ଓଡିଶା

odisha

ସଙ୍କଟରେ ଅଟୋଶିଳ୍ପ: ଅଧିକ ଉତ୍ପାଦନ ଯୋଗୁଁ କମୁଛି ବିକ୍ରି

By

Published : Sep 12, 2019, 1:42 PM IST

ସର୍ବାଧିକ କ୍ଷତିରେ ଚାଲିଛି ଅଟୋମୋବାଇଲ ବଜାର। ଏଥିପାଇଁ ଖୋଦ କମ୍ପାନୀ ମଧ୍ୟ ଦାୟୀ । ଅତ୍ୟଧିକ ଉତ୍ପାଦନ ଓ ଗାଡି ମହଜୁଦ ଯୋଗୁଁ ବିକ୍ରି ଖସୁଛି। ବଜାଜ ଅଟୋ ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏହା କହିଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସର୍ବାଧିକ କ୍ଷତିରେ ଚାଲିଛି ଅଟୋମୋବାଇଲ ବଜାର । 21 ବର୍ଷର ସର୍ବନିମ୍ନରେ ବିକ୍ରି ହାର । ଆଉ ଏଥିପାଇଁ ଖୋଦ କମ୍ପାନୀଗୁଡିକ ଦାୟୀ । ଅତ୍ୟଧିକ ଉତ୍ପାଦନ ଓ ଗାଡିଗୁଡିକୁ ମହଜୁଦ ଯୋଗୁଁ ବିକ୍ରି ଖସୁଛି । ବଜାଜ ଅଟୋ ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏହା କହିଛନ୍ତି।

ଅଟୋଶିଳ୍ପର ଅଣାୟତ ପରିସ୍ଥିତି ପାଇଁ ଆର୍ଥିକ ମାନ୍ଦାବସ୍ଥା ଯେତିକି ଦାୟୀ ନୁହେଁ ତାଠାରୁ ଅଧିକ କମ୍ପାନୀ ଦୋଷୀ । ଏଥିପାଇଁ ଜିଏସଟି ହ୍ରାସ ନୁହେଁ ବରଂ ଉତ୍ପାଦନ ଉପରେ ନିୟନ୍ତ୍ରଣ କରିବା ଦରକାର । ସେପ୍ଟେମ୍ବର 20ରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକ ପୂର୍ବରୁ ଏଭଳି ସଫେଇ ଦେଇଛନ୍ତି ରାଜୀବ।


SIAM ଦେଇଥିବା ସୂଚନା ମୁତାବକ ଗତ ବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ପାସେଞ୍ଜର ଗାଡି ବିକ୍ରି 31.57 ପ୍ରତିଶତ ହ୍ରାସ ପାଇ 1,96,524 ରେ ପହଞ୍ଚିଛି। ଘରୋଇ ବଜାରରେ ମୋଟ କାର ବିକ୍ରି 41 ପ୍ରତିଶତ କମିଥିବା ବେଳେ ଦୁଇ ଚକିଆ ଯାନ ବିକ୍ରି 22.24, କମର୍ସିଆଲ ଗାଡି ବିକ୍ରି 38.71ପ୍ରତିଶତ ଖସିଛି । ଏହାକୁ ଦେଖିବାକୁ ଗଲେ ମୋଟ ଯାନବାହନ ବିକ୍ରି 23.55 ପ୍ରତିଶତ କମି 18,21,490 ରହିଛି । ଯେତେବେଳେ କି ଗତ ବର୍ଷରେ ଏହି ହାର 23,82,436 ରହିଥିଲା । ଏଥିପାଇଁ ବର୍ଦ୍ଧିତ ଜିଏସଟି ହ୍ରାସ ନେଇ ସଂଘ ଦାବି କରିଥିଲା । ତେବେ ଆଗାମୀ ଦିନରେ ଅଟୋଶିଳ୍ପ ଲାଗି ଅର୍ଥମନ୍ତ୍ରୀ ଜିଏସଟି ଉପରେ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

BLANK FOR LINK


Conclusion:

ABOUT THE AUTHOR

...view details