ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦ୍ବିତୀୟ ଥର COVID-19 ସଂକ୍ରମିତ

By

Published : Jun 20, 2022, 7:29 AM IST

Updated : Jun 20, 2022, 7:36 AM IST

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ COVID-19 ପଜିଟିଭ ଚିହ୍ନଟ । ସଂକ୍ରମିତ ଚିହ୍ନଟ ହେବାପରେ ଆଇସୋଲେସନରେ ରହିଛନ୍ତି । ଅଧିକ ପଢନ୍ତୁ

ସ୍ମୃତି ଇରାନୀ କୋଭିଡ ପଜିଟିଭ
ସ୍ମୃତି ଇରାନୀ କୋଭିଡ ପଜିଟିଭ

ନୂଆଦିଲ୍ଲୀ:କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ପୁଣିଥିରେ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମିତ ହୋଇଥିବା କାରଣରୁ ସେ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି । ତେଣୁ ଆସନ୍ତା 23 ତାରିଖରେ ରାଜେନ୍ଦ୍ର ନଗରରେ ଭାରତୀୟ ଜନତା ପାର୍ଟି(BJP) ପକ୍ଷରୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ଯୋଗ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ।

ଟ୍ବିଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲେଖିଛନ୍ତି, "ମୋ କୋରୋନା ରିପୋର୍ଟ ପଜିଟିଭ ଆସିଛି । ତେଣୁ ରାଜେନ୍ଦ୍ର ନଗରରେ ହେବାକୁଥିବା ସମ୍ମିଳନୀରେ ସାମିଲ ହୋଇପାରିବି ନାହିଁ ।" କୋଭିଡ ସଂକ୍ରମିତ କାରଣରୁ ପ୍ରଚାରରେ ସାମିଲ ହୋଇପାରୁନଥିବାରୁ ସେ ସ୍ଥାନୀୟ ଲୋକଙ୍କୁ କ୍ଷମା ମାଗିଛନ୍ତି । ତେବେ ଏହି ଆସନରେ ବିଜେପିର ପ୍ରାର୍ଥୀ ଥିବା ରାଜେଶ ଭାଟିଆଙ୍କୁ ଭୋଟ ଦେବାକୁ ସେ ଅପିଲ କରିଛନ୍ତି । ପୂର୍ବରୁ 2020ରେ ମଧ୍ୟ ସ୍ମୃତି ଇରାନୀ କୋରୋନା ସଂକ୍ରମିତ ହୋଇଥିଲେ ।

ପ୍ରକାଶ ଥାଉ ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । କିଛିଦିନ ହେଲା 12 ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ ମାମଲା । ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର 1,530 ନୂଆ ପଜିଟିଭ ମାମଲା ସାମ୍ନାକୁ ରହିଥିଲା ।

Last Updated :Jun 20, 2022, 7:36 AM IST

ABOUT THE AUTHOR

...view details