ଓଡିଶା

odisha

Home Loan EMI: କିପରି ଦୂର କରିବେ EMI ବୋଝ, ଜାଣନ୍ତୁ

By

Published : Jan 4, 2022, 5:21 PM IST

ବ୍ୟାଙ୍କରୁ ଘର ଋଣ ନେଇ ଘର କିଣିବା ସହଜ ହୋଇଯାଇଛି, କିନ୍ତୁ କିଛି ସମୟ ପରେ ଋଣ ପରିଶୋଧ କରିବା ଏକ ବଡ଼ ବୋଝ ହୋଇଯାଏ । EMI ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ପାଲଟେ । ଘର ଋଣ ପରିଶୋଧ କରି ଏକ ଚାପମୁକ୍ତ ଜୀବନଯାପନ କରିବାକୁ ସମସ୍ତେ ଚାହାଁନ୍ତି । ତେବେ ହୋମ ଲୋନ ନେବା ପରେ କିପରି EMI ବୋଝକୁ ଦୂର କରିବେ ଜାଣନ୍ତୁ

Home Loan EMI: କିପରି ଦୂର କରିବେ EMI ବୋଝ, ଜାଣନ୍ତୁ
Home Loan EMI: କିପରି ଦୂର କରିବେ EMI ବୋଝ, ଜାଣନ୍ତୁ

ହାଇଦ୍ରାବାଦ: ଘର କିଣିବା ପ୍ରାୟ ସମସ୍ତଙ୍କର ସ୍ବପ୍ନ ହୋଇଥାଏ । ଏହାକୁ ପୂରଣ କରିବା ପାଇଁ ଲୋକମାନେ ଘର ଋଣ(Home Loan) ନେଇଥାନ୍ତି । ଘର ଋଣ ଦେବା ପାଇଁ ବ୍ୟାଙ୍କଗୁଡ଼ିକ ନିଜ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି, ଯେଉଁମାନେ ଘର କିଣିବାକୁ ଚାହୁଁଛନ୍ତି ସେମାନଙ୍କ ନିକଟକୁ ଆସୁଛନ୍ତି । କମ୍ ସୁଧ ହାରରେ ବ୍ୟାଙ୍କଗୁଡିକ ଋଣ ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ଘର କିଣୁଥିବା ବ୍ୟକ୍ତିକୁ ଏକ ଉପଯୁକ୍ତ ଯୋଜନା ସହିତ EMI ଭାର((Burden of home loan EMI)କୁ କିପରି ହ୍ରାସ କରିବେ ତାହା ଜାଣିବା ନିହାତି ଆବଶ୍ୟକ ।

ଯେତେବେଳେ କ୍ରେତା ଘର କିଣିବାକୁ ସ୍ଥିର କରେ, ସେମାନେ ଏକ ସଠିକ୍ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ କରିନ୍ତି । ଘର ଋଣ ନେବା ପରେ ଏହାର EMI ଆପଣଙ୍କ ଆୟର 40 ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଏଣୁ ଋଣ ନେବା ପୂର୍ବରୁ ଆପଣ ନିଶ୍ଚିତ ହେବା ଆବଶ୍ୟକ ଯେ ଘର ଖର୍ଚ୍ଚ ସହିତ ଅବଶିଷ୍ଟ ପରିମାଣର ସଞ୍ଚୟକୁ କିପରି ପରିଚାଳନା କରିବେ। ତେବେ ଯଥାଶୀଘ୍ର ମାସିକ କିସ୍ତି(Home loan EMIs)ର ଭାରରୁ ମୁକ୍ତି ପାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଉଚିତ ।

ଏହା ବି ପଢନ୍ତୁ: ପୁଞ୍ଜି ବଜାରରେ ଉତ୍ସାହ, ୨୭୫ ପଏଣ୍ଟ ଉଛୁଳିଲା ସେନସେକ୍ସ

ଘର ଋଣ ନେବା ପରେ ଏହାର ବୋଝକୁ ହ୍ରାସ କରିବା ପାଇଁ କିଛି ଟିପ୍ସ( (Tips to reduce the burden of home loan EMIs):-

