ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଚାଲିଛି ଭୋଟ ଗଣତି । ଜାରି ରହିଥିବା ଟ୍ରେଣ୍ଡିଂରେ ଆଗରେ ରହିଛି ବିଜେପି । ବିଜେପି ୨୬୫ ଆସନରେ ଲିଡ୍ କରୁଥିବାବେଳେ ତା' ପଛକୁ ଅଛି ସମାଜବାଦୀ ପାର୍ଟି । ସପା ୧୨୭ ଆସନରେ ଆଗୁଆ ଅଛି । ହେଲେ ଗୋଟିଏ ଅଙ୍କରେ ସୀମିତ ରହିଯାଇଛନ୍ତି କଂଗ୍ରେସ ଓ ବିଏସପି । ଗତ ନିର୍ବାଚନ ପରି ଏଥର ମଧ୍ୟ ଉତ୍ତରପ୍ରଦେଶରେ ବିଏସପି ଏବଂ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବର୍ତ୍ତମାନ କଂଗ୍ରେସ ମାତ୍ର ୨ ଆସନରେ ଆଗୁଆ ଥିବାବେଳେ ବିଏସପି ୩ଟି ଆସନରେ ରହିଛି । ଏହି ଦୁଇ ଦଳ ଗୋଟିଏ ଅଙ୍କରୁ ଆଗକୁ ବଢିପାରୁ ନଥିବା ବେଳେ ଭାଜପା ଏବଂ ସପା ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର ।
ଉତ୍ତରପ୍ରଦେଶରେ ସରକାର ଗଢିବାକୁ ହେଲେ ଯେକୌଣସି ଦଳ ବା ମେଣ୍ଟକୁ ୨୦୨ ଆସନରେ ବହୁମତ ହାସଲ କରିବାକୁ ହେବ । ହେଲେ ବିଏସପି ଏବଂ କଂଗ୍ରେସ ଦଳ ଗୋଟିଏ ଅଙ୍କରେ ହିଁ ସୀମିତ ରହିଯାଇଛନ୍ତି । ଅନ୍ୟପଟେ ମ୍ୟାଜିକ୍ ନମ୍ବର ଠାରୁ ଆବଶ୍ୟକୀୟ ସଂଖ୍ୟା ଅତିକ୍ରମ କରିସାରିଛି ବିଜେପି । ବର୍ତ୍ତମାନ ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ଏକଜିଟ୍ ଆକଳନ ସତ ହେଲା ପରି ମନେ ହେଉଛି ।