ଓଡିଶା

odisha

Reliance AGM 2022, ରିଲାଏନ୍ସ ବାର୍ଷିକ ବୈଠକ ଉପରେ ସମସ୍ତଙ୍କ ନଜର, ଜାଣନ୍ତୁ କାହିଁକି

By

Published : Aug 29, 2022, 1:15 PM IST

ଆଜି(29 ଅଗଷ୍ଟ) ଦେଶର ବୃହତ୍ତମ ଶିଳ୍ପ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା (Annual General Meeting) । ବୈଠକ ଉପରେ ସମସ୍ତଙ୍କ ନଜର, ଜାଣନ୍ତୁ କାହିଁକି ।

Reliance AGM 2022, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା
Reliance AGM 2022, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଶିଳ୍ପ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା (Annual General Meeting) ଆଜି ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁଯାୟୀ, ଏହି ବୈଠକ ଅପରାହ୍ନ 2 ଟାରୁ ଆରମ୍ଭ ହେବ । କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର 45ତମ ବାର୍ଷିକ ବୈଠକ (45th AGM of Reliance Industries)କୁ ସମ୍ବୋଧିତ କରିବେ । ତେବେ RIL ର ନିବେଶକମାନଙ୍କ ସହିତ କର୍ପୋରେଟ୍ ଜଗତ ଏବଂ ଷ୍ଟକ୍ ମାର୍କେଟର ଆଖି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର AGM(Annual General Meeting) ଉପରେ ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର AGM ଉପରେ କଣ ରହିଛି ଭରସା ?

ପ୍ରତିବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର (Reliance Industries Ltd) AGM ରେ ଏପରି କିଛି ଯୋଜନା କିମ୍ବା ବ୍ୟବସାୟ ଘୋଷଣା କରାଯାଇଥାଏ, ଯାହା ନିବେଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ AGM ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ 5G ଲଞ୍ଚ ପାଇଁ ରିଲାଏନ୍ସ ଜିଓ ଯାହା ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର ରହିବ । ଏହା ସହିତ, କମ୍ପାନୀର ପରବର୍ତ୍ତୀ ବ୍ୟବସାୟ ଯୋଜନା ଘୋଷଣାରେ କ’ଣ ବଡ଼ ଘୋଷଣା ହେବ ତା'କୁ ମଧ୍ୟ ଅପେକ୍ଷା କରାଯାଇଛି ।

ଏହା ବ୍ୟତୀତ ରିଲାଏନ୍ସ ରିଟେଲ, ରିଲାଏନ୍ସ ଜିଓର IPO(Initial public offering) ଅର୍ଥାତ୍ ଜନସାଧାରଙ୍କ ପାଇଁ ପ୍ରାରମ୍ଭିକ ଅଫର୍ ସମ୍ବନ୍ଧରେ କ’ଣ ନିଷ୍ପତ୍ତି ନିଆଯାଇଛି ଏହା ଜଣା ପଡିପାରେ । ଆହୁରି ମଧ୍ୟ, ମୁକେଶ ଅମ୍ବାନୀ ତାଙ୍କ ବ୍ୟବସାୟିକ ଉତ୍ତରାଧିକାରୀଙ୍କୁ ପରବର୍ତ୍ତୀ ପିଢିକୁ ହସ୍ତାନ୍ତର କରିବା ସହିତ କୌଣସି ଘୋଷଣା କରନ୍ତି କି ? ସେ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

AGM ର ସ୍ବତନ୍ତ୍ର ଟେଲିକାଷ୍ଟ ହେବ ଖାସ୍: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର 45ତମ ଏଜିଏମ୍ ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ତଥା ଭର୍ଚୁଆଲ୍ ରିଅଲିଟି ପ୍ଲାଟଫର୍ମରେ ପ୍ରସାରିତ ହେବ ।

ABOUT THE AUTHOR

...view details