ଓଡିଶା

odisha

oppositions unity: ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କିଏ, ପ୍ରଶ୍ନ କଲେ ରବିଶଙ୍କର ପ୍ରସାଦ

By

Published : Jun 18, 2023, 9:50 PM IST

ବିରୋଧୀ ମେଣ୍ଟକୁ କଡା ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । କହିଲେ ମୋଦିଙ୍କ ବିରୋଧରେ ଏକାକୀ ଲଢିପାରିବେନି, ତେଣୁ ମେଳି ବାନ୍ଧିଛନ୍ତି । ଦେଶ ସ୍ଥିର ସରକାର ଚାହୁଁଛି । ସେମାନଙ୍କର ପ୍ରଧାନମନ୍ତ୍ରୀ ଚେହେରା କି’ଏ । ଅଧିକ ପଢନ୍ତୁ

ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କିଏ: ରବିଶଙ୍କର ପ୍ରସାଦ
ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କିଏ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ:2024ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ବିଜେପି ବିରୋଧରେ ମେଳି ବନ୍ଧିବାରେ ଲାଗିଛନ୍ତି । 23 ତାରିଖରେ ପାଟନାରେ ପ୍ରଥମ ଔପଚାରିକ ସମାବେଶ ମଧ୍ୟ ସ୍ଥିର ହୋଇସାରିଛି । ହେଲେ ପ୍ରଧାନମନ୍ତ୍ରୀ ଚେହେରା ବିନା ମୋଦିଙ୍କ ବିରୋଧରେ ମୋର୍ଚ୍ଚା ଖୋଲୁଥିବା ବିରୋଧୀଙ୍କୁ ଅଭିଯାନ ଆରମ୍ଭରୁ ଏହି କାରଣ ନେଇ ବିଜେପି ଟାର୍ଗେଟ କରିଆସିଛି । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ମଧ୍ଯ ବିରୋଧୀଙ୍କୁ ସମାନ ପ୍ରଶ୍ନ ସହ ଟାର୍ଗେଟ କରିଛନ୍ତି । ସେମାନଙ୍କର (ମିଳିତ ବିରୋଧୀ)ଙ୍କର ପ୍ରଧାନମନ୍ତ୍ରୀ ଚେହେରା କି‘ଏ ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ପ୍ରସାଦ ।

ବିହାରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରବି ଶଙ୍କର କହିଛନ୍ତି, "ଏହା କେବଳେ ସ୍ବାର୍ଥବାଦୀ ଲୋକଙ୍କର କ୍ଷମତା ପାଇଁ ଏକ ମେଳି । ସେମାନେ ଏକାକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କେବେ ହେଲେ ଲଢି ପାରିବେ ନାହିଁ । ତେଣୁ ସେମାନେ ମେଳି ବାନ୍ଧିଛନ୍ତି । ଦେଶବାସୀ ଏକ ସ୍ଥିର ସରକାର ଚାହାନ୍ତି । କ୍ଷମତା ପାଇଁ ପରସ୍ପର ମଧ୍ୟରେ ଲଢେଇ ଜାରି ରଖିଥିବା ଦଳଗୁଡିକୁ ନୁହେଁ ।" ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି’ଏ ହେବ ବୋଲି ପ୍ରସାଦ କହିଛନ୍ତି ।

ମମତା ବାନାର୍ଜୀ କଂଗ୍ରେସର ସିପିଏମକୁ ସମର୍ଥନ ଦେବାକୁ ବିରୋଧରେ ରହିଛନ୍ତି । ସେମାନେ ପରସ୍ପର ମଧ୍ୟରେ ଲଢୁଛନ୍ତି । ତଥାପି ମୋଦିଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି । ଦେଶ ଏବେ ଦେବେଗୌଡା ଓ ଭି.ପି ସିଂ ଜମାନାରୁ ବହୁ ଆଗକୁ ଯାଇସାରିଲାଣି । ସେମାନଙ୍କ ଏକାଠି ହେବା, ଆଲୋଚନା କରିବା ଉପରେ କୌଣସି ଆପତ୍ତି ନାହିଁ । କିନ୍ତୁ ଦେଶବାସୀ ଏକ ସ୍ଥିର ସରକାର ଚାହୁଁଛନ୍ତି । ତେଣୁ ସେମାନଙ୍କ ସହ ନା ବିହାର ଯିବ ନା ଦେଶ ଯିବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ବିରୋଧୀ ମେଳିର ଅନ୍ୟତମ ପୁରୋଧା ସାଜିଥିବା ବେଳେ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ମଧ୍ୟ ଏହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ତାଙ୍କୁ ଟାର୍ଗେଟ କିରଥିଲେ । ବିରୋଧୀଙ୍କର ଯଦି ସାହସ ଅଛି, ତେବେ ପୁର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢନ୍ତୁ ବୋଲି ସୁଶୀଲ କହିଥିଲେ ।

ଏହାରି ମଧ୍ୟରେ ବିରୋଧୀ କିନ୍ତୁ ନିଜ ଅଭିଯାନ ଜାରି ରଖିଛନ୍ତି । 23 ତାରିଖରେ ପାଟନାରେ ହେବାକୁ ଥିବା ପ୍ରଥମ ଔପଚାରିକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ବର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସିପିଆଇ ନେତା ଡି.ରାଜା, ସିପିଆଇମ ମହାସଚିବ ସିତାରାମ ୟାଚୁରୀ, ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details