ଓଡିଶା

odisha

ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

By

Published : Dec 8, 2022, 7:04 PM IST

ଗୁଜୁରାଟରେ ଐତିହାସିକ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ । ପହଞ୍ଚିଲେ ଶାହ, ରାଜନାଥ ଓ ନଡ୍ଡା । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନକୁ ଅପେକ୍ଷା । ଅଧିକ ପଢନ୍ତୁ

ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ବିଜେପି ମୁଖ୍ୟାଳୟରେ ଉତ୍ସବର ପ୍ରସ୍ତୁତି ଶେଷ, ଆଉ କିଛି ସମୟ ପରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ:ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିମାଚଳରେ ଦଳ ବିଫଳ ହୋଇଥିବା ବେଳେ ଗୁଜୁରାଟରେ କିନ୍ତୁ ଐତିହାସିକ ବହୁମତ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଆଜି ଫଳାଫଳ ସ୍ପଷ୍ଟ ହେବା ପରେ ବିଭିନ୍ନ ସ୍ଥାନରେ ଦଳର କର୍ମକର୍ତ୍ତା ବିଜୟ ଉତ୍ସବ ପାଳନ ଜାରି ରଖିଛନ୍ତି । ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଇଁ ଭବ୍ୟ ଆୟୋଜନ ହୋଇଛି ।

ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଥିବା ବେଳେ ବହୁ ବରିଷ୍ଠ ନେତା କାର୍ଯ୍ୟାଳୟରେ ପହଞ୍ଚି ସାରିଲେଣି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମୁଖ୍ୟାଳୟରେ ପହଞ୍ଚି ସାରିଲେଣି ।

କେନ୍ଦ୍ରୀୟ ନେତାଙ୍କ ବ୍ୟତୀତ ବହୁ ସଂଖ୍ୟାରେ ଦଳର ଅନ୍ୟ କର୍ମକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଞ୍ଚିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ଶ୍ରେୟ ଦେବା ସହ ଧନ୍ୟବାଦ ମଧ୍ୟ ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details