ଓଡିଶା

odisha

ବଜାର କାରବାର ମାନ୍ଦା, ସେନସେକ୍ସ 400 ପଏଣ୍ଟ ହ୍ରାସ

By

Published : Apr 5, 2021, 10:58 AM IST

ଲାଲ ସଙ୍କେତରେ ଖୋଲିଲା ବଜାର। ପ୍ରାରମ୍ଭରୁ ସେନସେକ୍ସ 400 ପଏଣ୍ଟ ହ୍ରାସ , ନିଫ୍ଟି 109.35 ପଏଣ୍ଟ ଖସି 14,758ରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ବଜାର କାରବାର ମାନ୍ଦା, ସେନସେକ୍ସ 400 ପଏଣ୍ଟ ହ୍ରାସ
ବଜାର କାରବାର ମାନ୍ଦା, ସେନସେକ୍ସ 400 ପଏଣ୍ଟ ହ୍ରାସ

ମୁମ୍ବାଇ: ଲାଲ ସଙ୍କେତରେ ବଜାର କାରବାର ଆରମ୍ଭ। ପ୍ରାରମ୍ଭରୁ ସେନସେକ୍ସ 400 ପଏଣ୍ଟ ହ୍ରାସ ପାଇଛି। ତେବେ ସୋମବାର ଏଚଡିଏଫସି ଟ୍ବିନ, ଆଇସିଆଇସି ବ୍ୟାଙ୍କ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରି କ୍ଷତି ସହିଛି। ବିଏସଇ ସେନସେକ୍ସ 434.90 ପଏଣ୍ଟ ହ୍ରାସ ପାଇ 49,594.93ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 109.35 ପଏଣ୍ଟ ଖସି 14,758ରେ ପହଁଞ୍ଚିଛି।

ସେନସେକ୍ସ ପ୍ୟାକରେ ଇଣ୍ଡସ ଇଣ୍ଡିଆ ଶୀର୍ଷରେ ରହି 3 ପ୍ରତିଶତରୁ ଅଧିକ ଖର୍ଚ୍ଚ ସହିଥିଲା, ତା’ପରେ ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ, ବଜାଜ ଅଟୋ, ବଜାଜ ଫିନ୍ସର୍ଭ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରହିଥିଲା।

ଅନ୍ୟପକ୍ଷରେ, ଇନଫୋସିସ୍, HCL ଟେକ୍, ଟେକ୍ ମହିନ୍ଦ୍ରା, ଟିସିଏସ୍ ଏବଂ ଭାରତ ଏୟାରଟେଲ ଲାଭକାରୀଙ୍କ ମଧ୍ୟରେ ରହିଥିଲା। ଗୁରୁବାର ପୂର୍ବ ଅଧିବେଶନରେ, ସେନସେକ୍ସ 520.68 ପଏଣ୍ଟ ଅଧିକ କାରବାର କରିଥିବା ବେଳେ ନିଫ୍ଟି 176.65 ପଏଣ୍ଟ ବୃଦ୍ଧି ପାଇ 14,867.35 ରେ ସ୍ଥିର ହୋଇଛି।

ବିନିମୟ ତଥ୍ୟ ଅନୁଯାୟୀ ଗୁରୁବାର ଦିନ 149.41 କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ କରିଥିବାରୁ ବିଦେଶୀ ସଂସ୍ଥାଗତ ନିବେଶକ (FII) ପୁଞ୍ଜି ବଜାରରେ ନିଟ୍ କ୍ରେତା ଥିଲେ । ଶୁକ୍ରବାର ଆର୍ଥିକ ବଜାର ବନ୍ଦ ରହିଥିଲା ।

ABOUT THE AUTHOR

...view details