ଓଡିଶା

odisha

ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

By

Published : Jan 9, 2022, 6:26 PM IST

ଉତ୍ତରପ୍ରଦେଶରେ ଆଜି ଠାରୁ ରାତ୍ରିକାଳୀନ କର୍ଫ୍ୟୁ । ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଉତ୍ତର ପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଜି ଠାରୁ ଜାରି ହେଲା ରାତ୍ରିକାଳୀନ କର୍ଫ୍ୟୁ । ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ସମଗ୍ର ରାଜ୍ୟରେ ରାତି 10 ଟାରୁ 6 ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି । ଚଳିତ ମାସ 16 ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଅଫଲାଇନ କ୍ଲାସ୍ ମଧ୍ୟ ସ୍ଥଗିତ ରଖାଯାଇଛି । ସେହିପରି ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିବା ପରୀକ୍ଷା ଉକ୍ତ ସୂଚୀ ଅନୁସାରେ ହେବା ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

DF

ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧକ୍ଷତା କରିଥିଲେ । ଏହି ବୈଠକରେ ତାଙ୍କୁ ରାଜ୍ୟର କୋଭିଡ ସଂକ୍ରମଣ ଓ ସ୍ଥିତି ସମ୍ପର୍କରେ ସଦ୍ୟତମ ତଥ୍ୟ ପ୍ରଦାନ କରାଯାଇଥିଲା । ତେବେ ଆଜିର ବୈଠକ ପରେ ଏହି ନୂଆ ନିୟମ ସହ ଅନ୍ୟ କିଛି କୋଭିଡ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି ଯୋଗୀ ସରକାର ।

ମନିଟରିଂ କମିଟି ଏବଂ ଇଣ୍ଟିଗ୍ରେଟେଡ୍ କୋଭିଡ୍ କମାଣ୍ଡ ସେଣ୍ଟର ଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ମନିଟରିଂ କମିଟି, ଆମ୍ବୁଲାନ୍ସ ଏବଂ ଟେଲି କନସଲଟେସନ୍ ପାଇଁ ଅଲଗା ନମ୍ବର ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ସେହିପରି ପ୍ରତ୍ୟେକ ଜିଲ୍ଲାରେ ଡାକ୍ତରଙ୍କ ଏକ ପ୍ୟାନେଲ ନିୟୋଜନ କରି ଲୋକଙ୍କ ପାଇଁ ଟେଲି କନସଲଟେସନ୍ ସୁବିଧା ମଧ୍ୟ ଉପଲବ୍ଧ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ ଚିକିତ୍ସା ପାଇଁ ଆବଶ୍ୟକ ଜରୁରୀ ଔଷଧ ଓ ଅନ୍ୟାନ୍ୟ ଜରୁରୀ ମେଡିକାଲ ସାମଗ୍ରୀ ମହଜୁଦ ରଖିବା ଉପରେ ମଧ୍ୟ ଯୋଗୀ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ 6,411 ଟି ନୂଆ ସଂକ୍ରମଣ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ରାଜଧାନୀ ଲକ୍ଷ୍ନୌରୁ 867 ଟି ମାମଲା ଥିବାବେଳେ ଗୌତମବୁଦ୍ଧ ନଗରରୁ 1,141 ଟି, ମିରଟରୁ 636 ଟି ଏବଂ ଗାଜିଆବାଦରୁ 683 ଟି ମାମଲା ସାମ୍ନାକୁ ଆସିଥିବା ରାଜ୍ୟ ସ୍ବାସ୍ଥ୍ଯ ବିଭାଗ କହିଛି ।

ANI

ABOUT THE AUTHOR

...view details