ମୁମ୍ବାଇ: ଲଗାତାର ଭାବେ ହ୍ରାସ ହେଉଛି ସୁନା ଦାମ । ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 19 ପଇସା ହ୍ରାସ ହୋଇ 46,826 ଟଙ୍କା ରହିଛି । ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ପ୍ରଭାବରେ ଘରୋଇ ବଜାରରେ ବହୁମୂଲ୍ୟ ଧାତୁ ଦାମ କମିଛି । ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ପୂର୍ବ କାରବାରରେ ମୂଲ୍ୟବାନ ଧାତୁ ସୁନା ଦାମ 10 ଗ୍ରାମ ପ୍ରତି 46,845 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ଆଜି ରୂପା ଦାମ କିଲୋ ପିଛା 646 ଟଙ୍କା ବୃଦ୍ଧି ହୋଇ 69,072ଟଙ୍କାରେ ପହଞ୍ଚିଛି ।