ଓଡିଶା

odisha

ED ନିକଟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

By

Published : Jan 4, 2021, 4:51 PM IST

ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ତାଙ୍କୁ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ନୋଟିସ କରିଥିଲା । ଅଧିକ ପଢନ୍ତୁ...

Varsha Raut, wife of Shiv Sena leader MP Sanjay Raut
ମୁମ୍ବାଇ ଇଡି ନିକଟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

ମୁମ୍ବାଇ:ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ତାଙ୍କୁ ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ନୋଟିସ କରିଥିଲା । ଇଡି ଜାନୁୟାରୀ 5 ତାରିଖରେ ହାଜର ହେବା ପାଇଁ ନୋଟିସ କରିଥିବାବେଳେ ସେ କିନ୍ତୁ ଗୋଟିଏ ଦିନ ପୂର୍ବରୁ ହାଜର ହୋଇଛନ୍ତି ।

ଶିବସେନା ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ହାଜର ହୋଇଛନ୍ତି । ବର୍ଷା ରାଉତ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କରେ ଘୋଟାଲା ମାମଲାରେ ହାଜର ହୋଇଛନ୍ତି । ସଞ୍ଜୟ ରାଉତଙ୍କ ନିକଟ ସମ୍ପର୍କୀୟ ପ୍ରବୀନ ରାଉତ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି ବ୍ୟାଙ୍କ) 95 କୋଟି ଟଙ୍କା ଲୋନ ନେଇଥିଲେ । ପ୍ରବୀନ ରାଉତଙ୍କ ଆକାଉଣ୍ଟରୁ 1 କୋଟି 6 ଲକ୍ଷ ଟଙ୍କା ତାଙ୍କ ପତ୍ନୀ ମାଧୁରୀ ରାଉତଙ୍କୁ ଟ୍ରାନ୍ସଫର ହୋଇଥିଲା । ଏହାପରେ ମୋଟ ରାଶି ମଧ୍ୟରୁ 55 ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ସୁଧମୁକ୍ତ ଲୋନ ଭାବରେ ବର୍ଷା ରାଉତଙ୍କୁ ପ୍ରଦାନ କରାଯାଇଥିଲା।

ଏକ ତଦନ୍ତରୁ ଜଣାପଡିଛି ଯେ ବର୍ଷା ରାଉତଙ୍କ ଆକାଉଣ୍ଟକୁ 2010 ରେ 50 ଲକ୍ଷ ଟଙ୍କା ଏବଂ 2011ରେ 5 ଲକ୍ଷ ଟଙ୍କା ମାଧୁରୀଙ୍କ ଆକାଉଣ୍ଟରୁ ଦିଆଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି ଯେ ଏହି ଟଙ୍କା ଦାଦରେ ଫ୍ଲାଟ କିଣିବା ପାଇଁ ବ୍ୟବହୃତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details