ଅତିରିକ୍ତ କିସ୍ତି:-

କ୍ରେତା ସାଧାରଣତଃ ଗୋଟିଏ ବର୍ଷରେ 12ଟି କିସ୍ତି ଭରିଥାଏ । କିନ୍ତୁ ଯଦି ସେ ଶୀଘ୍ର ଋଣର କିସ୍ତି ଭରିବାକୁ ଚାହେଁ, ତେବେ ତାଙ୍କୁ 13ଟି କିସ୍ତି ଦେବାକୁ ପଡିଥାଏ । ଏହି ଅତିରିକ୍ତ କିସ୍ତି ପାଇଁ, କ୍ରେତାଙ୍କୁ ଅନ୍ୟ ଉତ୍ସରୁ ଅର୍ଜିତ ଅତିରିକ୍ତ ଆୟ ବ୍ୟବହାର କରିବାକୁ ପଡିବ କିମ୍ବା ତାଙ୍କର ନିୟମିତ ଖର୍ଚ୍ଚ କାଟିବାକୁ ପଡିବ । ଏହାଦ୍ବାରା ଋଣର ମୂଳ ପରିମାଣକୁ ହ୍ରାସ କରିବ ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ଋଣ ପରିଶୋଧ କରାଯାଇପାରିବ । ବ୍ୟାଙ୍କ ଏବଂ ଗୃହ ଋଣ ପ୍ରଦାନକାରୀମାନେ ଅସ୍ଥାୟୀ ଦର(floating rate)ରେ ଦେଇଥିବା ହୋମ ଲୋନ୍‌ ଉପରେ କୌଣସି ଅଗ୍ରଭାଗ ଶୁଳ୍କ ଆଦାୟ କରନ୍ତି ନାହିଁ । ତେବେ ଶୀଘ୍ର EMI ଦେୟ ଭରିଲେ କ୍ରେତାର କ୍ରେଡିଟ୍ ସ୍କୋରରେ ମଧ୍ୟ ଉନ୍ନତି ଆସିଥାଏ ।

ଘର ଖର୍ଚ୍ଚ ତୁଲାଇ ପାରୁନାହାନ୍ତି କି ?

ହୋମ ଲୋନର କିସ୍ତି ଭରିବା ପରେ ଯଦି କ୍ରେତା ଅନ୍ୟ ଖର୍ଚ୍ଚ ତୁଲାଇବାରେ ଅସମର୍ଥ ପ୍ରକାଶ କରିଥାଏ, ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ସୁଧ ହାରରେ ହ୍ରାସ ଘଟିଲେ EMI ମଧ୍ୟ କମ ହୋଇଥାଏ । ଏହା ବ୍ୟତୀତ ଋଣର କାର୍ଯ୍ୟକାଳ ବୃଦ୍ଧି କରିବା ଦ୍ବାରା EMI ହ୍ରାସ ହୋଇଥାଏ । ଯାହାକି ଏକ ଉତ୍ତମ ବିକଳ୍ପ ଅଟେ । ଏହା କ୍ରେତାଙ୍କୁ କୌଣସି ଅସୁବିଧା ବିନା ତାଙ୍କ ଘରର ଖର୍ଚ୍ଚର ତୁଲାଇବାରେ ସହାୟକ ହୋଇଥାଏ । ଯଦି କ୍ରେତାର ଆୟ ବଢେ, ତେବେ ସେହି ଅନୁଯାୟୀ EMI ପରିମାଣ ବୃଦ୍ଧି କରିବା ଆବଶ୍ୟକ ।

ଏହାବ୍ୟତୀତ କ୍ରେତା ଯଦି କୌଣସି ସମ୍ପତ୍ତି ବିକ୍ରି କରେ, କିମ୍ବା ପୈତୃକ ସମ୍ପତ୍ତିରୁ କିଛି ଅର୍ଥ ମିଳେ, କିମ୍ବା ଅନ୍ୟ କୌଣସି ସ୍ରୋତରୁ କିଛି ଅର୍ଥ ମିଳେ ତେବେ ହୋମ ଲୋନକୁ ସୁଝିବା ପାଇଁ ଋଣଦାତାକୁ ମୂଳରାଶି ପାଇଁ ଅର୍ଥ ଦିଆଯାଇପାରିବ । ଏହାଦ୍ବାରା ସୁଧର ହାର କମିଥାଏ । ଏବେ ହୋମ ଲୋନ୍‌ର ଦର ଆଗ ଅପେକ୍ଷା କମ ରହିଛି । ଯଦି କ୍ରେତା ଏବେ ହୋମ ଲୋନ ଉପରେ ଅଧିକ ସୁଧ ଭରୁଛି ତେବେ ଉକ୍ତ କ୍ରେତାଙ୍କୁ ପୁଣି ଥରେ ଭାବିବା ଆବଶ୍ୟକ ।

ଶେଷରେ, ଏକ ସୁରକ୍ଷିତ ଜୀବନ ଯାପନ ପାଇଁ କ୍ରେତାଙ୍କୁ EMI ସର୍ବଦା ନିଜ ଆୟର ୪୦ ପ୍ରତିଶତ ପର୍ଯ୍ୟନ୍ତ ରଖିବା ଆବଶ୍ୟକ । ଏଥିରୁ ଅଧିକ କରିବା ଉଚିତ ନୁହେଁ । ସର୍ବଦା କିସ୍ତିର ବୋଝକୁ କମ କରିବା ପାଇଁ ଚେଷ୍ଟା କରିବା ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details