ଓଡିଶା

odisha

ମାତ୍ର ୧୦ ମିନିଟରେ ଅର୍ଡର ଡେଲିଭରୀ ଦେବ Zomato

By

Published : Mar 22, 2022, 6:46 AM IST

ମାତ୍ର ୧୦ ମିନିଟରେ ଅର୍ଡର ଡେଲିଭରୀ ଦେବ Zomato । ଅଧିକ ପଢନ୍ତୁ

ମାତ୍ର ୧୦ମିନିଟରେ ଅର୍ଡର ଡେଲିଭରୀ ଦେବ Zomato
ମାତ୍ର ୧୦ମିନିଟରେ ଅର୍ଡର ଡେଲିଭରୀ ଦେବ Zomato

ନୂଆଦିଲ୍ଲୀ: ଅନଲାଇନ ଖାଦ୍ୟ ଡେଲିଭରୀ ସଂସ୍ଥା Zomato ର ନୂଆ ଘୋଷଣା । ଏଣିକି ମାତ୍ର ୧୦ ମନିଟରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହେବ ଅର୍ଡର । ଏହା ପ୍ରଥମେ ଆସନ୍ତା ମାସ ଠାରୁ ଗୁରୁଗାଓଁରେ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ଜୋମାଟୋ ସହ-ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲ ।

ଟ୍ୱିଟରେ ଦୀପିନ୍ଦର ଗୋଏଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶୀଘ୍ର ଅର୍ଡର ପହଞ୍ଚାଇବା ପାଇଁ ଡେଲିଭରୀ ଏଜେଣ୍ଟଙ୍କ ସୁରକ୍ଷା ସହ ସଂସ୍ଥା ବୁଝାମଣା କରିପାରିବ ନାହିଁ । ସେମାନଙ୍କ ସୁରକ୍ଷା ସଂସ୍ଥାର ପ୍ରାଥମିକତା । ଡେଲିଭରୀ ଏଜେଣ୍ଟମାନଙ୍କ ଉପରେ ବିଳମ୍ବ ପାଇଁ ସଂସ୍ଥା କୌଣସି ପ୍ରକାର ଚାପ ମଧ୍ୟ ପକାଏ ନାହିଁ । କିନ୍ତୁ ଏହି ମିଶନ ଫିନିସିଂ କାଉଣ୍ଟରର ଏକ ବଡ ନେଟୱାର୍କ ଉପରେ ନିର୍ଭର କରିବ । ଏହା ବ୍ୟତୀତ କମ୍ପାନୀ ସ୍ଥାନ ବିଶେଷରେ ଅର୍ଡରର ଚାହିଦାକୁ ଦେଖି ଖାଦ୍ୟ ପ୍ରକ୍ରିୟା କରଣ କେନ୍ଦ୍ର ମଧ୍ୟ ସ୍ଥାପନ କରିବ । ଏହା ଖାଦ୍ୟର ଗୁଣବତ୍ତା ମଧ୍ୟ ନିଶ୍ଚିତ କରିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details