ଓଡିଶା

odisha

ବଜାରରେ ଉତ୍ସାହ, ପୁଣି 50 ହଜାର ସ୍ତର ଡେଇଁଲା ସେନସେକ୍ସ

By

Published : Feb 24, 2021, 8:02 PM IST

କାରବାର ଅବଧି ବଢିବା ସହ ଆଜି କାରବାର ବମ୍ପର ବୃଦ୍ଧି ସହ ପୁଣି 50 ହଜାର ସ୍ତର ପାର କରିଛି । ସେପଟେ ଟଙ୍କାର ବିନିମୟ ମୂଲ୍ୟ ବି ବଢିଛି । ଅଧିକ ପଢନ୍ତୁ..

ବଜାରରେ ଉତ୍ସାହ, ପୁଣି 50 ହଜାର ସ୍ତର ଡେଇଁଲା ସେନସେକ୍ସ
ବଜାରରେ ଉତ୍ସାହ, ପୁଣି 50 ହଜାର ସ୍ତର ଡେଇଁଲା ସେନସେକ୍ସ

ମୁମ୍ବାଇ: ଫାଇନାନ୍ସ କମ୍ପାନୀ ସେୟାରରେ ଜୋରଦାର ଅଭିବୃଦ୍ଧି ଯୋଗୁଁ ପ୍ରବଳ ଉଛୁଳିଛି ସେୟାର ସୂଚକାଙ୍କ । ବୁଧବାର ସେନସେକ୍ସ 1,030 ପଏଣ୍ଟର ଲମ୍ବା ଲମ୍ଫ ସହ ପୁଣି ଥରେ 50,000 ପଏଣ୍ଟ ସ୍ତର ମାର୍କ କରିଛି । ସେପେଟେ ନିଫ୍ଟି ମଧ୍ୟ 270 ପଏଣ୍ଟର ବୃଦ୍ଧି ସହ ଭଲ ଲାଭ ରେକର୍ଡ କରିଛି ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ରେ ଟେକନିକ ସମସ୍ୟା ଯୋଗୁଁ ଆଜି ଉଭୟ ଏକ୍ସଚେଞ୍ଜ କାରବାର ସମୟ ଅବଧି ବଢାଇ 5 ଟା ଯାଏଁ ବଢାଇଦେଇଛି । ଏନଏସଇରେ ଦିନ 3 ଟା 45 ମିନିଟରେ ପୁଣି ଥରେ କାରବାର ହୋଇଛି । ଶେଷରେ ନିଫ୍ଟି 274.20 ପଏଣ୍ଟ ବଢି 14,982 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 1,030.28 ପଏଣ୍ଟ ବଢି 50,781.69 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସର କମ୍ପାନୀର ଆକ୍ସିସ ବ୍ୟାଙ୍କ ସେୟାର ସର୍ବାଧିକ ପ୍ରାୟ 5 ପ୍ରତିଶତ ଚଢିଛି ।

ଅନ୍ୟପଟେ ଏଚଡିଏଫସି ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ ଓ ଏସବିଆଇର ସେୟାର ମଧ୍ୟ ଲାଭରେ ରହିଛି । ସେହିପରି ଅନ୍ୟ ପଟେ ପାୱରଗ୍ରୀଡ , ଡ. ରେଡ୍ଡୀଜ , ଟିସିଏସ ଓ ଏସିଆ ପେଣ୍ଟସର ସେୟାରରେ ହ୍ରାସ ଦେଖାଦେଇଛି ।

ସେପଟେ ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ ଅଶୋଧିତ ତୈଳ 0.96 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପ୍ରତି 65.10 ଡଲାର ରହିଛି । ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 11 ପଇସା ମଜବୁତ ହୋଇ 72.35 ରେ ବନ୍ଦ ହୋଇଛି ।

ABOUT THE AUTHOR

...view details