ଓଡିଶା

odisha

ବିବାଦ ପରେ କ୍ଷମା ମାଗିଲା Zomato, ହଟାଇଲା ବିଜ୍ଞାପନ

By

Published : Aug 21, 2022, 9:33 PM IST

Updated : Aug 21, 2022, 10:59 PM IST

ବିଜ୍ଞାପନକୁ ନେଇ ଧର୍ମୀୟ ବିବାଦ ପରେ ବିବୃତ୍ତି ଜାରି କରି କ୍ଷମା ମାଗିଲା Zomato । ପ୍ରତ୍ୟାହାର ହେଲା ବିବାଦୀୟ ବିଜ୍ଞାପନ । ହ୍ରିତିକ ରୋସନ କରିଥିଲେ ଉକ୍ତ ବିବାଦୀୟ ବିଜ୍ଞାପନରେ ଅଭିନୟ । ଅଧିକ ପଢନ୍ତୁ

ବିବାଦ ପରେ କ୍ଷମା ମାଗିଲା ଜୋମାଟୋ, ହଟାଇଲା ବିଜ୍ଞାପନ
ବିବାଦ ପରେ କ୍ଷମା ମାଗିଲା ଜୋମାଟୋ, ହଟାଇଲା ବିଜ୍ଞାପନ

ମୁମ୍ବାଇ: ଅଭିନେତା ହ୍ରିତିକ ରୋସନଙ୍କ ଅଭିନୀତ ବିଜ୍ଞାପନକୁ ନେଇ ବିବାଦ ପରେ କ୍ଷମା ପ୍ରାର୍ଥନା କରିଛି (Zomato apologises for controversial advertisement) ଅନଲାଇନ ଖାଦ୍ୟ ଡେଲିଭରୀ ସଂସ୍ଥା Zomato । ଉକ୍ତ ବିଜ୍ଞାପନକୁ ମଧ୍ୟ ପ୍ରସାରଣ ତାଲିକାରୁ ହଟାଇଛି ସଂସ୍ଥା । ହ୍ରିତିକ ରୋଶନ(Hrithik Roshans ) ଅଭିନୀତ ଏହି ବିଜ୍ଞାପନରେ ମଧ୍ୟ ପ୍ରଦେଶର ଉଜ୍ଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରର ନାମ ନିଆ ଯାଇଥିବାରୁ ତୀବ୍ର ବିରୋଧ କରିଥିଲେ ମନ୍ଦିରର ସେବାୟତ । ସଂସ୍ଥା ଏହି ବିଜ୍ଞାପନକୁ ହଟାଇବା ସହ ଅଭିନେତା ହ୍ରିତିକ ରୋସନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମହାକାଳ ମନ୍ଦିରରେ ସେବାୟତ ଦାବି ମଧ୍ୟ କରିଥିଲେ । ତାର କିଛି ଘଣ୍ଟା ପର ଜୋମାଟୋ ଟ୍ବିଟରର ଏକ ବିବୃତ୍ତି ଜାରି କରି କ୍ଷମା ପ୍ରାର୍ଥନା କରିବା ସହ ଏହି ବିବାଦୀୟ ବିଜ୍ଞାପନକୁ ପ୍ରତ୍ୟାହାର କରିଥିବା ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ :-ଜୋମାଟ ବିଜ୍ଞାପନ ବିବାଦ, ବିଜ୍ଞାପନ ହଟାଇବା ସହ ହ୍ରିତିକ ରୋସନଙ୍କ କ୍ଷମା ଦାବି କଲେ ମହାକାଳେଶ୍ବର ମନ୍ଦିର ସେବାୟତ

ବଲିଉଡ ଅଭିନେତା ହ୍ରିତିକ ରୋସନଙ୍କ ଦ୍ବାରା ଅଭିନିତ ଏହି ବିଜ୍ଞାପନ (Zomatos thali controversial advertisement) ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଥିଲେ ମହାକାଳ ମନ୍ଦିରର ସେବାୟତ । ଏହି ଭିଡିଓରେ ହ୍ରିତିକ କହିଥିଲେ‘‘ ଉଜ୍ଜୈନ ମେ ହେଁ, ମନ କିୟା ତୋ ମହାକାଲ ସେ ମଙ୍ଗାଲିୟା ।’’ ଏକ ଫୁଡ ଡେଲିଭରୀ କମ୍ପାନୀର ବିଜ୍ଞାପନକୁ ମହାକାଳ ମନ୍ଦିର ପରି ପ୍ରସିନ୍ଧ ମନ୍ଦିର ସହ କାହିଁକି ଯୋଡାଗଲା, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦୈନିକ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏଠାରେ ହୋମ ଡେଲିଭରୀ କିମ୍ବା କୌଣସି ଅନଲାଇନ ସଂସ୍ଥା ମାଧ୍ୟମରେ ଡେଲିଭରୀର କରାଯାଏ ନାହିଁ । ବିଜ୍ଞାପନରେ ଏପରି ଦର୍ଶାଯାଇ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ପୂଜକ ଆପତ୍ତି ଉଠାଇବା ସହ କ୍ଷମା ପ୍ରାର୍ଥନା କରିବା ସହ ଉକ୍ତ ବିଜ୍ଞାପନକୁ ହଟାଇବାକୁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 21, 2022, 10:59 PM IST

ABOUT THE AUTHOR

...view details