବରୁ ଲୋନଧାରକଙ୍କ ବିବରଣୀ ରହିଥାଏ । ସେ ଠିକ୍ ସମୟରେ କିସ୍ତି ପୈଠ କରୁଛନ୍ତି ନା ନାହିଁ ତାହା ଭଲ ଭାବେ ବ୍ୟାଙ୍କ ଜାଣିଥାଏ । ତେଣୁ ଟପ୍ଅପ୍ ଲୋନ ପାଇଁ ଲୋନଧାରକଙ୍କୁ କିସ୍ତି ପୈଠର ଠିକ୍ ବିବରଣୀ, ଆୟ ପ୍ରମାଣ ଏବଂ ଅନ୍ୟ କିଛି ଦସ୍ତାବିଜ ଆବଶ୍ୟକ ହୋଇଥାଏ । ଟପ୍ଅପ୍ ଲୋନର ରାଶି ଲୋନଧାରକଙ୍କ ଆୟ, ହୋମ ଲୋନ ପରିମାଣ ଏବଂ ବନ୍ଧକ ଥିବା ସମ୍ପତ୍ତିର ବଜାର ମୂଲ୍ୟ ଉପରେ ନିର୍ଭର କରିଥାଏ ।

ଟପ୍ଅପ୍ ଲୋନ ସୁଧହାର ହୋମ ଲୋନ ସୁଧ ସହିତ ପ୍ରାୟତଃ ସମାନ ହୋଇଥାଏ । ବର୍ତ୍ତମାନ କେତେକ ବ୍ୟାଙ୍କ ଓ ଋଣ ସଂସ୍ଥା ଅଗ୍ରୀମ ଭାବେ ଟପ୍ଅପ୍ ଲୋନ ମଞ୍ଜୁର କରୁଛନ୍ତି । ତେଣୁ ଅଧିକ ସୁଧହାର ବିଶିଷ୍ଟ ଲୋନ ନେବା ବଦଳରେ ଆବଶ୍ୟକତା ସମୟରେ ଆପଣ ଏହି ଲୋନ ବିକଳ୍ପ ଚୟନ କରିପାରିବେ ।

ABOUT THE AUTHOR

...view details