ଓଡିଶା

odisha

ପ୍ରଡ୍‌ ମେସେଜଠାରୁ ହୋଇଯାଆନ୍ତୁ ସାବଧାନ, SBI କରୁଛି ଆର୍ଲଟ

By ETV Bharat Odisha Team

Published : Nov 14, 2023, 8:05 PM IST

SBI ନାମରେ ମେସେଜ କିମ୍ବା କଲ ଆସୁଥିଲେ ହୋଇଯାଆନ୍ତୁ ସାବଧାନ । ଆକାଉଣ୍ଟ ବନ୍ଦ ମେସେଜ କରି ଡରାଉଛନ୍ତି ସାଇବର ଠକ। ମେସେଜ ଠାରୁ ରୁହନ୍ତୁ ସାବଧାନ । ଆଗକୁ ପଢ଼ନ୍ତୁ,

ର୍ଫଡ ମେସେଜ ଠାରୁ ହୋଇଯାଆନ୍ତୁ ସାବଧାନ
ର୍ଫଡ ମେସେଜ ଠାରୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ତିଆ(SBI) ନାମରେ ମେସେଜ କିମ୍ବା କଲ୍‌ ଆସୁଥିଲେ ହୋଇଯାଆନ୍ତୁ ସାବଧାନ । ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ(SBI) ପକ୍ଷରୁ ଗ୍ରାହାକଙ୍କୁ ଆର୍ଲଟ ଜାରି କରାଯାଇଛି । SBI ନାମରେ ଲୋକଙ୍କୁ ଜାଲରେ ଫସାଉଛନ୍ତି ସାଇବର ଠକ । ଆକାଉଣ୍ଟ ବନ୍ଦ ମେସେଜ୍‌ କରି ଡରାଉଛନ୍ତି ଲୋକଙ୍କୁ । ନିଜ ବ୍ୟାଙ୍କ୍‌ କିମ୍ବା ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବା ପାଇଁ ବ୍ୟାଙ୍କର ର୍ନିର୍ଦ୍ଦେଶ ରହିଛି ।

ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ତିଆ (SBI) ନିଜ ଗ୍ରାହାକଙ୍କୁ ଆର୍ଲଟ ଜାରି କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ କୌଣସି ପ୍ରକାର ମେସେଜ୍‌ ଦିଆଯାଇ ନାହିଁ । କିନ୍ତୁ ଗ୍ରାହାକଙ୍କୁ ପାନ୍‌ ସହ ଆକାଉଣ୍ଟ ଅପଡେଟ୍‌ ନକଲେ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମେସେଜ ଆସିଛି । ଏହି କଥାକୁ ଖଣ୍ତନ କରି ବ୍ୟାଙ୍କ କର୍ତ୍ତୁପକ୍ଷ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ତଥ୍ୟ । ଏହିଭଳି ମେସେଜ ଦ୍ବରା ଲୋକମାନେ ଠକାମୀର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....Cyber Fraud: ଅନଲାଇନରେ ଜାଲ ବିଛାଇଛନ୍ତି ସାଇବର ଠକ, ଏପରି ରୁହନ୍ତୁ ସତର୍କ

ଫ୍ରଡ୍‌ ମେସେଜ୍‌ଠାରୁ ରୁହନ୍ତୁ ସାବଧାନ

ଯଦି ଆପଣଙ୍କ ପାଖକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ(SBI) ପକ୍ଷରୁ ପାନ୍‌ ସହ ଆକାଉଣ୍ଟ୍‌ ଅପଡେଟ ନକଲେ ଆକାଉଣ୍ଟ ବନ୍ଦ ହୋଇଯିବାର ମେସେଜ ଆସେ ତେବେ ସାବଧାନ । ମେସେଜରେ ପାନ୍‌ ସହ ଆକାଉଣ୍ଟ ଅପଡେଟ କରିବା ପାଇଁ ଏକ ଲିଙ୍କ ମଧ୍ୟ ଥାଏ । ମେସେଜ ମୁତାବକ ସେ ଲିଙ୍କ୍‌ରେ କ୍ଲିକ୍‌ କରି ଆପଣ ପାନ୍‌ ସହ ଆକାଉଣ୍ଟ ଅପଡେଟ୍‌ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ (SBI) ନିଜ ଗ୍ରାହାକଙ୍କୁ ଆର୍ଲଟ ଜାରି କରିଛନ୍ତି, ଯଦି ଏହିଭଳି ମେସେଜ କିମ୍ବା କଲ୍‌ ଆସେ ତେବେ ନିଜ ବ୍ୟାଙ୍କ କିମ୍ବା ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବାକୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ପାର୍ବଣ ଋତୁରେ କରନ୍ତୁ ସପିଂ, ଏହି ବ୍ୟାଙ୍କ ଦେଉଛନ୍ତି ଦମଦାର ରିହାତି ଅଫର

ସାଇବର ଠକ ଅନେକ ଉପାୟରେ ଠକିବା ପାଇଁ ଜାଲ ବିଛାଉଛନ୍ତି । ବ୍ୟାଙ୍କ କିମ୍ବା ଅନ୍ୟ UPI ପୋର୍ଟାଲ ବ୍ୟବହାର କଲା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ନିଜର ATM କାର୍ଡ ନମ୍ବର, ଓଟିପି ଓ ଅନ୍ୟାନ ପାସୱାର୍ଡକୁ ମଧ୍ୟ କାହା ସହ ସେୟାର କରନ୍ତୁ ନାହଁ । ଆମ ସୁବିଧା ପାଇଁ ରହିଥିବା ଇ-ବ୍ୟାଙ୍କିଂର ବ୍ୟବସ୍ଥା ଯେମିତି ଆମ ଅସୁବିଧାର କାରଣ ନହେବ ତା ପ୍ରତି ଧ୍ୟାନ ଦେବା ଆମ କର୍ତ୍ତବ୍ୟ ।

ବ୍ୟୁରୋ ରିପୋଟ ଇଟିଭି ଭାରତ

ABOUT THE AUTHOR

...view details