ଓଡିଶା

odisha

ମୋଦି ସରକାରଙ୍କ ଯୋଗୁଁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି: ଅନୁରାଗ ଠାକୁର

By

Published : Dec 19, 2022, 1:27 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତା ଗ୍ରହଣ କରିବା ପରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ନୂଆ ଯୁଗ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Anurag Thakur reaction on Northe East States
ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ:ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ମୋଦି ସରକାର ଦ୍ବାରା କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ସର୍ଜିକାଲ ଷ୍ଟ୍ରାଇକ୍ ତଥା ସରକାରଙ୍କ ଦ୍ବାରା ନିଆଯାଇଥିବା ଅନ୍ୟ କଠୋର ପଦକ୍ଷେପ ଯୋଗୁଁ 2014 ମସିହାରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଘଟଣାରେ 168 ପ୍ରତିଶତ ହ୍ରାସ ପାଇଛି । ଏହାସହିତ ଉତ୍ତର-ପୂର୍ବ ଭାବରେ ଉଗ୍ରବାଦି ହିଂସା 80 ପ୍ରତିଶତକୁ ହ୍ରାସ ହୋଇଥିବା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

PFI ଉପରେ ହୋଇଥିବା ନିଷେଧାଦେଶ ସମ୍ପର୍କରେ ଅନୁରାଗ ଠାକୁର ଦାବି କରିଛନ୍ତି ଯେ, ଭବିଷ୍ୟତରେ ଏଭଳି ଉଗ୍ର ସଂଗଠନ ବିରୋଧରେ ସରକାରଙ୍କ କଠୋରପନ୍ଥି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଦେଶରେ ନକ୍ସଲବାଦ ଘଟଣା ହ୍ରାସ ପାଇଛି । ଆତଙ୍କବାଦକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ। 2014ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତା ଗ୍ରହଣ କରିବା ପରେ ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ତଥା ବ୍ୟାପକ ବିକାଶ କାର୍ଯ୍ୟ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି ।

ଆତଙ୍କବାଦୀଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଫଣ୍ଡିଂ ବ୍ୟବସ୍ଥା ଉପରେ ସରକାର ଗ୍ରହଣ କରିଥିବା କଡା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଠାକୁର କହିଛନ୍ତି, "ଆତଙ୍କବାଦ ବୃଦ୍ଧି ପାଇଁ ଆତଙ୍କବାଦୀ ଆର୍ଥିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ହାର 94 ପ୍ରତିଶତ ରହିଛି । ଉତ୍ତର-ପୂର୍ବ ରାଜ୍ୟଗୁଡିକର ଅବସ୍ଥା ପାଇଁ କଂଗ୍ରେସକୁ ଦାୟୀ । କଂଗ୍ରେସ ସର୍ବଦା ଲୁକ୍ ଇଷ୍ଟ ନୀତିରେ କାର୍ଯ୍ୟ କରିଛି ଏବଂ ଏହି ରାଜ୍ୟଗୁଡିକର ବିକାଶମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଗୁଡିକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅଟକି ରହିଥିଲା । କିନ୍ତୁ ମୋଦି ସରକାର 50 ବର୍ଷ ପଡିରହିଥିବା ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିଛନ୍ତି । ସଡକ, ରେଳ ଏବଂ ଜଳପଥ ଭଳି ମୌଳିକ ଭିତ୍ତିଭୂମିର ବିକାଶ ହେଉଛି ମୋଦି ସରକାରଙ୍କ ରାଜ୍ୟ ପାଇଁ ଉପହାର ।"

ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି, "2014 ପରେ ଉତ୍ତର ପୂର୍ବରେ ଉଗ୍ରବାଦୀ ହିଂସା 80 ପ୍ରତିଶତ ହ୍ରାସ ଘଟିଛି । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ 6 ହଜାର ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି, ସାଧାରଣ ନାଗରିକଙ୍କ ହତ୍ୟାହାର ମଧ୍ୟ 89 ପ୍ରତିଶତ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଉତ୍ତର ପୂର୍ବରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି। ଏଥି ସହ ନକ୍ସଲବାଦ 165 ପ୍ରତିଶତ ହ୍ରାସ ପାଇଛି ।"

ABOUT THE AUTHOR

...view details